ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା: କାରଣ ଅସ୍ପଷ୍ଟ

ଖଇରା,୨୫।୫(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଜଳଦା ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ରମାକାନ୍ତ ପାଣିଗ୍ରାହୀଙ୍କର ୨ବଖରା ବାସଗୃହ ପୋଡି ପାଉଁଶ ହୋଇଯାଇଛି। ଏଥିରେ ରମାକାନ୍ତଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ଏକ ଗୋରୁକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ରାସ୍ତା ଖରାପ ଯୋଗୁ ଖଇରା ଅଗ୍ନିଶମ ବାହିନୀ ଗ୍ରାମକୁ ଯାଇ ନ ପାରି ଫେରିଯାଇଥିବା ଜଣାପଡ଼ିଛି। ତେବେ ଗ୍ରାମବାସୀଙ୍କ ଉଦ୍ୟମରେ ବହୁ ବିଳମ୍ବରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।