ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶନିବାର ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଏହି ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ମୂଳ ମାମଲାରେ ମଧ୍ୟ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ। ଅକ୍ଟୋବର ୧୯ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଓଡ଼ିଶା ଓ ଛତିଶଗଡ଼କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।