ଅଗଷ୍ଟରେ ଆସିବେ ଆନ୍ନାକୋଣ୍ଡା, ନାଇହର୍ନ କୁମ୍ଭୀର, ଜିରାଫ

ନରାଜ,୨୩।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଅନେକ ନୂଆ ଅତିଥି ଆସିବେ। ସେଥିରୁ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କସ ଟ୍ରଷ୍ଟ ଚେନ୍ନାଇରୁ ଏକ ହଳ ସବୁଜ ଓ ଏକ ହଳ ହଳଦୀ ରଙ୍ଗର ଆନ୍ନାକୋଣ୍ଡା ଅଣାଯିବ। ଗତ ୨୦୧୭ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ ନନ୍ଦନକାନନରେ ଏଭଳି ସାପ ରଖିବା ପାଇଁ କେତେକ
ପ୍ରଶ୍ନ ସୃଷ୍ଟି କରି କେନ୍ଦ୍ରୀୟ ଚିଡିଆଖାନା ନିଷ୍ପତ୍ତିି ନେବାରେ ବିଳମ୍ବ କରିଥିଲେ। ଶେଷରେ ୩ ବର୍ଷ ପରେ ଚଳିତ ମାସରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନକୁ ୪ଟି ଆନ୍ନାକୋଣ୍ଡା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶ ବିଦେଶରୁ ବିଭିନ୍ନ ଜନ୍ତୁ ଆସିବା ନେଇ କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଅଗଷ୍ଟ ମାସ ଶେଷ ସପ୍ତାହରେ ୪ଟି ଆନ୍ନାକୋଣ୍ଡା, ଏକ ହଳ ନାଇହର୍ନ କୁମ୍ଭୀର ଚେନ୍ନାଇରୁ ଅଣାଯିବ। ଏହାର ପ୍ରତି ବଦଳରେ ନନ୍ଦନକାନନକୁ କିଛି ଦେବାକୁ ପଡିବ ନାହଁି। ଏଥିପୂର୍ବରୁ ଅଗଷ୍ଟ ପ୍ରଥମ ସପ୍ତାହରେ ମହୀଶୂର ଚିଡିଆଖାନାରୁ ଦୁଇଟି ପର୍ଯ୍ୟାୟରେ ଦୁଇଟି ଜିରାଫ ଅଣାଯାଇ ବଦଳରେ ଦୁଇଟି ସିମ୍ପାଜି ଦେବାକୁ ପଡିବ ବୋଲି ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।