ଅଖିମୁଠି ଅନୁକୂଳ ଲାଗି ବିହନ ନାହିଁ, ଖରିଫ ଧାନଚାଷ ପ୍ରଭାବିତ ଆଶଙ୍କା

ଭଦ୍ରକ ଅଫିସ,୨୬ା୪ : ଲକ୍‌ଡାଉନ୍‌ ସମୟରେ କୃଷିକ୍ଷେତ୍ର ଯେମିତି ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ ଭଦ୍ରକ ଜିଲାର କୃଷି ବିଭାଗକୁ ଅଖିମୁଠି ଅନୁକୂଳ ଲାଗି ଏଯାବତ ଗୋଟିଏ ବସ୍ତା ବି ସରକାରୀ ଧାନବିହନ ଆସିନାହିଁ । ଆଜି ଅଖିମୁଠି କେମିତି ଅନୁକୂଳ କରିବେ ସେ ନେଇ ଚାଷୀମାନେ ଶଙ୍କା ବ୍ୟକ୍ତ କରିଛନ୍ତି । ଭଦ୍ରକ ଜିଲା କୃଷି ବିଭାଗ ଅଧିକାରୀ କିିରଣ କୁମାର ପରି ତଥ୍ୟ ମୁତାବକ, ଜିଲାରେ ଏବର୍ଷ ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଚାଷୀମାନଙ୍କ ପାଇଁ ପ୍ରତିବର୍ଷ ୫ ହଜାରରୁ ୮ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ବିହନ ଆବଶ୍ୟକ ପଡୁଥିବା ବେଳେ ରାଜ୍ୟ ବିହନ ନିଗମ ମାର୍ଚ୍ଚ ସୁଦ୍ଧା ଏହାକୁ ଯୋଗାଇ ଦେଇଥାନ୍ତି । ମାତ୍ର କରୋନା କଟକଣା ଯୋଗୁ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବିହନ ଆସିପାରିନାହିଁ । ଚଳିତବର୍ଷ ଜିଲା କୃଷି ବିଭାଗ ମାଧ୍ୟମରେ ଚାଷୀଙ୍କୁ ୭ ହଜାର କ୍ୱିଣ୍ଟାଲ ଧାନବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଚାଷୀ ନିଜସ୍ବ ଉଦ୍ୟମରେ ସାଇତି ରଖିଥିବା ବିହନ ଓ କିଣା ସରକାରୀ ବିହନକୁ ନେଇ ଧାନବୁଣା ତଥା ତଳିପକା କାମ ଆରମ୍ଭ କରିବେ । ମାତ୍ର ଏବେ ସୁଦ୍ଧା ଜିଲାକୁ ସରକାରୀ ବିହନ ତ ଆସିନାହିଁ, ବିହନ କିସମ ଅନୁସାରେ କାମ କଣ ରହିବ ତାହା ମଧ୍ୟ ରାଜ୍ୟ କୃଷି ବିଭାଗ ଏ ପର୍ଯ୍ୟନ୍ତ ଅବଗତ କରିନାହିଁ । ତେବେ ଏପ୍ରିଲ ଶେଷସୁଦ୍ଧା ଜିଲା କୃଷି ବିଭାଗକୁ ବିହନ ଆସିଯିବାର ସମ୍ଭାବନା ରହିଥିବା ଜିଲା କୃଷି ଅଧିକାରୀ ପ୍ରକାଶ କରିଛନ୍ତି । ଜିଲାର ୮୦ ପ୍ରତିଶତ ଲୋକ ଧାନଚାଷ ଉପରେ ନିର୍ଭରଶୀଳ । ଅଖିମୁଠି ପରେ ଧାନବୁଣା, ତଳିପକା ଆଦି ଚାଷକାମ ଜୋର୍‌ ଧରିଥାଏ । ଜିଲାରେ କରୋନା ଆତଙ୍କ ଖେଳାଇ ଦେଇଥିବାରୁ ଲୋକେ ପଦାକୁ ବାହାରୁନାହାନ୍ତି । ଯେଉଁଥିପାଇଁ ଭଦ୍ରକ ଜିଲାର ଚାଷୀମାନ ପ୍ରଭାବିତ ହୋଇଛନ୍ତି । ଏବେ ୩ ଦିନ ହେଲା ସରକାର କୃଷି କାର୍ଯ୍ୟକୁ କଟକଣାମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri