ଅକ୍ଷୟ ମହାନ୍ତିଙ୍କ ସ୍ତ୍ରୀ ପ୍ରବୀଣାଙ୍କ ପରଲୋକ

କଟକ ଅଫିସ, ୧ା୬: ବିଶିଷ୍ଟ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ତଥା ଖୋକାଭାଇଙ୍କ ସ୍ତ୍ରୀ ପ୍ରବୀଣା ମହାନ୍ତିଙ୍କ ଶୁକ୍ରବାର ରାତି ସାଢେ ୯ଟାରେ ପରଲୋକ ଘଟିଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାରବାଟୀ ପ୍ୟାଲେସ୍‌ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ପ୍ରବୀଣା ସପରିବାର ଯାଇଥିଲେ। ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବୀଣାଙ୍କ ୨ ପୁଅ ମିତ୍ରଭାନୁ, ଚିତ୍ରଭାନୁ, ୩ଝିଅ ଶ୍ରୀଲେଖା, ଶ୍ରୀୟା ଓ ପ୍ରିୟା ଅଛନ୍ତି। ସତୀଚୌରା ଶ୍ମଶାନରେ ଶନିବାର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁତ୍ର ମିତ୍ରଭାନୁ ସୂଚନା ଦେଇଛନ୍ତି। ମିତ୍ରଭାନୁଙ୍କ କହିବା ଅନୁଯାୟୀ, ୨୦୦୬ରେ ପ୍ରବୀଣାଙ୍କର ପ୍ରଥମ ହୃଦ୍‌ଘାତ ହୋଇଥିଲା। ମାତ୍ର ସେଥିରୁ ସେ ବର୍ତ୍ତିଯାଇଥିଲେ। ଶୁକ୍ରବାର ଦ୍ୱିତୀୟ ଥର ହୃଦଘାତ୍‌ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ୨୦୦୨ରେ ଖୋକାଭାଇଙ୍କର ପରଲୋକ ଘଟିଥିଲା। ପୁଅ ଚିତ୍ରଭାନୁ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଭାବେ ପରିଚିତ।