ଅକ୍ଟୋବର ୩ ଯାଏ ଗ୍ରହଣ ହେବ ଆପତ୍ତି ଅଭିଯୋଗ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଏକ ନିର୍ଭୁଲ ଚାଷୀମାନଙ୍କ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ଉପରେ ସମବାୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁତ୍ୱାରୋପ କରିଛନ୍ତି।
ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ କାର୍ଯ୍ୟକ୍ରମ ଚଳିତ ମାସ ୧୭ରେ ଶେଷ ହୋଇଛି। ସଂଗୃହୀତ ଦରଖାସ୍ତଗୁଡ଼ିକର ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପସ୍‌ରେ ଅନ୍‌ଲାଇନ୍‌ ପ୍ରକ୍ରିୟାରେ କମ୍ପ୍ୟୁଟରୀକୃତ (ଡିଜିଟାଇଜେସନ୍‌) କରାଯିବା କାର୍ଯ୍ୟ ଗତ ୨୨ରେ ସମାପ୍ତ ହୋଇଛି। ପଞ୍ଜିକୃତ ଚାଷୀମାନେ ଖରିଫ୍‌ ଧାନ ଚାଷ କରିଥିବା ଜମିର ପରିମାଣ ବାବଦ ତଥ୍ୟ ସମ୍ବଳିତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯିବ। ଏହି ତଥ୍ୟ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦନ କରୁଥିବା ସଂପୃକ୍ତ ସମିତି, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଣ୍ଟ୍ରୋଲ୍‌ ଦୋକାନରେ ସେପ୍ଟେମ୍ବର ୨୫ରୁ ୩୦ ମଧ୍ୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଉଛି। ସବିଶେଷ ତଥ୍ୟ ସଂପୃକ୍ତ ପଞ୍ଜୀକରଣକାରୀ ପ୍ୟାକ୍ସ/ଲ୍ୟାମ୍ପସ୍‌ ଆଦିରେ ଉପଲବ୍ଧ କରାଯିବ ଏବଂ ପଞ୍ଜୀକୃତ ଚାଷୀ ଓ ସର୍ବସାଧାରଣ ତାହା ନିରୀକ୍ଷଣ କରିପାରିବେ। ଯଦି ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହେଉଥାଏ, ତତ୍‌ସମ୍ବନ୍ଧୀୟ ଅଭିଯୋଗ ଯେ କୌଣସି ନାଗରିକ ସଂପୃକ୍ତ ପ୍ରକାଶନ ସ୍ଥଳରେ ଆସନ୍ତା ଅକ୍ଟୋବର ୩ ତାରିଖ ସୁଦ୍ଧା ଦରଜ କରିପାରିବେ।
ଆପତ୍ତି କରିବା ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରକାଶନ ସ୍ଥଳରେ ଉପଲବ୍ଧ ହେଉଛି। ଆଗ୍ରହୀ ନାଗରିକଙ୍କୁ ସବିଶେଷ ପଞ୍ଜୀକୃତ ତଥ୍ୟ ଜାଣିବା ପାଇଁ ପ୍ୟାକ୍ସ/ଲ୍ୟାମ୍ପସ୍‌ ଆଦି ଆବଶ୍ୟକୀୟ ସୁଯୋଗ ଦେବେ। ସମିତି ସଂପାଦକ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ କଣ୍ଟ୍ରୋଲ୍‌ ଡିଲର ଅଭିଯୋଗକାରୀଙ୍କ ଦସ୍ତଖତ ସମ୍ବଳିତ ଆପତ୍ତି ପତ୍ର ପ୍ରାପ୍ତିସ୍ବୀକାର ସହ ଗ୍ରହଣ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri