ଅଂଶୁଘାତରେ ଯୁବକ ମୃତ

ହାଟଡିହୀ,୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ଗ୍ରାମର ଶ୍ରୀକାନ୍ତ ଜେନା(୩୫) ଅଂଶୁଘାତରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଶ୍ରୀକାନ୍ତ ନିଜ ବିଲରେ କାମ କରୁଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶ୍ରୀକାନ୍ତ ବିଲରେ ମରିପଡିଥିବା ଦେଖିବାକୁ ପାଇଥିଲେ। ନନ୍ଦିପଦା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।