୯ ଟ୍ରେନ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’: ୩ମାସରେ ଖର୍ଚ୍ଚ କମିଲା ୩ କୋଟି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଟ୍ରେନ୍‌ରେ ଉନ୍ନତ ଯାନ୍ତ୍ରିକ କୌଶଳ ବ୍ୟବହାର କରି ପୂର୍ବତଟ ରେଳପଥ ଖର୍ଚ୍ଚକାଟ୍‌ କରିବାରେ ସଫଳ ହୋଇଛି। ୯ ଟ୍ରେନ୍‌ର ୧୭ଟି ରେକ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’ ସିଷ୍ଟମ ବ୍ୟବହାର କରାଯିବା ଦ୍ୱାରା ଗତ ତିନିମାସ ମଧ୍ୟରେ ୩.୨ କୋଟି ଟଙ୍କା ଖର୍ଚ୍ଚ ହ୍ରାସ କରାଯାଇପାରିଛି। ଡିସେମ୍ବର ଶେଷସୁଦ୍ଧା ଆଉ ୧୬ ରେକ୍‌ରେ ଏହାକୁ ଲଗାଇବାକୁ ଯୋଜନା କରାଯାଉଛି। ଏହା ସମ୍ପୂର୍ଣ୍ଣ ହେଲେ ପୂର୍ବତଟ ରେଳପଥ ବାର୍ଷିକ ୪୦ କୋଟି ଟଙ୍କା ଖର୍ଚ୍ଚକାଟ କରିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ହେଡ୍‌ ଅନ୍‌ ଜେନେରେଶନ ବା ଏଚ୍‌ଓଜି ହେଉଛି ଏକ ବିଦ୍ୟୁତ୍‌ ଯୋଗାଣକାରୀ ସିଷ୍ଟମ। ଏହା ଟ୍ରେନ୍‌ର ଲୋକୋମୋଟିଭ୍‌ରୁ ଟ୍ରେନ୍‌ର ଅନ୍ୟ କୋଚ୍‌କୁ ବିଦ୍ୟୁତ୍‌ ଯୋଗାଉଛି। ଏହାଦ୍ୱାରା କୋଚ୍‌ରେ ଫ୍ୟାନ୍‌, ଲାଇଟ୍‌, ଏସି ଆଦି ବିଦ୍ୟୁତ୍‌ ଉପକରଣ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ଚାଲିପାରୁଛି। ପୂର୍ବରୁ ଏଥିଲାଗି ଜେନେରେଟର ବ୍ୟବହାର କରାଯାଉଥିଲା। ଫଳରେ ଇନ୍ଧନ ପୋଡ଼ିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଥିଲା। ଏବେ ଏଚ୍‌ଓଜି ବ୍ୟବହାର ହେବା ପରେ କେବଳ ଜରୁରିକାଳୀନ ସମସ୍ୟା ପାଇଁ ଗୋଟିଏ ଜେନେରେଟର ବ୍ୟବହାର କରାଯାଉଛି। ଏହି ସିଷ୍ଟମ ଦ୍ୱାରା କେବଳ ଖର୍ଚ୍ଚକାଟ୍‌ କରାଯାଇନି, ରାଜସ୍ବ ବଢ଼ାଇବାକୁ ମଧ୍ୟ ଯୋଜନା ହୋଇଛି। ଏହାସହ ‘ହେଡ୍‌ ଅନ୍‌ ଜେନେରେଶନ’ର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଜେନେରେଟରଠାରୁ ଯଥେଷ୍ଟ କମ୍‌। ସୂଚନାଯୋଗ୍ୟ, ଭାରତୀୟ ରେଳପଥ ୩୪୨ ଟ୍ରେନ୍‌ରେ ଏଚ୍‌ଓଜି ଲଗାଇସାରିଛି। ଏଥିଯୋଗୁ ବାର୍ଷିକ ୮୦୦ କୋଟି ଟଙ୍କା ଖର୍ଚ୍ଚ କାଟ କରିପାରିଛି। ଆଗକୁ ଆହୁରି ୨୮୪ ଟ୍ରେନ୍‌ରେ ଏହି ବ୍ୟବସ୍ଥା କରିବାକୁ ଯୋଜନା ରହିଥିବା ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘର୍ଷରୁ ସ୍ବୟଂସିଦ୍ଧା

ଢେଙ୍କାନାଳ ଅଫିସ, ୮।୩(ରତନ ନାୟାର): କି ରାତି କି ଦିନ। ଅସରନ୍ତି ସେମାନଙ୍କ ସଂଘର୍ଷର କାହାଣୀ। କେତେ ଝଡ଼ଝଞ୍ଜା ଆସିଛି। ପ୍ରତିକୂଳ ପରିସ୍ଥିତି ପାଚେରି ହୋଇ...

ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ...

ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ଅଫିସ,୨୫ା୩:  ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା...

ସ୍କ୍ବାଡ୍‌ ଗଠନ ହୋଇଛି, ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ର ସରକାରଙ୍କ ସଦ୍ୟତମ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର...

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ବୁଧବାର ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ...

ଜିଲା ଗଠନର ୨୮ ବର୍ଷ ପରେ ବି ପଛୁଆ

ଖୋର୍ଦ୍ଧା ଅଫିସ,୭ା୩: ଲାଲ୍‌ମାଟିର ଗଡ଼ ଖୋର୍ଦ୍ଧା। ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧାର ଯେପରି ସ୍ବତନ୍ତ୍ର ପରିଚୟ ରହିଛି,...

ରାଜ୍ୟସ୍ତରୀୟ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି) ପକ୍ଷରୁ ରବିବାରଠାରୁ ରାଜ୍ୟସ୍ତରୀୟ ସେରୋସର୍ଭେ ଆରମ୍ଭ ହୋଇଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ,...

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୬(ବ୍ୟୁରୋ): +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ସିଏଚ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...

Advertisement
Archives

Model This Week