୯୮୩ ରେଳ ଷ୍ଟେଶନ ଜଗିବ ଆଇପି କ୍ୟାମେରା

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେଶନଗୁଡ଼ିକରେ ଖୁବ୍‌ଶୀଘ୍ର ସୁରକ୍ଷା ବ୍ୟବସ୍ଥା ବଢ଼ିବ। ରାଜ୍ୟର ବଡ଼ ରେଳ ଷ୍ଟେଶନରେ ଆଇପି ସର୍ଭେଲାନ୍ସ କ୍ୟାମେରା ଲାଗିବ। ଏଥିପାଇଁ ରେଲ୍‌ଓ୍ବେ ବୋର୍ଡ଼ ଅନୁମତି ଦେଇସାରିଛି। ଷ୍ଟେଶନ ପ୍ରତୀକ୍ଷାଳୟ, ଟିକଟ କାଉଣ୍ଟର, ପାର୍କିଂ, ପ୍ରବେଶ ଦ୍ୱାର, ପ୍ରସ୍ଥାନ ଦ୍ୱାର, ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌, ବୁକିଂ କାର୍ଯ୍ୟାଳୟରେ ଇଣ୍ଟରନେଟ୍‌ ପ୍ରୋଟୋକଲ ଭିଡ଼ିଓ ସର୍ଭେଲାନ୍ସ ବ୍ୟବସ୍ଥା କରାଯିବ ବୋଲି ରେଲ୍‌ଓ୍ବେ ସୂତ୍ରରୁ ଜଣାପଡିଛି। ନିର୍ଭୟା ଫଣ୍ଡ୍‌ରୁ ରେଲ୍‌ଓ୍ବେକୁ ମିଳିଥିବା ୨୫୦ କୋଟି ଟଙ୍କାରେ ଦେଶର ୯୮୩ ଷ୍ଟେଶନରେ ଏହି କ୍ୟାମେରା ଲଗାଇବାକୁ ରେଲ୍‌ଓ୍ବେ ସ୍ଥିର କରିଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ ଷ୍ଟେଶନରେ ଏହି କ୍ୟାମେରା ଲଗାଯିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୧ ଷ୍ଟେଶନରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। କ୍ୟାମେରାରେ ରେକର୍ଡ଼ ହେଉଥିବା ଚିତ୍ରକୁ ଅଧିକ ସ୍ପଷ୍ଟ କରିବା ପାଇଁ ୪ ପ୍ରକାର କ୍ୟାମେରା ଲଗାଯିବ। ଡୋମ୍‌ ଟାଇପ୍‌, ବୁଲେଟ୍‌ ଟାଇପ୍‌, ପାନ୍‌ ଟିଲ୍ଟ ଟାଇପ୍‌, ଅଲ୍‌ଟ୍ରା-୪କେ କ୍ୟାମେରା ଲଗାଯିବ। ଏହାକୁ ଆର୍‌ପିଏଫ ପରିଚାଳନା କରିବ। ପ୍ରତ୍ୟେକ କ୍ୟାମେରା ୧ଟିବି ଓ ୪କେ କ୍ୟାମେରା ୪ଟିବି ଡାଟା ରଖିପାରିବ। ଏହି ଭିଡ଼ିଓ ମାତ୍ର ୩୦ଦିନ ପାଇଁ ରଖାଯିବ। ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିଲେ ଅଧିକ ଦିନ ପାଇଁ ରଖାଯାଇପାରିବ। ତେବେ ଏହି କାର୍ଯ୍ୟ ରେଲ୍‌ଓ୍ବେର ପିଏସ୍‌ୟୁ ୟୁନିଟ୍‌ ରେଲ୍‌ଟେଲକୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର...

କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୩ା୯ (ବ୍ୟୁରୋ)- ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ଆଉଜଣେ ଉଚ୍ଚପଦସ୍ଥ ସରକାରୀ ଅଫିସର। ସେ ହେଲେ ଡାଇରେକ୍ଟୋରେଟ୍‌ ଅଫ୍‌ ଫ୍ୟାକ୍ଟୋରିଜ୍‌ ଆଣ୍ଡ୍‌ ବଏଲର୍ସ ବା କାରଖାନା...

ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା

ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ...

ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ୫ ପର୍ଯ୍ୟାୟରେ ହୋଇଥିଲା

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଶୁକ୍ରବାର...

ଏବେ ପସନ୍ଦ ହର୍ବାଲ ହୋଲି

ଭୁବନେଶ୍ୱର,୭ା୩(ବ୍ୟୁରୋ): ଦିନଥିଲା ପ୍ରକୃତିର ବିଭିନ୍ନ ରଙ୍ଗକୁ ବ୍ୟବହାର କରି ଲୋକେ ହୋଲି ଖେଳୁଥିଲେ। କିନ୍ତୁ କିଛିବର୍ଷ ହେଲା ହୋଲିରେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ହେଉଛି।...

ନିର୍ବାଚନ ପ୍ରତିଶ୍ରୁତି କେତେ ପାଳିଛ ରିପୋର୍ଟ ଦିଅ

ଭୁବନେଶ୍ୱର,୯ା୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କିଭଳି କାର୍ଯ୍ୟକାରୀ ହୋଇଛି ତା’ର ରିପୋର୍ଟ ଦେଖାଯିବ। ଏହାଛଡା ସେସବୁ କାର୍ଯ୍ୟକାରୀ କରିବା...

ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଲେ ବିକାଶ ହୋଇପାରିବ: ନବୀନ

ଭୁବନେଶ୍ୱର,୨୨।୮(ବ୍ୟୁରୋ): କରୋନା ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢ଼େଇ ସାଙ୍ଗକୁ ଲୋକଙ୍କ ଜୀବିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର...

ଶ୍ରାବଣରେ ହେଲାନି ସ୍ବାଭାବିକ

ଛେଣ୍ଡିପଦା,୨୦ା୮(ସ୍ବ.ପ୍ର.) ଶ୍ରାବଣ ସରିବା ଉପରେ। ହେଲେ ମୁଷଳ ଧାରାରେ ତ ଦୂରର କଥା ସ୍ବାଭାବିକ ପରିମାଣର ବର୍ଷା ଏଯାଏ ହୋଇନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା...

Advertisement
Archives

Model This Week