୯୨୨୨ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍‌ ଟିକା

ପୁରୀ ଅଫିସ, ୧୧।୧୨: ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ପୁରୀ ସମେତ ବିଭିନ୍ନ ଜିଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାସତ୍ତ୍ୱେ ଟିକା (ଭାକ୍ସିନ) କେବେ ଆସିବ ତାକୁ ସମସ୍ତେ ଚାହିଁବସିଛନ୍ତି। ଆସନ୍ତା ୨୦୨୧ ଜାନୁୟାରୀ ସୁଦ୍ଧା ଭାରତରେ କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି ସୂଚନା ମିଳିଲାଣି। ତେଣୁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଇ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ପୁରୀ ଜିଲାରେ କୋଭିଡ୍‌ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲାରେ ମୋଟ ୯୨୨୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ସେମାନଙ୍କ ମଧ୍ୟରେ ୮୯୨୬ ଜଣ ସରକାରୀ ଓ ୨୯୬ ଜଣ ଘରୋଇ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ଏ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇସାରିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରସ୍ତୁତି ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ, ମିଲିଟାରୀ କର୍ମଚାରୀ ଓ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି।
ଜିଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଦେବୀ ମହାପାତ୍ରଙ୍କ ସୂଚନା ମୁତାବକ, ଆସନ୍ତା ୨୦ ତାରିଖ ସୁଦ୍ଧା ବିଡିଓମାନଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରରେ ଟିକାକରଣ ସଂକ୍ରାନ୍ତ ବୈଠକ ହେବ। ବ୍ଲକସ୍ତରୀୟ ରିପୋର୍ଟ ତୁରନ୍ତ ଦାଖଲ ଲାଗି ବିଡିଓମାନଙ୍କୁ କୁହାଯାଇଛି। ଜିଲାରେ ଥିବା ୪୩ଟି ଇଣ୍ଟେନସିଭ ଲିନିୟର ରେଫ୍ରିଜରେଟର (ଆଇଏଲ୍‌ଆର୍‌)ରେ ଟିକା ରଖାଯିବ। ଜିଲାରେ ଯେଉଁ ସୁବିଧା ରହିଛି ସେଥିରେ କେବଳ କୋଭାକ୍ସିନ କିମ୍ବା କୋସିଲ୍‌ଡ ଭାକ୍ସିନ ରହିପାରିବ। ଏହି ଦୁଇ ପ୍ରକାର ଭାକ୍ସିନ +୨ ଡିଗ୍ରୀ ସେଲ୍‌ସିୟସରୁ +୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ଥିବା ରେଫ୍ରିଜରେଟର ଭିତରେ ରହିପାରିବ। ଫାଇଜର ଭାକ୍ସିନ ଲାଗି -୭ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବିଶିଷ୍ଟ ରେଫ୍ରିଜରେଟର ରହିଛି। ଏହି ଧରଣର ଆଇଏଲ୍‌ଆର୍‌ ସୁବିଧା ଜିଲାରେ ନ ଥିବା ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି ବୋଲି ମହାପାତ୍ର କହିଛନ୍ତି। ଏଥିସହ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବୈଠକ ବସିବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।
ଅନ୍ୟପକ୍ଷରେ ଦେଶରେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟକର୍ମୀ ଟିକା ନେବେ। ଏହାପରେ ୨କୋଟି ପୋଲିସ କର୍ମଚାରୀ, ଯବାନ ଓ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟରେ ଆଉ ୩୦ କୋଟି ଲୋକଙ୍କୁ ଟିକା ମିଳିିବ। ସେମାନଙ୍କ ମଧ୍ୟରେ ୫୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri