Posted inଜାତୀୟ

୯ରେ ପିଟିବି ଉଦ୍‌ଘାଟନ କରିବେ ମୋଦି:ପାକ୍‌ରେ ପହଞ୍ଚତ୍ଲେ ୧୧୦୦ ଭାରତୀୟ ଶିଖ୍‌

ନୂଆଦିଲ୍ଲୀ,୧।୧୧(ପି.ଟି.):ଭାରତ-ପାକ୍‌ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଐତିହାସିକ ଗୁରୁଦ୍ୱାରକୁ ସଂଯୋଗ କରୁଥିବା କର୍‌ତାରପୁର କରିଡରର ଆନୁଷ୍ଠାନିକ ଉଦ୍‌ଘାଟନ ଅବସରରେ ପଞ୍ଜାବର ଡେରା ବାବା ନାନକଠାରେ ଅତ୍ୟାଧୁନିକ ଯାତ୍ରୀ ଟର୍ମିନାଲ ବିଲ୍ଡିଂ (ପିଟିବି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୯ରେ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ପରେ ମୋଦି ଏକ ସାଧାରଣ ସଭାକୁ ଉଦ୍‌ବୋଧନ ଦେବେ। ପରେ ସେ ସୁଲତାନପୁର ଲୋଧି ଯାଇ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। କର୍‌ତାରପୁର କରିଡର ପଞ୍ଜାବ ଗୁର୍‌ଦାସପୁରର ଡେରାବାବା ନାନକଙ୍କ ପୀଠକୁ ଅନ୍ତର୍ଜାତୀୟ ସୀମାଠାରୁ ୪ କି.ମି ଦୂରରେ ନରୋଓ୍ବାଲ ଜିଲାର ଶାକରଗଡ଼ରେ ଥିବା ଦର୍‌ବାର ସାହିବ ଗୁରୁଦ୍ୱାର ସହ ସଂଯୋଗ କରୁଛି। ରାବି ନଦୀକୂଳରେ ଅବସ୍ଥିତ ଉକ୍ତ ଗୁରୁଦ୍ୱାରରେ ନାନକ ଦେବ ୧୮ ବର୍ଷ ବିତାଇଥିଲେ।

ଗୁରୁ ନାନକଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ଗୁରୁବାର ଭାରତରୁ ପ୍ରଥମ ବ୍ୟାଚ୍‌ରେ ୧୧୦୦ ଶିଖ୍‌ ଯାଇ ପାକିସ୍ତାନରେ ପହଞ୍ଚତ୍ଛନ୍ତି। ନଭେମ୍ବର ୯ରେ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ସେମାନେ ସାମିଲ ହେବେ ବୋଲି ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଅମିର ହାଶମି କହିଛନ୍ତି। ଓ୍ବାଘା ସୀମା ଅତିକ୍ରମ କରି ପାକିସ୍ତାନ ଯାଇଥିବା ଏହି ତୀର୍ଥଯାତ୍ରୀମାନେ ସାଙ୍ଗରେ ସୁବର୍ଣ୍ଣ ପାଲିଙ୍କି ନେଇଛନ୍ତି। ନଗର କୀର୍ତ୍ତନରେ ଯାଇଥିବା ଏହି ତୀର୍ଥଯାତ୍ରୀ ଦଳଙ୍କୁ ପଞ୍ଜାବ ରାଜ୍ୟପାଳ ଚୌଧରୀ ସରଓ୍ବାର, ଇବିପିବି ଅଧ୍ୟକ୍ଷ ଅମର ଅହମ୍ମଦ ଏବଂ ପାକିସ୍ତାନ ଗୁରୁଦ୍ୱାର ଶିଖ୍‌ ପ୍ରବନ୍ଧିକ କମିଟି ଅଧ୍ୟକ୍ଷ ସତଓ୍ବନ୍ତ ସିଂ ଓ୍ବାଘା ସୀମାରେ ସ୍ବାଗତ କରିଥିଲେ। ନାନକାନା ସାହିବ୍‌ଠାରେ ବାବା ଗୁରୁ ନାନକଙ୍କର ୫୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri