୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା

ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି ସମସ୍ୟା ଦେଖିବାକୁ ମିଳିଛି ବେଲଜିୟମ୍‌ର ଏଣ୍ଟଓ୍ବର୍ପରେ। ଏଣ୍ଟଓ୍ବର୍ପରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ୯ବର୍ଷ ଧରି ମାଗଣାରେ ପିଜା ଡେଲିଭର ହେଉଛି। ଏହାକୁ ନେଇ ସେ ଏତେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ, ଅନେକ ଥର ପୋଲିସରେ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଏହି ସମସ୍ୟାର ଅନ୍ତ ହେବାର ନାଁ ନେଉନି। ସୂଚନାଯୋଗ୍ୟ, ୬୫ବର୍ଷୀୟ ଜିନ ବେନ ଲେଣ୍ଡଘମ୍‌ ଏଣ୍ଟଓ୍ବର୍ପରେ ରୁହନ୍ତି। ତାଙ୍କ କହିବା ଅନୁଯାୟୀ ସେ କେବେ ବି ପିଜା ଅର୍ଡର କରିନାହାନ୍ତି। କିନ୍ତୁ ପ୍ରତିଦିନ କେହି ନା କେହି ଡେଲିଭରୀ ବୟ ତାଙ୍କ ଘରେ ପିଜା ଦେଇ କି ଯାଇଥାନ୍ତି। ସବୁଠାରୁ ବିଶେଷ କଥା ହେଲା ଉକ୍ତ ଡେଲିଭରୀର କୌଣସି ସମୟ ସୀମା ନାହିଁ। କେତେବେଳେ ଅଧା ରାତିରେ ତ କେତେବେଳେ ଦିନରେ। କେବଳ ସେତିକି ନୁହେଁ ଥରେ ଏକା ଥରକେ ୧୪ଟି ପିଜା ଡେଲିଭରି ହୋଇଥିଲା ବୋଲି ଜିନ ବେନ କହିଛନ୍ତି। ତେବେ ସେ କେବେବି ଏହି ପିଜାଗୁଡ଼ିକୁ ସ୍ବୀକାର କରି ନ ଥିବାରୁ ଏଥିପାଇଁ ଦେୟ ମଧ୍ୟ ଦେବାକୁ ପଡ଼ିନାହିଁ। ପ୍ରାୟ ସମୟରେ ଏହି ଘଟଣାକୁ ନେଇ ସେ ଚିନ୍ତିତ ଥିବା ସହ ଆଶ୍ଚର୍ଯ୍ୟ ପ୍ରକାଶ ମଧ୍ୟ କରିଥାନ୍ତି। ଏପରିକି ଘର ବାହାରେ ଯଦି କୌଣସି ସ୍କୁଟରର ଶବ୍ଦ ହୁଏ ତେବେ ତାଙ୍କୁ ଲାଗେ ପିଜା ଡେଲିଭରୀ ବୟ ଆସିଗଲାକି? ସେହିଭଳିି କିଛି ଘଟଣା ଘଟିଛି ଜିନ ବେନଙ୍କ ଅନ୍ୟଜଣେ ବନ୍ଧୁଙ୍କ ସହ। ତାଙ୍କୁ ବି ପ୍ରତିଦିନ ମାଗଣାରେ ପିଜା ଡେଲିଭରି ହେଉଛି। ଦୁହିଁିଙ୍କ ମଧ୍ୟରୁ ଯାହା ପାଖରେ ପ୍ରଥମେ ପିଜା ପହଞ୍ଚେ ସେ ଅନ୍ୟଜଣଙ୍କୁ ଏନେଇ ଜଣାଇଥାଏ ବୋଲି ଜିନ ବେନ କହିଛନ୍ତି। ତେବେ ଏହି ପିଜା କିଏ ପଠାଉଛି ଓ କ’ଣ ପାଇଁ ତାହା ଏବେ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହରିଦ୍ୱାରରେ ୯ ବର୍ଷ ଧରି ତପସ୍ୟା କରୁଥିଲେ ମୁସଲମାନ ଯୁବକ, ଆଉ ତା’ପରେ…

ପାନିପତ,୨୪।୬: ହରିୟାଣାର ପାନିପତରେ ଜଣେ ମୁସଲମାନ ଯୁବକ ହରିଦ୍ୱାରରେ ୯ ବର୍ଷ ଧରି ତପସ୍ୟା କରି ଫେରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉକ୍ତ...

ନାକ ପଟେ ସାପ ପୂରାଇ ପାଟି ପଟେ ବାହାର କଲେ

ଆପଣ ସାପୁଆ କେଳା ଏବଂ ସାପ ଖେଳ ବହୁତ ଦେଖିଥିବେ। ମାତ୍ର କେବେ ଦେଖିଛନ୍ତି କି ସାପ ନାକ ଭିତରେ ପୂରାଇ ପାଟି ପଟରେ ବାହାର...

ଭାଇଙ୍କ ପ୍ରେମିକାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏହି ପ୍ରଧାନମନ୍ତ୍ରୀ

କୁହାଯାଏ, ପ୍ରେମରେ କୌଣସି ବୟସ ନ ଥାଏ। ପ୍ରେମ ଶାଶ୍ୱତ, ଚିରନ୍ତନ। ସେଥିପାଇଁ ତ ଲୋକେ ସମାଲୋଚନାକୁ ଖାତିର ନ କରି ପ୍ରେମରେ ପଡ଼ି ଶେଷରେ...

ଚର୍ଚ୍ଚାରେ ଏହି ଷ୍ଟାର୍‌ ଯୋଡିଙ୍କ ନିର୍ବନ୍ଧ

ହଲିଉଡ ଗାୟିକା ତଥା ଅଭିନେତ୍ରୀ ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ୨୦ ବର୍ଷ ପରେ ପୁଣି ଆଫ୍ଲେକ-ଜେନିଫରଙ୍କ...

ରାଜା ଆସନ୍ତୁ, ଦେଶ ବଞ୍ଚାନ୍ତୁ

କାଠମାଣ୍ଡୁ,୭ା୧୨: ଅଢ଼େଇ ବର୍ଷ ପୂର୍ବେ ଦୁଇଜଣ ନେପାଳୀ ଯୁବକ ହିମାଳୟ ରାଷ୍ଟ୍ରର ପୁରୁଣା ଜାତୀୟ ସଙ୍ଗୀତ ଗାଇ ଗିରଫ ହୋଇଥିଲେ। ପରେ ସେମାନଙ୍କ ସାଥୀମାନେ ଦେଶବ୍ୟାପୀ...

ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡାଦେଶ ଆଶଙ୍କା…

ନାପିଦ୍ୱ,୮।୧୨: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ...

ୟୁକ୍ରେନ୍‌ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ

କ୍ୱିଭ୍‌,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ...

ନିର୍ବାଚନ ରାଲିକୁ ସମ୍ବୋଧନ କଲେ ଟ୍ରମ୍ଫ, କହିଲେ ଆମେରିକା ପୁଣି ଥରେ ହେବ ସ୍ୱତନ୍ତ୍ର ରାଷ୍ଟ!

ଟେକ୍ସାସ,୨୬ ।୩: କ୍ୟାପିଟଲ ହିଂସା ମାମଲାର ଯାଞ୍ଚ ସହିତ ପର୍ନ ଷ୍ଟାର ମାମଲା ପର୍ଯ୍ୟନ୍ତ ଯାଞ୍ଚ ମଧ୍ୟ ଦେଇ ଗତି କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି...

Advertisement
Archives

Model This Week