୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା

ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି ସମସ୍ୟା ଦେଖିବାକୁ ମିଳିଛି ବେଲଜିୟମ୍‌ର ଏଣ୍ଟଓ୍ବର୍ପରେ। ଏଣ୍ଟଓ୍ବର୍ପରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ୯ବର୍ଷ ଧରି ମାଗଣାରେ ପିଜା ଡେଲିଭର ହେଉଛି। ଏହାକୁ ନେଇ ସେ ଏତେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ, ଅନେକ ଥର ପୋଲିସରେ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଏହି ସମସ୍ୟାର ଅନ୍ତ ହେବାର ନାଁ ନେଉନି। ସୂଚନାଯୋଗ୍ୟ, ୬୫ବର୍ଷୀୟ ଜିନ ବେନ ଲେଣ୍ଡଘମ୍‌ ଏଣ୍ଟଓ୍ବର୍ପରେ ରୁହନ୍ତି। ତାଙ୍କ କହିବା ଅନୁଯାୟୀ ସେ କେବେ ବି ପିଜା ଅର୍ଡର କରିନାହାନ୍ତି। କିନ୍ତୁ ପ୍ରତିଦିନ କେହି ନା କେହି ଡେଲିଭରୀ ବୟ ତାଙ୍କ ଘରେ ପିଜା ଦେଇ କି ଯାଇଥାନ୍ତି। ସବୁଠାରୁ ବିଶେଷ କଥା ହେଲା ଉକ୍ତ ଡେଲିଭରୀର କୌଣସି ସମୟ ସୀମା ନାହିଁ। କେତେବେଳେ ଅଧା ରାତିରେ ତ କେତେବେଳେ ଦିନରେ। କେବଳ ସେତିକି ନୁହେଁ ଥରେ ଏକା ଥରକେ ୧୪ଟି ପିଜା ଡେଲିଭରି ହୋଇଥିଲା ବୋଲି ଜିନ ବେନ କହିଛନ୍ତି। ତେବେ ସେ କେବେବି ଏହି ପିଜାଗୁଡ଼ିକୁ ସ୍ବୀକାର କରି ନ ଥିବାରୁ ଏଥିପାଇଁ ଦେୟ ମଧ୍ୟ ଦେବାକୁ ପଡ଼ିନାହିଁ। ପ୍ରାୟ ସମୟରେ ଏହି ଘଟଣାକୁ ନେଇ ସେ ଚିନ୍ତିତ ଥିବା ସହ ଆଶ୍ଚର୍ଯ୍ୟ ପ୍ରକାଶ ମଧ୍ୟ କରିଥାନ୍ତି। ଏପରିକି ଘର ବାହାରେ ଯଦି କୌଣସି ସ୍କୁଟରର ଶବ୍ଦ ହୁଏ ତେବେ ତାଙ୍କୁ ଲାଗେ ପିଜା ଡେଲିଭରୀ ବୟ ଆସିଗଲାକି? ସେହିଭଳିି କିଛି ଘଟଣା ଘଟିଛି ଜିନ ବେନଙ୍କ ଅନ୍ୟଜଣେ ବନ୍ଧୁଙ୍କ ସହ। ତାଙ୍କୁ ବି ପ୍ରତିଦିନ ମାଗଣାରେ ପିଜା ଡେଲିଭରି ହେଉଛି। ଦୁହିଁିଙ୍କ ମଧ୍ୟରୁ ଯାହା ପାଖରେ ପ୍ରଥମେ ପିଜା ପହଞ୍ଚେ ସେ ଅନ୍ୟଜଣଙ୍କୁ ଏନେଇ ଜଣାଇଥାଏ ବୋଲି ଜିନ ବେନ କହିଛନ୍ତି। ତେବେ ଏହି ପିଜା କିଏ ପଠାଉଛି ଓ କ’ଣ ପାଇଁ ତାହା ଏବେ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri