୮ ହଜାର କୋଟିର ଅଳଙ୍କାର ଲୁଟ୍‌

ବର୍ଲିନ: ଜର୍ମାନୀର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ ଥିବା କୁହାଯାଉଛି। ସଂଗ୍ରହାଳୟରୁ ଚୋରମାନେ ୮ ହଜାର କୋଟିର ଅଳଙ୍କାର ଏବଂ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ୩ ସେଟ୍‌ ଅଳଙ୍କାର ଚୋରି ହୋଇଥିବା ପୋଲିସ ସୂଚନା ଦେଇଛି। ସେଥିମଧ୍ୟରେ ୧୮ ଶତାବ୍ଦୀର ସୈକ୍ସୋନି ରାଜବଂଶର ଶାସକ ଅଗଷ୍ଟସ୍‌ ଦି ଷ୍ଟ୍ରଙ୍ଗ୍‌ଙ୍କ ଆଭୁଷଣ ରହିଛି। ଲାଇନ୍‌ କଟିଥିବାବେଳେ ଚୋର ଝରକା ବାଟ ଦେଇ ସଂଗ୍ରହାଳୟରେ ପ୍ରବେଶ କରି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ୨ ଜଣ ଲୋକ ଝରକା ଭାଙ୍ଗି ସଂଗ୍ରହାଳୟରେ ପ୍ରବେଶ କରୁଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି। ଡ୍ରେସ୍‌ଡେନ୍‌ ରାଜମହଲରେ ଥିବା ଏହି ସଂଗ୍ରହାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲେ ମଧ୍ୟ ଚୋରି କିପରି ହେଲା, ସେ ନେଇ ତଦନ୍ତ ଜାରିରହିଛି। ଏଠାରେ ହାତୀଦାନ୍ତ ଖଚିତ ସାମଗ୍ରୀ, ହୀରା ଖଚିତ ସୁନା ଏବଂ ରୁପା ଅଳଙ୍କାର ଆଦି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରିତାର

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅନେକ ଐତିହାସିକ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ଘଞ୍ଚ...

ଯୁଦ୍ଧ ପାଇଁ ଚାଇନାର ଅଣ୍ଟାଭିଡ଼ା: ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ବେଜିଂ,୨୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦେଶର ସୈନ୍ୟ ବାହିନୀଙ୍କ ଉଦ୍ଦେଶ୍ୟରେ...

ବେଣୀ ପାଇଁ…

କେଶସଜ୍ଜା ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ। ବିଭିନ୍ନ ପ୍ରକାରର କେଶସଜ୍ଜା ମଧ୍ୟରେ ବେଣୀର ଫ୍ୟାଶନ ବହୁ ପୁରାତନ କାଳରୁ ଚାଲି ଆସିଛି। ତେବେ ଆଜିକାଲି...

କାନାଡାରେ ପହଞ୍ଚିଲା ‘ଓମିକ୍ରନ’

ଓଟାୱା,୨୯ ।୧୧: କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ’ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ସବୁ ଭାରିଏଣ୍ଟଠାରୁ ଏହା ମାରାତ୍ମକ ବୋଲି...

ପାକିସ୍ତାନ ଓ୍ବେବ୍‌ସାଇଟ୍‌ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍‌ର ଲେଖିଲେ…

ଇସ୍‌ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ...

ଏହି ୨ ଆପ୍‌ ଦେବ ମାଗଣା ଇଣ୍ଟରନେଟ୍‌ ସୁବିଧା, ନେଟ୍‌ ପ୍ୟାକ୍‌ ସରିଗଲେ ବି ନାହିଁ ଚିନ୍ତା…

ନୂଆଦିଲ୍ଲୀ,୩୦।୬: ଏବେ ସଭିଙ୍କ ପାଖରେ ସ୍ମାର୍ଟଫୋନ୍‌। ଧୀରେଧୀରେ ସୋସିଆଲ ମିଡ଼ିଆ ସହିତ ନିରନ୍ତର ସଂଯୋଗରେ ରହୁଥିବା ୟୁଜରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବେଳେବେଳେ...

ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି

କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍‌ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ...

ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ...

Advertisement


Archives

Model This Week