୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର

ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ ଥିବା କୁହାଯାଉଛି। ସଂଗ୍ରହାଳୟରୁ ଚୋରମାନେ ୮ ହଜାର କୋଟିର ଅଳଙ୍କାର ଏବଂ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ୩ ସେଟ୍‌ ଅଳଙ୍କାର ଚୋରି ହୋଇଥିବା ପୋଲିସ ସୂଚନା ଦେଇଛି। ସେଥିମଧ୍ୟରେ ୧୮ ଶତାବ୍ଦୀର ସୈକ୍ସୋନି ରାଜବଂଶର ଶାସକ ଅଗଷ୍ଟସ୍‌ ଦି ଷ୍ଟ୍ରଙ୍ଗ୍‌ଙ୍କ ଆଭୁଷଣ ରହିଛି। ଲାଇନ୍‌ କଟିଥିବାବେଳେ ଚୋର ଝରକା ବାଟ ଦେଇ ସଂଗ୍ରହାଳୟରେ ପ୍ରବେଶ କରି ଏଭଳି କାଣ୍ଡ ଭିଆଇ ଥିବା କୁହାଯାଉଛି। ୨ ଜଣ ଲୋକ ଝରକା ଭାଙ୍ଗି ସଂଗ୍ରହାଳୟରେ ପ୍ରବେଶ କରୁଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି। ଡ୍ରେସଡେନ୍‌ ରାଜମହଲରେ ଥିବା ଏହି ସଂଗ୍ରହାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲେ ମଧ୍ୟ ଚୋରି କିପରି ହେଲା ସେ ନେଇ ତଦନ୍ତ ଜାରି ରହିଛି। ଏଠାରେ ହାତୀ ଦାନ୍ତ ଖଚିତ ସାମଗ୍ରୀ, ହୀରା ଖଚିତ ସୁନା ଏବଂ ରୁପା ଅଳଙ୍କାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ୍‌ ସପକ୍ଷରେ ରାଷ୍ଟ୍ରପତିଙ୍କ ଭାଇ

କାବୁଲ,୨୨।୮: ଆଫଗାନିସ୍ତାନର କ୍ଷମତାଚ୍ୟୁତ ତଥା ପଳାତକ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ଭାଇ ହଶମତ୍‌ ଗନି ଅହମଦଜାଇ ତାଲିବାନକୁ ସମର୍ଥନ ଜଣାଇଛନ୍ତି। ସେ ତାଲିବାନ ପ୍ରତି ଆନୁଗତ୍ୟ...

ମୋଦିଙ୍କୁ ରାଷ୍ଟ୍ରପତି କହିଲେ ଇମ୍ରାନ୍‌

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତୁଣ୍ଡ ଖସିଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ରାଷ୍ଟ୍ରପତି ବୋଲି କହିଥିଲେ।...

ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର...

ଚାଇନାରେ ବିବାହ ସଙ୍କଟ: ୧୦ ବର୍ଷରେ ଅଧାରେ ପହଞ୍ଚିଲା, ବିବାହ-ଦାମ୍ପତ୍ୟ ଜୀବନକୁ ଜୁଆ କହୁଛନ୍ତି ଲୋକେ…

ବେଜିଂ,୬।୨ : ପୃଥିବୀର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ପ୍ରତିବର୍ଷ ବିବାହ ସଂଖ୍ୟାରେ ହ୍ରାସ...

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା...

କ୍ଷମତା ଦଖଲ ନେତାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ନାଇଜର ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ…

ନିଆମେ,୩୧।୭ : ପଶ୍ଚିମ ଆଫ୍ରିକୀୟ ନାଇଜର ଦେଶରେ ସେନା ଦାବି କରିଛି ସେମାନେ ଏକ କ୍ଷମତା ଦଖଲ ଆକ୍ରମଣ କରିଛନ୍ତି ଏବଂ ସେମାନେ ରାଷ୍ଟ୍ରପତି ମହମ୍ମଦ...

ଫେଡେରାଲ ରିଜର୍ଭ ବୃ୍‌ଦ୍ଧି କଲା ସୁଧହାର…

ଓ୍ବାଶିଂଟନ, ୨୨।୯ : କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଅତ୍ୟନ୍ତ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଭାରତ...

ଶେଷରେ ମାନିଲା ପାକିସ୍ତାନ

ଇସଲାମାବାଦ୍‌,୧।୨: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତ ସମ୍ପର୍କରେ ଏକ ଅଜବ ବିବୃତ୍ତି ଦେଇଛନ୍ତି। ପେଶୱାର ମସଜିଦରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ବିଷୟରେ ପାକିସ୍ତାନୀ...

Advertisement
Archives

Model This Week