୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ୪ କୋର୍ଟ ଚାଲାଣ

କୋରୁକୋଣ୍ଡା,୨୧।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୮ କୁଇଣ୍ଟାଲ ୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ପୁରୁଣା ଚିମିଟାପାଲି ପଞ୍ଚାୟତ ନିକଟସ୍ଥ କେନାଲ ଛକ ପାଖରେ ପ୍ରାୟ ୨୦ଜଣ ଭାରରେ କ’ଣ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ସନ୍ଦେହରେ ସେମାନଙ୍କୁ ଅଟକାଇବାରୁ ୧୬ ଜଣ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ଯାଞ୍ଚ କରିବାରୁ ସମସ୍ତ ଭାରରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଏଥିରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଜୟସେନ ଖିଲ, ବଳରାମ ଖିଲ, ମଦନ ଖିଲ, ରାମଚନ୍ଦ୍ର ଖିଲ। ଏ ସମସ୍ତେ ଚିତ୍ରକୋଣ୍ଡାର ଆର୍‌ଏସି-୧୩ ଗ୍ରାମର ବୋଲି ଜଣାପଡ଼ିଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼ ଯାଉଥିଲା ବୋଲି ଥାନା ଅଧିକାରୀ ଜଗଦୀଶ ବାରା କହିଛନ୍ତି। ଶନିବାର ଅପରାହ୍ନରେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ...

ଐତିହାସିକ ବିଜୟ, ତଥାପି ମନଉଣା

ବଇଣ୍ଡା, ୨୫ା୫(ଡି.ଏନ.ଏ.)- ବିଜୟ ବାସ୍ନା ପାଉ ପାଉ ଅନେକ ପ୍ରାର୍ଥୀ ଉତ୍ସବ ଆୟୋଜନରେ ଲାଗିପଡ଼ନ୍ତି। ଫୁଲ, ତେଲ, ବାଜା, ବାଣ ଆଦି ପାଇଁ ଆଗୁଆ ବରାଦ...

ସ୍ନେହ ବଦଳାଇଦେଲା ନରହନ୍ତା ଦନ୍ତା ‘ରାକେଶ’ର ହିଂସ୍ର ସ୍ବଭାବ

ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍‌ ହୋଇ...

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର...

୧,୧୭,୩୨୪ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ରାୟଗଡ଼ା...

ପୋଲିସ ଇନ୍‌ଫର୍ମର ସନ୍ଦେହରେ ପୁଣି ହତ୍ୟା: ୧୨ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ଦ୍ୱିତୀୟ ନରସଂହାର

ଲାଞ୍ଜିଗଡ,୨୨।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା...

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀସଂଘର୍ଷ: ୭ ଆହତ, ୨ କୋର୍ଟଚାଲାଣ

ସିମୁଳିଆ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ...

କବାଟ ବନ୍ଦ କରି ଫାଶି ଲଗାଇଲେ ଛାତ୍ରୀ; ମେସ୍‌ରୁ ଉଦ୍ଧାର ହେଲା ମୃତଦେହ

ଭଦ୍ରକ,୨୮।୯: ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳର ଏକ ଲେଡିଜ ମେସରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ...

Advertisement
Archives

Model This Week