୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର ମଧ୍ୟାହ୍ନ ଭୋଜନ ହେରଫେର କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ଗତ ଜୁଲାଇ ୯ରେ କଦଳୀଗଡ ହାଇସ୍କୁଲରେ ପାଠ ପଢୁଥିବା ୧୦୭ ଜଣ ଛାତ୍ରୀଛାତ୍ର ଗ୍ରାମର ଏକ ମନ୍ଦିରରେ ଭୋଗ ଖାଇଥିଲେ। ହେଲେ ଏହି ଦିନ ସ୍କୁଲର ୮୬ ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇଥିବା ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରିପୋର୍ଟ ପ୍ରଦାନ କରିଥିଲେ। ଏହା ଜଣାପଡିବା ପରେ ସ୍କୁଲ ଶିକ୍ଷା କମିଟି ଓ ଗ୍ରାମବାସୀ ୧୪ ତାରିଖରେ ରେଢାଖୋଲ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଜିଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବ୍ଲକ ଶିକ୍ଷାଧିକାରୀ ଘଟଣାର ତଦନ୍ତ କରିବାକୁ ଏବିଇଓ ଚନ୍ଦ୍ରମଣି ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବିଇଓ ତଦନ୍ତ କରିବା ପରେ ଉକ୍ତ ଦିନ ଛାତ୍ରୀଛାତ୍ର ସ୍କୁଲରୁ ଯାଇ ମନ୍ଦିରରେ ଭୋଗ ଖାଇଥିବା ପ୍ରମାଣିତ ହୋଇଥିଲା। ବିଇଓଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ ବିଇଓ ପତ୍ର ସଂଖ୍ୟା ୧୦୬୬ରେ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଅନୁଧ୍ୟାନ କରିବା ପରେ ଜିଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାସ ପତ୍ର ସଂଖ୍ୟା ୯୧୩୫ରେ ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସାହୁଙ୍କୁ ନିଲମ୍ବନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଭଗବାନ ବାଙ୍କିରା ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri