୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ମିଳିବ ଆଡମିଟ୍‌ କାଡର୍ର୍

କଟକ ଅଫିସ,୨।୭: ଆସନ୍ତା ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏଥିପାଇଁ ଆଡମିଟ୍‌ କାର୍ଡ ମଙ୍ଗଳବାରଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ୱେବସାଇଟ www.bseodisha.ac.inରେ ଉପଲବ୍ଧ ହେବ। ଏହାକୁ ପରୀକ୍ଷାର୍ଥୀ ଡାଉନଲୋଡ କରିପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି କହିଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସମାନ ଦିନରେ ଆରମ୍ଭ ହେବ। ଏହି ପରୀକ୍ଷାର୍ଥୀମାନଙ୍କ ଆଡମିଟ କାର୍ଡ ଜୁଲାଇ ୩ରେ ୱେବସାଇଟରେ ଉପଲବ୍ଧ ହେବ ବୋଲି ଡ. ମହାନ୍ତି କହିଥିଲେ। ସୂଚନାଥାଉ କି, ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ରୁ ୧୪ ତାରିଖ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୨୨ଟି ପରୀକ୍ଷା କେନ୍ଦ୍ରରେ ୨୭,୬୧୬ଜଣ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ଓ ୫୫ଟି ପରୀକ୍ଷା କେନ୍ଦ୍ରରେ ୯୦୩୩ଜଣ ପରୀକ୍ଷାର୍ଥୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍‌ରେ ନିଜ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୭୫ତମ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୁନ୍ଦରଗଡ଼ ଅଫିସ,୧୫।୮: ସୁନ୍ଦରଗଡ଼ରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶଙ୍କରାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...

ଲକ୍ ଡାଉନକୁ ବେଖାତିର, ପରମ୍ପରା ଆଳରେ ବନ୍ୟଜନ୍ତୁ ଶିକାର

ବୈପାରିଗୁଡ଼ା,୫।୪(ଡି଼.ଏନ୍.ଏ.): କରୋନାକୁ ନେଇ ଚାରିଆଡ଼େ ଆତଙ୍କିତ ପରିସ୍ଥିତି। ସବୁଠି ଲକ୍ ଡାଉନ୍। ବାହାରକୁ ନ ଆସିବାକୁ ପୋଲିସ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି। ଗୋଷ୍ଠୀଗତ ଭାବେ...

ନିଶା ବେପାରୀଙ୍କ ବେଆଇନ ଦୋକାନ ଉଚ୍ଛେଦ କରିବ ବିଡିଏ: ଡିସିପି

ଭୁବନେଶ୍ୱର, ୧୯ା୭(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସରକାରୀ ସ୍ଥାନକୁ ଜବରଦଖଲ କରି ବେଆଇନ ନିଶା କାରବାର ଚାଲୁଛି। ବିଭିନ୍ନ ଦୋକାନ ଖୋଲି ସେଥିରେ ନିଶାଦ୍ରବ୍ୟ ବ୍ୟବସାୟ...

ମାନସ ସ୍ବାଇଁଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ବେଳକୁ ବେଳ ବିବାଦୀୟ ହେଉଥିବା ଏହି ମାମଲାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ...

ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍‌ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର...

ଭିଡିଓ କନ୍‌ଫରେନ୍ସରେ କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ

ଚାନ୍ଦବାଲି, ୧୨।୪(ଡି.ଏନ.ଏ.):ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଭଦ୍ରକ ଜେଲ୍‌ରେ ଥିବା ମୁଖ୍ୟ ଅଭିଯୁକ୍ତ...

ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ...

ଭୁବନେଶ୍ୱରରେ ବୁଲିବ ମାସ୍କ ମୋବାଇଲ ଭ୍ୟାନ୍‌

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ଭୂୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସାଧାରଣ ଲୋକଙ୍କ ଲାଗି...

Advertisement
Archives

Model This Week