୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ମିଳିବ ଆଡମିଟ୍‌ କାଡର୍ର୍

କଟକ ଅଫିସ,୨।୭: ଆସନ୍ତା ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏଥିପାଇଁ ଆଡମିଟ୍‌ କାର୍ଡ ମଙ୍ଗଳବାରଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ୱେବସାଇଟ www.bseodisha.ac.inରେ ଉପଲବ୍ଧ ହେବ। ଏହାକୁ ପରୀକ୍ଷାର୍ଥୀ ଡାଉନଲୋଡ କରିପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି କହିଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସମାନ ଦିନରେ ଆରମ୍ଭ ହେବ। ଏହି ପରୀକ୍ଷାର୍ଥୀମାନଙ୍କ ଆଡମିଟ କାର୍ଡ ଜୁଲାଇ ୩ରେ ୱେବସାଇଟରେ ଉପଲବ୍ଧ ହେବ ବୋଲି ଡ. ମହାନ୍ତି କହିଥିଲେ। ସୂଚନାଥାଉ କି, ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ରୁ ୧୪ ତାରିଖ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୨୨ଟି ପରୀକ୍ଷା କେନ୍ଦ୍ରରେ ୨୭,୬୧୬ଜଣ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ଓ ୫୫ଟି ପରୀକ୍ଷା କେନ୍ଦ୍ରରେ ୯୦୩୩ଜଣ ପରୀକ୍ଷାର୍ଥୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍‌ରେ ନିଜ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…

୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ…

ବଡ଼ ବୟାନ ଦେଲେ ଭକ୍ତ ଦାସ; ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ, ମେଣ୍ଟ…

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ): ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍‌ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri