୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍‌ପି ମହେଶ କୁମାର ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ କୁମାର ସାଏ, ରାଜ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ମୀନକେତନ ଅମାନ୍ତ ଓ ଜିଲା ପରିଷଦ ସଭାପତି ବାସନ୍ତୀ କିଷାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ ହୋଇଥିବାବେଳେ ଜିଲାପାଳ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚଳିତବର୍ଷ ଜଳ ସଂରକ୍ଷଣକୁ ଜିଲା ମହୋତ୍ସବର ବାର୍ତ୍ତା ଭାବେ ରଖାଯାଇଛି।
କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏମ୍‌ପି ସାହୁ କହିଥିଲେ ଯେ, ଜିଲାରେ ଖଣି, ଜଳ ଓ ବନ ସମ୍ପଦ ଭରି ରହିଛି। ଏହାର ସଦୁପଯୋଗ କରାଯାଇପାରିଲେ ଜଳ ସଂରକ୍ଷଣ ହୋଇପାରିବ। ଜିଲା ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ଜିଲାରେ ଥିବା ସୁପ୍ତ ପ୍ରତିଭାଙ୍କୁ ଜାଗ୍ରତ କରାଯିବା ବୋଲି ଏମ୍‌ପି ସାହୁ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ବିଧାୟକ ସିଂହ କହିଥିଲେ, ୭ମ ରୁ ୮ମ ଜିଲା ମହୋତ୍ସବ ସମୟ ମଧ୍ୟରେ ଜିଲାରେ ବହୁ କିଛି ପରିବର୍ତ୍ତନ ହୋଇଛି। ବିଶେଷକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତି ଘଟିଛି। ଟ୍ରମା କେୟାର ସେଣ୍ଟର ଖୋଲିବାର ବ୍ୟବସ୍ଥା ହେଉଥିବାବେଳେ ଶଯ୍ୟା ସଂଖ୍ୟା ୨ଶହକୁ ବୃଦ୍ଧି ପାଇବ। ବିଳମ୍ବରେ ହେଲେ ମଧ୍ୟ ଖୁବ୍‌ଶୀଘ୍ର ଜାତୀୟ ରାଜପଥରରେ ବାଇପାସ୍‌ ଫିଟିବ। ଖଣି ଓ ସ୍ବାସ୍ଥ୍ୟ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ବ୍ୟବହାର ହେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ପାଣ୍ଠି ଖର୍ଚ୍ଚ କରାଯିବା ନିମନ୍ତେ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ଧାନର ଅଭାବୀ ବିକ୍ରି: ଏଯାବତ୍‌ ଖୋଲୁ ନାହିଁ ସରକାରୀ ଧାନମଣ୍ଡି

ରୂପ୍‌ସା,୯।୧୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଯାବତ୍‌ ସରକାରୀ ଧାନ ମଣ୍ଡି ଖୋଲି ନ ଥିବାରୁ...

ବେଢ଼ାବନ୍ଧ ବିକାଶ ଅପେକ୍ଷା ରାଜନୀତି ବେଶି

ବ୍ରହ୍ମପୁର ଅଫିସ,୧୫।୫: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ୪୬୨.୮୪ କୋଟି ଟଙ୍କାର ବୃହତ୍‌ ବଜେଟ ଅନୁମୋଦିତ ହୋଇଛି। ନିଜସ୍ବ ଆୟ ନ...

ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୧୧।୬ ନବଜାତ ଶିଶୁର ମୃତ୍ୟୁକୁ ନେଇ ଶୁକ୍ରବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଅଧିକାରୀ ଓ ପୋଲିସ ପହଞ୍ଚତ୍...

ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ...

ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା

ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର...

ଗରିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ କିଟ୍‌ ପ୍ରଦାନ

ଖଣ୍ଡପଡ଼ା,୨୨ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ଅଞ୍ଚଳସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଗରିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ନୀଳମାଧବ ଘରୋଇ ମୋଟର କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର...

ଏପ୍ରିଲରେ କରିଥିଲେ ବିବାହ: ଘରୁ ମିଳିଲା ଯୁବକଙ୍କ ମୃତଦେହ

ଭବାନୀପାଟଣା,୨।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କାଳୀମନ୍ଦିର ପଡ଼ାରୁ ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ସୁଶାନ୍ତ ସାହୁ (୨୩)। ସୁଶାନ୍ତ...

୨ ଘଣ୍ଟାରେ ଛିନ୍‌ଛତ୍ର

ରାସୋଳ, ୩୧।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ରାସୋଳ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ୨ଘଣ୍ଟା ଧରି ହୋଇଥିବା ଝଡ଼ବତାସରେ ଅଞ୍ଚଳର ଚିତ୍ର ବଦଳିଯାଇଥିବାବେଳେ...

Advertisement
Archives

Model This Week