୭ ବର୍ଷରେ ୨୪.୬୧ % ଦାରିଦ୍ର୍ୟ କମିଛି: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୦ ବର୍ଷ ମଧ୍ୟରେ ଓଡିଶା ସାମଗ୍ରିକ ଅର୍ଥନୈତିକ ପ୍ରଗତି, ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି ହାସଲ କରିଛି। ଏକ ସ୍ଥିର ଏବଂ ସମ୍ବେଦନଶୀଳ ଶାସନ, ଉତ୍ତମ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ସାମାଜିକ, ଅର୍ଥନୈତିକ ଏବଂ ଭିତ୍ତିଭୂମି ତଥା ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର ହାସଲ ହୋଇପାରିଛି। ଗୁରୁବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା।
କହିଛନ୍ତି ଯେ ନୀତି ଆୟୋଗ ଦ୍ୱାରା ଗଠିତ ତେନ୍ଦୁଲକର କମିଟିର ପଦ୍ଧତି ଅନୁଯାୟୀ ରାଜ୍ୟର ଦାରିଦ୍ର୍ୟ ଅନୁପାତ ୨୦୦୪-୦୫ରେ ୫୭.୨୦% ଥିବାବେଳେ ୨୦୧୧-୧୨ରେ ୩୨.୫୯%କୁ ହ୍ରାସ ପାଇଛି। ରାଜ୍ୟର ଦାରିଦ୍ର୍ୟ ହ୍ରାସ ୨୪.୬୧ ପ୍ରତିଶତ, ଯାହାକି ଦେଶର ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ସର୍ବାଧିକ। ଏହି ପଦ୍ଧତି ଅନୁଯାୟୀ ୨୦୦୪-୦୫ରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ବାସକରୁଥିବା ସମୁଦାୟ ଜନସଂଖ୍ୟା ୨୨୧.୬୦ ଲକ୍ଷ ଥିବା ବେଳେ ୨୦୧୧-୧୨ ଏହା ୧୩୮.୫୩ ଲକ୍ଷକୁ ହ୍ରାସ ପାଇଛି। ଉକ୍ତ ସମୟ ମଧ୍ୟରେ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଥିବା ଜନସଂଖ୍ୟା ୮୩.୦୭ ଲକ୍ଷ । ରାଜ୍ୟ ସରକାରଙ୍କ ସାମଗ୍ରିକ ବିକାଶ ଦିଗରେ ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ଯୋଗୁ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଛି। କେବଳ ଦାରିଦ୍ର୍ୟ ହ୍ରାସ ପାଉ ନାହିଁ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ୨୦୦୨-୦୩ରୁ ୨୦୧୫-୧୬ ମଧ୍ୟରେ ରାଜ୍ୟରେ କୃଷି କ୍ଷେତ୍ରରେ ୮.୦୫% ଅଭିବୃଦ୍ଧି ହସଲ ହୋଇପାରିଛି। ଫଳରେ ଖାଦ୍ୟ ଶସ୍ୟ ନିଅଣ୍ଟିଆରୁ ବର୍ତ୍ତମାନ ବଳକା ରାଜ୍ୟ ଭାବେ ଓଡିଶା ଉଭା ହୋଇଛି। ସାମାଜିକ ବିକାଶ କ୍ଷେତ୍ରରେ ରାଜ୍ୟର ୪୫.୫୫ ପ୍ରତିଶତ ପାଣ୍ଠି ବିନିଯୋଗ ରାଜ୍ୟ ସରକାରଙ୍କ ସାମଗ୍ରିକ ଓ ସୁଷମ ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ସାମଗ୍ରିକ ଉତ୍ପାଦନ ୨୦୦୦-୦୧ରେ ୪୮୪୧୪.୮୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୯-୨୦ରେ ୫୩୩୮୨୨.୪୬ କୋଟି ଟଙ୍କାରେ ପହଞ୍ଚି ପାରିଛି। ୨୦୦୦-୦୧ରୁ ୨୦୧୯-୨୦ ମଧ୍ୟରେ ଘରୋଇ ଉତ୍ପାଦ ପ୍ରାୟ ୧୧ ଗୁଣା ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଓଡିଶାରେ ଦାରିଦ୍ର୍ୟ କରୋନା ଭାଇରସ ଭଳି ମାଡି ଚାଲିଛି। ରାଜ୍ୟର ଋଣ ବୋଝ ୧ ଲକ୍ଷ ୬୦ ହଜାର କୋଟିକୁ ଟପିଲାଣି। ରାଜ୍ୟର ଦାରିଦ୍ର୍ୟ ହାର ଅକ୍ସଫୋର୍ଡ ୟୁନିଭରସିଟି ରିପୋର୍ଟ ଅନୁଯାୟୀ ୬୩ ପ୍ରତିଶତରେ ପହଞ୍ଚିଛି। କାଳିଆ ଯୋଜନାରେ ଦରିଦ୍ର୍ୟ ହିତାଧିକାରୀଙ୍କୁ ଭତ୍ତା ନ ଦେଇ ଦଳୀୟ ଭିତ୍ତିରେ ଟଙ୍କା ବଣ୍ଟାଯାଇଛି। ଯେଉଁଥିପାଇଁ ୪୫ ହଜାର ଅଯୋଗ୍ୟ ହିତାଧିକାରୀ ଧରାପଡିଛନ୍ତି। ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ଭରି ରହିଛି। ରାଜ୍ୟର ଦାରିଦ୍ର୍ୟକୁ ନେଇ ବିରୋଧୀ ଦଳ ଗୁରୁବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିଲେ।
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ଆମେ ଯେତେବେଳେ ସରକାରରେ ଥିଲୁ ସେତେବେଳେ ରାଜ୍ୟର ଋଣ ଭାର ୧୮ ହଜାର କୋଟି ଥିଲା। ଆମେ ଭାବୁଥିଲୁ କଂଗ୍ରେସ ରାଜ୍ୟ ଉପରେ ଋଣ ଲଦି ଦେଇ ଯାଇଛି। ମାତ୍ର ଏହି ଋଣ ମାଡି ମାଡି ଚାଲିଛି। ଅଣ୍ଡା, ମାଛ, ଆଳୁ, ପିଆଜ, ଡାଲି ବାହାର ରାଜ୍ୟରୁ ଆଣୁଛୁ। ଓଡିଶାରେ ତାହା ହେଲେ ହେଉଛି କଣ। ଇଜ୍‌ ଅଫ୍‌ ଡୁଇଙ୍ଗ ବିଜିନେସରେ ରାଜ୍ୟର ନମ୍ବର ୨୦୧୫ରେ ୭ମ ସ୍ଥାନରୁ ୨୦୧୭ରେ ୧୪ ସ୍ଥାନକୁ ଖସିଗଲାଣି ରାଜ୍ୟରେ ଏବେ ୯ ଲକ୍ଷ ଶିକ୍ଷିତ ପଞ୍ଜିକୃତ ବେକାର । ଶିକ୍ଷିତ ଏବଂ ଅଶିକ୍ଷିତଙ୍କୁ ମିଶାଇଲେ ପ୍ରାୟ ୧ କୋଟି ବେକାର ଓଡିଶାରେ ଅଛନ୍ତି ବୋଲି କହିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଅଭିଯୋଗ କରିଥିଲେ ଯେ ସେ ଦେଉଥିବା ମୁଲତବୀ ଲେଖାକୁ ବାଚସ୍ପତି ବଦଳାଇ ଦେଉଛନ୍ତି। ଗତ କାଲି ବଦଳାଯାଇଥିଲା । ପୁଣି ଆଜି ବଦଳାଇ ଦିଆଯାଇଛି । କାହିଁକି ଏପରି କରାଯାଉଛି ।
ସରକାର ଡରି କରି ଏପରି କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବେ ବୋଲି ଧମକ ଦେଇଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଉନ୍ନତି କରିବା ପରିବର୍ତ୍ତେ ତଳକୁ ତଳକୁ ଯାଉଛି । ଦାରିଦ୍ର୍ୟ କମାଇବାକୁ ହେଲେ ଦୃଢ ଇଚ୍ଛାଶକ୍ତି ଦରକାର। ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର କହିଥିଲେ ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ। ସ୍ବାଭିମାନର ସହ ବଞ୍ଚିବା ଜଣେ ବ୍ୟକ୍ତିର ମୌଳିକ ଅଧିକାର। ମାତ୍ର ଏହି ଅଧିକାର ଦାରିଦ୍ର୍ୟ ଛଡାଇ ନେଇଛି। ସ୍କୁଲରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଦିଲ୍ଲୀର କେଜ୍‌ରିଓ୍ବାଲ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରିଛନ୍ତି। ରାଜ୍ୟରେ ଗତ ୨୦ ବର୍ଷ ଧରି ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଚାଲିଛି ବୋଲି ନରସିଂହ କହିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁୂମାର ରାଉତରାୟ ମୁଲତବୀ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ସଦସ୍ୟ ଅମର ଶତପଥୀ, ଧ୍ରୁବ ଚରଣ ସାହୁ, ପ୍ରଫୁଲ୍ଲ କୁମାର ସାମଲ ଏବଂ ଅଶ୍ୱିନୀ ପାତ୍ର ପ୍ରମୁଖ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଜରିଆରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ବେକାରି ହ୍ରାସ କରିବା ନେଇ ସରକାର ଗୁଣଗାନ କରିଥ୍‌ତ୍ଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

ଟାଣ ଖରାରେ ପିକଅପ ଭ୍ୟାନରେ ବୁହା ହେଉଛନ୍ତି ଲୋକେ: ଶୋଇଛି ପରିବହନ ବିଭାଗ

ଦାରିଙ୍ଗବାଡି,୩୦।୫(ଅରୁଣ ସାହୁ): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୦ଟାଠାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଜରୁରୀ କାମଧନ୍ଦା ନ ଥିଲେ ଲୋକ ଘରୁ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ, କିଲୋ ପିଛା ବଢିଲା…

ନୂଆଦିଲ୍ଲୀ,୩୦।୫: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri