୭୨ ବର୍ଷରେ ମୌସୁମୀ: ପ୍ରକୃତ ନାମ ଥିଲା ଇନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ରବିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ଏପ୍ରିଲ୍‌ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ୍‌ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା ଇନ୍ଦିରା ଚାଟାର୍ଜୀ ଥିଲା। ବଙ୍ଗାଳି ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର୍‌ ତାଙ୍କ ନାମକୁ ପରିବର୍ତ୍ତନ କରି ମୌସୁମୀ ରଖିଥିଲେ। ତାଙ୍କର ବହୁ ବଙ୍ଗାଳି ତଥା ହିନ୍ଦୀ ଫିଲ୍ମ ବକ୍ସ୍‌ ଅଫିସରେ ହିଟ୍‌ ହୋଇଥିଲା। ୧୬ ବର୍ଷ ବୟସରେ ସେ ବଙ୍ଗାଳୀ ଫିଲ୍‌ ବାଳିକା ବଧୂରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ଏହି ଫିଲ୍ମ ସୁପର ହିଟ୍‌ ହୋଇଥିଲା। ତାଙ୍କର ବିବାହ କମ୍‌ ବୟସରେ ପ୍ରଡ୍ୟୁସର ଜୟନ୍ତ ମୁଖାର୍ଜୀଙ୍କ ସହିତ ହୋଇଥିଲା। ୧୮ ବୟସ ପୂର୍ବରୁ ସେ ମା’ ମଧ୍ୟ ହୋଇସାରିଥିଲେ। ଏହା ପରେ ସେ ହିନ୍ଦୀ ଫିଲ୍ମରେ ଲିଡ୍‌ ରୋଲ୍‌ କରିବା ଆରମ୍ଭ କରିଥିଲେ। ୧୯୭୨ରେ ତାଙ୍କ ଦ୍ୱାରା ଅଭିନୀତ ଅନୁରାଗ ଫିଲ୍ମର ଏଭର ଗ୍ରୀନ୍‌ ଗୀତ ଏବେ ବି ଲୋକଙ୍କୁ ରୋମାଞ୍ଚିତ କରିଥାଏ। ୧୯୭୪ରେ ହିନ୍ଦୀ ଫିଲ୍ମ ରୋଟି କପଡ଼ା ଔର ମକାନ୍‌ ଶୁଟିଂ ସମୟରେ ସେ ଗର୍ଭବତୀ ଥିଲେ। ମାତ୍ର ଏହି ଫିଲ୍ମରେ ଅତି ନିଖୁଣ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ବେଶ୍‌ ସଫଳ ରହିଥିଲା। ଅମିତାଭ ବଚ୍ଚନ, ବିନୋଦ ମେହେରା, ବିନୋଦ ଖାନ୍ନା, ରାଜେଶ ଖାନ୍ନା ଆଦି ଅଭିନେତାଙ୍କ ସହିତ ତାଙ୍କର ବହୁ ଫିଲ୍ମ ବେଶ୍‌ ସଫଳ ରହିଥିଲା। ମୌସୁମୀଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯମଜ ସନ୍ତାନର ମା’ ହେବେ କି ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଫଟୋଗ୍ରାଫର୍‌ କହିଲେ ଆଜି ପ୍ରପୋଜ ଡେ’, ଜବାବରେ ମିଳିଲା ଏମିତି ଉତ୍ତର

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର...

କରୀନାଙ୍କ ଏହି ମହଙ୍ଗା ହିଲ୍‌ର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ: ଦେଖିଲେ କହିବେ ଖାଲି ଚପଲ ଏହାଠୁ କେତେ ଭଲ

ଫ୍ୟାଶନ ଦୃଷ୍ଟିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ସମ୍ପୂର୍ଣ୍ଣ ଭିନ୍ନ। ସେ ଗର୍ଭାବସ୍ଥାରେ ଏପରି ଏକ ଷ୍ଟାଇଲିସ ଲୁକ୍‌ରେ ଦେଖାଯାଇଥିଲେ ଯେ ଅନ୍ୟମାନଙ୍କ ପାଇଁ...

ବାବା କି ଢାବାରେ ପହଞ୍ଚିଲେ ବଲିଉଡ୍‌ ଷ୍ଟାର୍‌

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ‘ବାବା କା ଢାବା’। ସୋସିଆଲ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା...

ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍‌ରେ ଏଭଳି କିଛି ସେଲିବ୍ରିଟି...

ଓଟିଟିରେ ରିଲିଜ୍‌ ପରେ ବି ହଲ୍‌କୁ ଯାଉଛନ୍ତି ଦର୍ଶକ

ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍‌ ଚ୍ୟାପ୍ଟର ୨ ’ ରିଲିଜ୍‌ ହେବା ଠାରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ବକ୍ସ ଅଫିସରେ ୧୨୨୧କୋଟି ଟଙ୍କା ଆୟ...

କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ମନାକଲେ ସାରା

୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌। ସୁନ୍ଦର ଅଭିନୟ ଓ ଭିନ୍ନ...

କ୍ରିତିଙ୍କ ବଦାନ୍ୟତା

ମୁମ୍ବାଇ: ପ୍ରତ୍ୟେକ କଳାକାର ପାଇଁ ସେମାନଙ୍କ ଫ୍ୟାନ୍ସମାନେ ହେଉଛନ୍ତି ଅମୂଲ୍ୟ ସମ୍ପଦ। କାରଣ ନିଜ ପ୍ରଶଂସକମାନଙ୍କ ଲାଗି ହିଁ ଜଣେ କଳାକାର ତାରକା ବା ସୁପରଷ୍ଟାର...

Advertisement
Archives

Model This Week