୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪ ଡାଉନ୍‌ ଜନଶତାବ୍ଦୀ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରରୁ ଆସି ଜଳେଶ୍ୱରରେ ପହଞ୍ଚିଥିଲା। ଏଠାରୁ ୨୩ଜଣ ଯାତ୍ରୀ ୨ନଂ. ପ୍ଲାଟଫର୍ମରୁ ଟ୍ରେନ୍‌ରେ ଚଢିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ଯାତ୍ରା ସମ୍ପର୍କୀତ ସମସ୍ତ ତଥ୍ୟ ପଞ୍ଜୀକରଣ କରାଯାଇଥିଲା। ସେହିପରି ଟ୍ରେନ୍‌ରୁ ୧୭ଜଣ ଯାତ୍ରୀ ଓହ୍ଲାଇବା ପରେ ସେମାନଙ୍କୁ ପଞ୍ଜୀକରଣ କରାଯାଇ ସେମାନଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପିଂ କରାଯାଇଥିଲା। ୦୨୦୭୩ ଅପ୍‌୍‌ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ଜଳେଶ୍ୱର ଷ୍ଟେଶନରେ ଲାଗିଥିଲା। ଏଥିରେ ୨୨ଜଣ ଯାତ୍ରୀ ଚଢିଥିବା ବେଳେ ୫୦ଜଣ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇଥିବା ରେଲଓ୍ବେ ସୂତ୍ରରୁ ପ୍ରକାଶ। ପ୍ରତିଦିନ ଏହି ଟ୍ରେନ୍‌ ଯାତାୟାତ କରିବାକୁ ଥିବା ବେଳେ ପରୀକ୍ଷା ନିରୀକ୍ଷା, ଥର୍ମାଲ ସ୍କ୍ରିନିଂ ଓ ଷ୍ଟାମ୍ପିଂ ହେବ ବୋଲି ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ ସୂଚନା ଦେଇଛନ୍ତି। ଟ୍ରେନ୍‌ ଆସିବା ପୂର୍ବରୁ ସକାଳ ସାଢେ ୭ଟା ବେଳେ ସମସ୍ତ ପ୍ଲାଟଫର୍ମକୁ ସାଇଟାଇଜ୍‌ କରାଯିବା ପରେ ଯାତ୍ରୀମାନଙ୍କୁ ଷ୍ଟେଶନ ଭିତରକୁ ଯିବାର ଅନୁମତି ଦିଆଯାଇଥିଲା। ଷ୍ଟେଶନର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ପ୍ଲାଟଫର୍ମକୁ ବ୍ୟାରିକେଡ କରାଯାଇ ୱାନ୍‌ ୱେ ଯାତାୟାତର ବ୍ୟବସ୍ଥା ଆର୍‌ପିଏଫ ଓ ଜିଆରପି ପକ୍ଷରୁ କରାଯାଇଥିଲା। ଯାତ୍ରୀମାନେ ନିଜ ନିଜ ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଜଳେଶ୍ୱର ବିଡିଓ ଦିପ୍ତିରଞ୍ଜନ ସେଠୀ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, କମଳଲୋଚନ ପାତ୍ର, ପ୍ରଶାନ୍ତ ପାତ୍ର, ଆର୍‌ପିଏଫ ଏସ୍‌ ସରକାର, ଅମିତ୍‌ କୁମାର, ସତୀଶ କୁମାର, ରାଜୀବ କୁମାର, ଜିଆର୍‌ପି ଏମ୍‌ ଭଞ୍ଜ, କେ. ଗଣ୍ଡ, ପ୍ରମୋଦ ଚନ୍ଦ୍ର ପରିଡା ଓ ଡି. ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ)-କନ୍ଧମାଳ ଜିଲାରେ ଗତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇ ନ ଥିଲା। ଏନେଇ ବିଭିନ୍ନ ବିଦ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା। ମାତ୍ର ପ୍ରମୁଖ ସମସ୍ୟା ଶିକ୍ଷକ...

ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ: ୨ ଅନ୍ତେବାସୀଙ୍କ ବିରୋଧରେ ଏତଲା ଦେଲେ ସରପଞ୍ଚ

ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ...

ବେଆଇନ ବାଣ ଭିଡ଼ିବା ବେଳେ ଅଘଟଣ: ବିସ୍ଫୋରଣରେ ୬ ଗୁରୁତର

ବିଞ୍ଝାରପୁର, ୫।୧୦(ଡି.ଏନ.ଏ)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପଶ୍ଚିମ ବାଛୋଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବେଆଇନ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ୬ଜଣ ଗୁରୁତର...

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ...

ଭଜନ ଗାଇଲେ ରାଜ୍ୟପାଳ

ପୁରୀ ଅଫିସ,୨୧।୮: ପୁରୀରେ ଆୟୋଜିତ ଶ୍ରୀମଦ୍‌ ଭାଗବତ କଥା ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସୁନ୍ଦର ଭଜନ ଗାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।...

ଅଯୋଗ୍ୟଙ୍କୁ ଘର, ଯୋଗ୍ୟଙ୍କଠାରୁ ଲାଞ୍ଚ

ସୋନପୁର,୨।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇଜି)ରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କା ଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ଏହି...

ମରାମତିର ୬ ମାସରେ ଘେରିବନ୍ଧରେ ଗର୍ତ୍ତ

ପଟ୍ଟାମୁଣ୍ଡାଇ,୨୩ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି ପାଇଁ ବିଭାଗ...

ହାଇଦ୍ରାବାଦ ଫେରନ୍ତା କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଉତ୍ତେଜନା: ସରପଞ୍ଚଙ୍କୁ ଘେରିଲେ ଲୋକେ

ବାହାନଗା, ୧୫ା୫(ଡି.ଏନ.ଏ.)-ହାଇଦ୍ରାବାଦରୁ ଆସିଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ଯୁବକ ସରକାରୀ କ୍ୱାରାଣ୍ଟାଇନ୍‌କେନ୍ଦ୍ରରେ ନ ରହି ଘରେ ରହିବାରୁ...

Advertisement
Archives

Model This Week