୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪ ଡାଉନ୍‌ ଜନଶତାବ୍ଦୀ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରରୁ ଆସି ଜଳେଶ୍ୱରରେ ପହଞ୍ଚିଥିଲା। ଏଠାରୁ ୨୩ଜଣ ଯାତ୍ରୀ ୨ନଂ. ପ୍ଲାଟଫର୍ମରୁ ଟ୍ରେନ୍‌ରେ ଚଢିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ଯାତ୍ରା ସମ୍ପର୍କୀତ ସମସ୍ତ ତଥ୍ୟ ପଞ୍ଜୀକରଣ କରାଯାଇଥିଲା। ସେହିପରି ଟ୍ରେନ୍‌ରୁ ୧୭ଜଣ ଯାତ୍ରୀ ଓହ୍ଲାଇବା ପରେ ସେମାନଙ୍କୁ ପଞ୍ଜୀକରଣ କରାଯାଇ ସେମାନଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପିଂ କରାଯାଇଥିଲା। ୦୨୦୭୩ ଅପ୍‌୍‌ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ଜଳେଶ୍ୱର ଷ୍ଟେଶନରେ ଲାଗିଥିଲା। ଏଥିରେ ୨୨ଜଣ ଯାତ୍ରୀ ଚଢିଥିବା ବେଳେ ୫୦ଜଣ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇଥିବା ରେଲଓ୍ବେ ସୂତ୍ରରୁ ପ୍ରକାଶ। ପ୍ରତିଦିନ ଏହି ଟ୍ରେନ୍‌ ଯାତାୟାତ କରିବାକୁ ଥିବା ବେଳେ ପରୀକ୍ଷା ନିରୀକ୍ଷା, ଥର୍ମାଲ ସ୍କ୍ରିନିଂ ଓ ଷ୍ଟାମ୍ପିଂ ହେବ ବୋଲି ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ ସୂଚନା ଦେଇଛନ୍ତି। ଟ୍ରେନ୍‌ ଆସିବା ପୂର୍ବରୁ ସକାଳ ସାଢେ ୭ଟା ବେଳେ ସମସ୍ତ ପ୍ଲାଟଫର୍ମକୁ ସାଇଟାଇଜ୍‌ କରାଯିବା ପରେ ଯାତ୍ରୀମାନଙ୍କୁ ଷ୍ଟେଶନ ଭିତରକୁ ଯିବାର ଅନୁମତି ଦିଆଯାଇଥିଲା। ଷ୍ଟେଶନର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ପ୍ଲାଟଫର୍ମକୁ ବ୍ୟାରିକେଡ କରାଯାଇ ୱାନ୍‌ ୱେ ଯାତାୟାତର ବ୍ୟବସ୍ଥା ଆର୍‌ପିଏଫ ଓ ଜିଆରପି ପକ୍ଷରୁ କରାଯାଇଥିଲା। ଯାତ୍ରୀମାନେ ନିଜ ନିଜ ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଜଳେଶ୍ୱର ବିଡିଓ ଦିପ୍ତିରଞ୍ଜନ ସେଠୀ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, କମଳଲୋଚନ ପାତ୍ର, ପ୍ରଶାନ୍ତ ପାତ୍ର, ଆର୍‌ପିଏଫ ଏସ୍‌ ସରକାର, ଅମିତ୍‌ କୁମାର, ସତୀଶ କୁମାର, ରାଜୀବ କୁମାର, ଜିଆର୍‌ପି ଏମ୍‌ ଭଞ୍ଜ, କେ. ଗଣ୍ଡ, ପ୍ରମୋଦ ଚନ୍ଦ୍ର ପରିଡା ଓ ଡି. ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri