ପୁରୀ ଅଫିସ, ୪।୧୧: ପୁରୀ ଜିଲାର ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ଜିଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ‘ପ୍ରଫୁଲ୍ଲ ଯୋଜନା’। ଏହି ଯୋଜନାରେ ନୂତନ ଭାବରେ ଚିହ୍ନଟ ହୋଇଥିବା ୭୦ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ଲାଗି ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ଏଥିଲାଗି ଗତ ଅଗଷ୍ଟ ୨୦ରେ ସଂସ୍କୃତି ଭବନରେ ଦିବ୍ୟାଙ୍ଗଙ୍କ କୃତ୍ରିମ ଅଙ୍ଗ ମାପ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟ ବିବେଚିତ ହୋଇଥିବା ଦିବ୍ୟାଙ୍ଗମାନେ ଏହି କୃତ୍ରିମ ଅଙ୍ଗ ପାଇବେ। ଏହି କୃତ୍ରିମ ଅଙ୍ଗ ବିତରଣ କ୍ୟାମ୍ପ ନଭେମ୍ବର ୭ତାରିଖ ପୂର୍ବାହ୍ନ ୧୦ଟାରେ ସମୁଦ୍ରକୂଳ ଥାନା ସମ୍ମୁଖ ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହେବ। ଯୋଗ୍ୟ ହିତାଧିକାରୀ ସୂଚିତ ସମୟ ଓ ସ୍ଥାନରେ ପହଞ୍ଚିବା ପାଇଁ ଜିଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ଜଣାଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ହିତାଧିକାରୀମାନେ ମୋବାଇଲ ନଂ. ୯୪୩୯୦୭୬୯୬୬କୁ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି ।
Posted inଆମ ଜିଲା ଖବର, ପୁରୀ View All

ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା
ରାଇକିଆ,୨୮।୩(ଡି.ଏନ୍.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ...

ଫାର୍ମାସୀ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ
ସାରସକଣା,୨୦।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ସୀମାନ୍ତରେ ଥିବା ଏକ ଫାର୍ମାସୀ କଲେଜର ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାରା ଅଞ୍ଚଳରେ ଏବେ...

ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍ ଭାଙ୍ଗି ନେଇଗଲେ…
ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର...

ଶିକ୍ଷାନୁଷ୍ଠାନକୁ ଗାଡି ଆଣିବା ଉପରେ ଲାଗିଲା କଟକଣା
ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜ଼ିଲାରେ ଥିବା ଶିକ୍ଷାନୁଷ୍ଠାନକୁ ଦୁଇ ଚକିଆ ଯାନ ଆଣିବା ନେଇ ଗୁରୁବାର କେତେକ କଟକଣା ଲଗାଯାଇଛି। ଏଣିକି ସ୍କୁଲ ଓ କଲେଜକୁ ଦୁଇ...

ଟ୍ୟାଙ୍କର ଓଲଟି ଗ୍ୟାସ ଲିକ୍: ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର
ଭବାନୀପାଟଣା,୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା-ରାୟପୁର ୧୬ନଂ. ରାଜ୍ୟ ରାଜପଥ ପାଷ୍ଟିପଡ଼ା ନିକଟରେ ରବିବାର ଭାରସାମ୍ୟ ହରାଇ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ...

ସୁନ୍ଦର ବର ପାଇଁ ସେବାୟତ ଘର କୁମାରୀଙ୍କ ନେତ ପୂଜା
ପୁରୀ ଅଫିସ,୨ା୧୦:ବଳିରେ ବଳି ନ କର କଳି… କାଲି ଆଣି ଦେବୀ ସରୁ ଚକୁଳି…ଏହି ଗୀତରେ ବୁଧବାର ଝଙ୍କୁରିତ ହୋଇଥିଲା ମାର୍କଣ୍ଡ ପୁଷ୍କରିଣୀ କୂଳ। ସେବାୟତ...

ପୁରୀର ‘ନୂଆ ଯୁବରାଜ’ ନେଇ ଫଟୋ ଭାଇରାଲ ପ୍ରସଙ୍ଗ: ରାଜନଅର ପକ୍ଷରୁ ଖଣ୍ଡନ, ଫଟୋଟି ନୀଳଗିରି ଯୁବରାଜଙ୍କର
ପୁରୀ ଅଫିସ,୨୬।୯: ଗତ କିଛି ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଜଣେ ବ୍ୟକ୍ତିଙ୍କୁ ପରିଚୟ ଦେଇ ଏକ ଫଟୋ...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ
ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...