୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ବୁଧବାର ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ସମସ୍ତଙ୍କ ସହଯୋଗ ମିଳିଲେ ମେଳା ସରସ ସୁନ୍ଦର ହୋଇପାରିବ। ପୀଠକୁ ଯିବାକୁ ଥିବା ରାସ୍ତା ନିର୍ମାଣ ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଡିଏଫ୍‌ଓ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଥିଲେ।
କୌପିନଧାରୀ ମହିମା ସମାଜ ସଭାପତି ବାବା ରଘୁନାଥ ଦାସ ଆଲୋଚନାରେ ଭାଗନେଇ କହିଲେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତପୋବନ ମହିମା ପୀଠର ଗୁରୁତ୍ୱ ରହିଛି। ପୀଠର ଉନ୍ନତୀକରଣ ପାଇଁ ପ୍ରଶାସନ ଆଗଭର ହେବା ଜରୁରୀ। ନିର୍ମାଣାଧୀନ ରାସ୍ତାକୁ ଅଧିକ ଚଉଡ଼ା କରିବା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା, ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ଏବଂ ପ୍ରସାଦସେବନ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ସମତୁଲ କରିବାକୁ ସେ ନିବେଦନ କରିଛନ୍ତି। ମେଳାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ଆବଶ୍ୟକ ପୋଲିସ ମୁତୟନ ହେବେ। ଏଥିସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଆଲୋକୀକରଣ, ସ୍ବାସ୍ଥ୍ୟ ଓ ପରିମଳ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଡଷ୍ଟବିନ୍‌, ଭ୍ରାମ୍ୟମାଣ ପାଇଖାନା, ବ୍ଲକ ପକ୍ଷରୁ ଜେନେରେଟର, ତହସିଲ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳ ପାଇଁ ତାର୍‌ପୋଲିନ, ଅଗ୍ନିଶମ ବିଭାଗ ପକ୍ଷରୁ ଅସ୍ଥାୟୀ ଅଗ୍ନି ନିର୍ବାପକ କେନ୍ଦ୍ର ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କୁ ସହାୟତା କରିବାକୁ ସ୍ବେଚ୍ଛାସେବୀ ମୁତୟନ ହେବେ। ମେଳା ଅବସରରେ ଆୟୋଜିତ ହେବାକୁ ଥିବା ଧର୍ମସଭାରେ ତପୋବନ ବାର୍ଷିକ ପତ୍ରିକାକୁ ଜିଲାପାଳ ଉନ୍ମୋଚନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ତାଡ଼ିଦେଲା ଦୁଇ ଆଖି

ଉଦଳା,୨୦ା୧୨(ଡି.ଏନ୍‌.ଏ.) – ଘର ବାଡ଼ି ପାଖକୁ ଗୋରୁ ଖୋଜିବାକୁ ଯିବା ହେଲା କାଳ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ...

ମନମୁଖି ମହାସୁଲ ଆଦାୟ ଘଟଣା: ଦ୍ୱିତୀୟ ଦିନରେ ବ୍ୟବସାୟୀଙ୍କ ଧାରଣା

ରାଇରଙ୍ଗପୁର,୧୩ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳସ୍ଥିତ ଦୈନିକ ମାର୍କେଟରେ ପନିପରିବା ସମେତ ବିଭିନ୍ନ ବ୍ୟବସାୟୀଙ୍କଠାରୁ ମନମୁଖି ମହାସୁଲ ଆଦାୟ ପ୍ରତିବାଦରେ ବ୍ୟବସାୟୀଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା...

ନକଲି ମଦ କାରଖାନା ଠାବ, ୪ ଅଟକ

ଦିଗପହଣ୍ଡି,୭ା୯(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କୈଠଖଣ୍ଡି ପଞ୍ଚାୟତ ବିରପାଟଣା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ଭିତରେ ଚାଲିଥିବା ନକଲି...

ରାୟଗଡ଼ାରେ ଭାରତ ବନ୍ଦ ଡାକରା: ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ରାୟଗଡ଼ା ଅଫିସ,୨୩।୨: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ସଂରକ୍ଷଣ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗତ ୭ ତାରିଖ ଶୁକ୍ରବାର ସରକାରୀ...

ପୁରୀର ବିକାଶ ପାଇଁ ଓଏମ୍‌ସିକୁ ୬ ଖଣି ପ୍ରଦାନ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ପୁରୀର ବିକାଶ ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ। ଏହି ଉପଲକ୍ଷେ ବିଭାଗ ପକ୍ଷରୁ ୬ଟି ଖୋଣ୍ଡାଲାଇଟ୍‌ ଖଣିକୁ ଓଡ଼ିଶା ଖଣି...

ଗାଁରେ ରହୁନି ନେଟ୍‌ୱର୍କ

କେନ୍ଦୁଝର, ୨।୨: (ସ୍ବ.ପ୍ର.) କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ...

କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।...

Advertisement
Archives

Model This Week