୬ ଲୋକ ସଭା ଏବଂ ୪୧ ବିଧାନସଭା ପାଇଁ ମତଦାନ ଆରମ୍ଭ: ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬ ଲୋକ ସଭା ଏବଂ ୪୧ ବିଧାନସଭା କ୍ଷେତ୍ର ନିମନ୍ତେ ଭୋଟ ଗ୍ରହଣ କରାଯାଉଛି। ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁ ପାଟକୁରା ବିଧାନସଭା ଲାଗି ଭୋଟ ହେଉନାହିଁ। ସମସ୍ତ ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଲୋକ ସଭା ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ରହିଛି। ଏହି ଆସନର ଫଳାଫଳ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ପୂର୍ବରୁ ବିଜେଡି ଟିକେଟରେ ଏହି ଆସନରୁ ବୈଜୟନ୍ତ ପଣ୍ଡା ବିଜୟୀ ହୋଇଥିଲେ। ଚଳିତଥର ସେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଅଭିନେତା ତଥା ରାଜ୍ୟ ସଭା ସଦସ୍ୟ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପକ୍ଷରୁ ପୂର୍ବଭଳି ଆଇନଜୀବୀ ଧରଣୀଧର ନାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ତାହାର ସମସ୍ତ ବଳ ପ୍ରୟୋଗ କରି ଏହି ଆସନକୁ ହାତେଇବାକୁ ଚେଷ୍ଟା କରୁଛି। ଭାଜପା ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେନ୍ଦ୍ରାପଡ଼ାରେ ସଭା କରିଥିଲେ। ସେହି ସଭାରେ ମୋଦି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଥିଲେ। ପୂର୍ବ ନିର୍ବାଚନଗୁଡିକରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ଆସୁଥିଲା, ହେଲେ ଚଳିତଥର ମୁଖ୍ୟ ଲଢ଼େଇ ବିଜେଡି-ଭାଜପା ମଧ୍ୟରେ ହେବ ବୋଲି ଆଲୋଚନା ହେଉଛି। ରାଜ୍ୟ ରାଜନୀତିର ପ୍ରମୁଖ ଚେହେରା ବିଜୟ ମହାପାତ୍ର ମଧ୍ୟ ବୈଜୟନ୍ତଙ୍କ ପାଇଁ ପ୍ରଚାରକୁ ଜୋର୍‌ କରିଛନ୍ତି। ଏହି ଲୋକ ସଭା ଅଧୀନରେ ଆସୁଥିବା କେନ୍ଦ୍ରାପଡ଼ା, ରାଜନଗର ଏବଂ ଆଳି ବିଧାନସଭା କ୍ଷେତ୍ରରେ କଂଗ୍ରେସ-ବିଜେଡି ମଧ୍ୟରେ ଲଢ଼େଇ ହେଉଛି। ତେଣୁ ୩ ପ୍ରମୁଖ ଦଳର ଉପସ୍ଥିତି ରହିଥିଲେ ହେଁ କିଏ ବାଜି ମାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଦୁଇଦିନ ତଳେ ଏହି ଆସନର ସମସ୍ତ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବୈଜୟନ୍ତ ସିଇଓଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ବିଜେଡି ମଧ୍ୟ କେତେକ ବୁଥ୍‌ରେ ସିସିଟିଭି ଲଗାଇବା ନେଇ ଅନୁରୋଧ କରିଛି। ବାଲେଶ୍ୱର ଆସନକୁ ନେଇ ମଧ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। ବିଜେଡି ଏମ୍‌ପି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସହ ଭାଜପାର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଲଢୁଛନ୍ତି। ଏହି ଆସନରୁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି। ରେମୁଣା, ନୀଳଗିରି, ବଡ଼ସାହି ଏବଂ ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରର ଭୋଟକୁ ପାଥେୟ କରି ଭାଜପା ବିଜୟୀ ହେବାନେଇ ଆଶାବାଦୀ ରହିଛି। ସେହିପରି ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ମଧ୍ୟ ପୂର୍ବ ଫଳାଫଳ ଦୋହରାଇବା ନେଇ ମତପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଏଠାରୁ ଭଲ ଭୋଟ ନେଇପାରେ ବୋଲି ଆଲୋଚନା ହେଉଛି। ମୟୂରଭଞ୍ଜ ଆସନରେ ବିଜେଡି-ଭାଜପା-ଜେଏମ୍‌ଏମ୍‌ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି। ଏଠାରେ ଡ. ଦେବାଶିଷ ମାର୍ଣ୍ଡିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଭାଜପା ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକେଟ ଦେଇଛି। ଅପରପକ୍ଷରେ କଂଗ୍ରେସ-ଜେଏମ୍‌ଏମ୍‌ ପକ୍ଷରୁ ଅଞ୍ଜଳି ସୋରେନ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଭଦ୍ରକ ଲୋକ ସଭା ଆସନରେ ଭାଜପା ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ଅପରପକ୍ଷରେ ବିଜେଡି ପକ୍ଷରୁ ନବାଗତା ମଞ୍ଜୁଲତା ମଣ୍ଡଳ ଏବଂ କଂଗ୍ରେସ ପକ୍ଷରୁ ମଧୁସ୍ମିତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ଜଗତ୍‌ସିଂହପୁର ଲୋକ ସଭାରେ ବିଜେଡି ପକ୍ଷରୁ ରାଜଶ୍ରୀ ମଲିକଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ବିଭୁ ତରାଇଙ୍କୁ ଟିକେଟ ଦେଇଛି। କଂଗ୍ରେସ ଏହି ଆସନ ଲାଗି ପ୍ରତିମା ମଲିକଙ୍କୁ ପ୍ରାର୍ଥୀ କରିଛି। ଯାଜପୁର ଲୋକ ସଭା ଆସନରେ ବିଜେଡି ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ସେହି ଆସନରେ ଭାଜପା ପକ୍ଷରୁ ଅମିୟ ମଲ୍ଲିକ ଏବଂ କଂଗ୍ରେସ ପକ୍ଷରୁ ମାନସ ଜେନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଏହି ପର୍ଯ୍ୟାୟରେ କେତେକ ବିଧାନସଭା ଆସନ ଉପରେ ସ୍ବତନ୍ତ୍ର ନଜର ରହିବ। ଜଗତ୍‌ସିଂହପୁର ଜିଲାର ପାରାଦୀପରେ ବିଜେଡିର ସମ୍ବିତ ରାଉତରାୟ ଏବଂ କଂଗ୍ରେସର ବାପି ସର୍ଖେଲଙ୍କ ମଧ୍ୟରେ ଲଢ଼େଇ ହେଉଛି। ସେହିପରି ବାଲିକୁଦା-ଏରସମାରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଭାଜପା ଟିକେଟରେ ଲଢୁଛନ୍ତି। ତାଙ୍କ ବିରୋଧରେ ବିଜେଡି ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଛି। ତେଣୁ ଜଗତ୍‌ସିଂହପୁର ଜିଲାର ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଛି। କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛି। ସେଠାରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ତେଣୁ କେନ୍ଦ୍ରାପଡ଼ା ବିଧାନସଭା ଫଳାଫଳ ରାଜ୍ୟ ରାଜନୀତିକୁ ଉଷ୍ମ କରିବ ବୋଲି କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଚାନ୍ଦବାଲିରୁ ମନମୋହନ ସାମଲ, ଧାମନଗରରୁ ବିଷ୍ଣୁ ସେଠୀ, ବସ୍ତାରୁ ରଘୁ ମହାନ୍ତି, ସୋରରୁ ସୁରେନ୍ଦ୍ର ପରମାଣିକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ବଡ଼ଚଣାରୁ ଅମର ଶତପଥୀ, ମାହାଙ୍ଗାରୁ ପ୍ରତାପ ଜେନା ଏବଂ ସିମୁଳିଆରୁ ଅନନ୍ତ ସେଠୀଙ୍କ ଭଳି ପ୍ରମୁଖ ହେଭିୱେଟ୍‌ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୨ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର…

ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ଏହିଦିନ ହେବ…

ପାଟ୍‌ନା,୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ…

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ…

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri