୬ ମାସ ହେଲା ଚାଲୁନି ଜଳଯୋଗାଣ ପ୍ରକଳ୍ପ

ଅମରପାଲି, ୧୯।୫(ଡି.ଏନ.ଏ.):ଦୀର୍ଘ ୬ମାସରୁ ଅଧିକ ସମୟ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଦେଖାଦେଇଛି ଜଳ ସଂକଟ। ତେଣୁ ପାନୀୟ ଜଳ ପାଇଁ ଲୋକେ ସାଧାରଣରେ ନାହିଁ ନ ଥିବା ହଇରାଣ ହେଉଥିବା ବେଳେ ଗୃହପଳିତ ପଶୁ ଛଟପଟ ହେଉଛନ୍ତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜଳ ଯୋଗାଣ ପାଇଁ ନିଜ ନିଜର ଡିମଣ୍ଡି ପିଟୁ ଥିବା ବେଳେ ତୃଣମୂଳସ୍ତରରେ ଏହା କିଭଳି ଭାବରେ ଚାଲିଛି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ବହଲପଦର ଗ୍ରାମ ପଞ୍ଚାୟତର ଅମରପାଲି ଗ୍ରାମର ଲୋକସଂଖ୍ୟା ୨ହଜାରରୁ ଅଧିକ। ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ତିଆରି ହୋଇଛି ଏକ ଜଳଯୋଗାଣ ପ୍ରକଳ୍ପ। ଓଭରହେଡ ପାଣି ଟାଙ୍କି ହୋଇଛି। ପାଇପ ଲାଇନ ବିଛା ହୋଇଛି। ଷ୍ଟାଣ୍ଡପୋଷ୍ଟ ଲାଗିଛି, ମୋଟର ବି ଲାଗିଛି। ଏପରିକି ଟାଙ୍କି ପାଖରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ମଧ୍ୟ ଲାଗିଛି। ସବୁ ଥାଇବି ଜଳଯୋଗାଣ ହେଉ ନ ଥିବା ଲୋକଙ୍କୁ ଅତିଷ୍ଟ କରି ପକାଇଛି। ଖବର ନେବାରୁ ଜଣାପଡିଛି ଯେ, ଏଠାରେ ଲାଗିଥିବା ମୋଟରଟି ୩ ଫେଜ ବିଦ୍ୟୁତ୍‌ ଆସୁ ନ ଥିବାରୁ ଜଳଯୋଗାଣ ହୋଇପାରୁନାହିଁ। ଗ୍ରାମ ପଞ୍ଚାୟତ ପକ୍ଷରୁ ପ୍ରତିବର୍ଷ ଏହି ପ୍ରକଳ୍ପର ବିଦ୍ୟୁତ୍‌ ବିଲ ବିଦ୍ୟୁତ ବିଭାଗକୁ ପୈଠ କରାଯାଉଛି। ମାତ୍ର ବିଭାଗ ଏଠାକୁ ବିଦ୍ୟୁତ ସେବା ଯୋଗାଉ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି।
ଗ୍ରାମରେ ଥିବା ଜଳାଶୟଗୁଡିକ ଏବେ ଶୁଖିଗଲାଣି। ଲୋକେ ବାଧ୍ୟ ହୋଇ ନଳକୂପ ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ଥିବା ନଳକୂପଗୁଡିକ ମଧ୍ୟରୁ ଅନେକ ଅଚଳ ହୋଇପଡିଥିବା ବେଳେ ଅଧିକ ନଳକୂପରୁ ଫ୍ଲୋରାଇଡ ପାଣି ବାହାରୁଛି। ବାଧ୍ୟ ହୋଇ ଫ୍ଲୋରାଇଡ ମିଶା ପାଣି ପିଇ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୧୫ ଜଣ ଏଯାଏ କିଡିନୀ ରୋଗରେ ମୃତ୍ୟୁବରଣ କରି ସାରିଥିବା ବେଳେ ୨୫ରୁ ୩୦ଜଣ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଏବେ ତାପମାତ୍ରା ବଢ଼ିବା ସହିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଠାରୁ ଆରମ୍ଭ କରି ବିଧାୟକ, ବିଡିଓ, ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀଙ୍କୁ ଏକାଧିକ ଥର ଅଭିଯୋଗ କଲେଣି, ମାତ୍ର କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଗୃହପାଳିତ ପଶୁଙ୍କ ଅବସ୍ଥା ଆହୁରି ସଙ୍ଗୀନ। ତେଣୁ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ଯଥାଶୀଘ୍ର ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରିବା ସହିତ ଜଳଯୋଗାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ- ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଯୋଗଦେଲେ ୧୨ ଜିଲାର…

ସମ୍ବଲପୁର, ୧୩।୧(ପ୍ରମୋଦ ବହିଦାର):ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ବଲପୁରରେ ଡିଭିଜନାଲ ଜିଲାପାଳ ସମ୍ମିଳନୀ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ...

ନାବାଳକଙ୍କୁ ଏୟାରଗନ୍‌ରୁ ଗୁଳି ଚଳାଇଲେ ଯୁବକ, ଫେରାର ହୋଇଯିବା ସମୟରେ…

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ସଦରଥାନା ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଗୁଳିରେ ସେହି ଗ୍ରାମର ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍‌

ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି...

ଉଡ଼ାଇ ଦେବୁ….ସମ୍ବଲପୁର ଜିଲା ଜଜ୍ କୋର୍ଟରେ ବୋମା ଆତଙ୍କ, ବୋମା ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର…

ସମ୍ବଲପୁର,୮।୧(ପ୍ରମୋଦ ବହିଦାର): ସକାଳୁ ସକାଳୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି । ସମ୍ବଲପୁର...

ହୋଟେଲକୁ ମାଡ଼ିଗଲା ଟ୍ରାକ୍ଟର, ୨ ମୃତ

ସମ୍ବଲପୁର,୮ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଇଟା ବୋଝେଇ ଟ୍ରାକ୍ଟର ବିଜୁ ଏକ୍ସପ୍ରେସ୍‌ ୱେ(ରାଜ୍ୟ ରାଜପଥ-୧୦) ପାର୍ଶ୍ୱରେ ଥିବା...

ଓଡ଼ିଶାର ଏହି ଅଭୟାରଣ୍ୟକୁ ଆସିବେ ଦୁଇଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବରଗଡ଼ ଜିଲାସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଖୁବଶୀଘ୍ର ଦୁଇଟି...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଛିଡ଼ା ହୋଇଥିବା ପାଉଁଶ ବୋଝେଇ ହାଇୱାକୁ ଧକ୍କା ଦେଲା କାର୍‌, ୩ ମୃତ

ସମ୍ବଲପୁର,୪।୧(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ NH-55 ନକ୍ସପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଏକ କାର୍‌ ପିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri