୬ ବର୍ଷ ନିମ୍ନକୁ ଖସିଲା କମ୍ପାନୀଙ୍କ ଆୟ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିତି ବିଗିଡ଼ିଯାଇଛି। ଗୋଟିଏ ପରେ ଗୋଟିଏ ରିପୋର୍ଟ ଆସୁଛି ଯାହା ଦେଶର ଭୟାବହ ସ୍ଥିତି ସମ୍ପର୍କରେ ଚେତାଇ ଦେଉଛି। ବ୍ଲୁମ୍‌ବର୍ଗ ପକ୍ଷରୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଛିଯେ, ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚିଛି। ଆର୍ଥତ୍କ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। ଏହାର ପ୍ରଭାବ କମ୍ପାନୀଗୁଡିକ ଉପରେ ପଡ଼ିଛି। ନିଫ୍ଟି ୫୦ରେ ସାମିଲ ଥିବା କମ୍ପାନୀଙ୍କ ଚଳିତ ତ୍ରୈମାସ ଆୟ ଗତ ବର୍ଷ ସମାନ ସମୟ ତୁଳନାରେ ୧୫% ହ୍ରାସ ଘଟିଛି। ୬ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ଧରଣର ହ୍ରାସ ବୋଲି ଜଣାପଡିଛି। ନିଫ୍ଟିର ୫୦ କମ୍ପାନୀ ଜାନୁୟାରୀ ମାର୍ଚ୍ଚ ତ୍ରୈମାସ ରିପୋର୍ଟ ଜାରି କରିଛନ୍ତି। ଗତ ୨ ମାସ ଧରି ଚାଲିଥିବା ଲକ୍‌ଡାଉନ ଜୁନ୍‌ ୧ ପରଠାରୁ ଅନ୍‌ଲକ କରାଯାଇଛି। ଲକ୍‌ଡାଉନ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। ଧୀରେ ଧୀରେ ଅର୍ଥନୈତିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବ ବୋଲି ଅନୁମାନ କରାଯାଇଛି। ଗୋଲ୍ଡ ମ୍ୟାନ ସ୍ୟାଚ୍‌ର ଏକ ରିପୋର୍ଟ ମୁତାବକ ଲକ୍‌ଡାଉନ ଯୋଗୁ ଜିଡିପି ୫% ଖସିଯିବ। ଆଗାମୀ ୧୨ ମାସରେ ନିଫ୍ଟିର ୫୦ କମ୍ପାନୀଙ୍କ ଆୟ ପ୍ରାୟ ୧୩% ହ୍ରାସ ଘଟିବ ବୋଲି ବିଶେଷଜ୍ଞ କହିଛନ୍ତି। ଚାହିଦା ନିମ୍ନରେ ରହିଥିବାରୁ ବାଣିଜ୍ୟ ଅଭିବୃଦ୍ଧି ଉପରେ ଏହା ଚାପ ପକାଇବ। ଫଳରେ ରାଜସ୍ବ ନିମ୍ନରେ ରହିବ। ଟେଲିକମ୍ୟୁନିକେଶନ ଏବଂ କଞ୍ଜ୍ୟୁମର ଗୁଡ୍‌ସ ବିଜ୍‌ନେସ ଉପରେ ଚାପ ଏତେଟା ରହିବନି। ଏପ୍ରିଲ ଜୁନ୍‌ ତ୍ରୈମାସରେ କମ୍ପାନୀଗୁଡିକ ଉପରେ ଅଧିକ ଚାପ ରହିବ କାରଣ ଉଭୟ ଚାହିଦା ଏବଂ ଯୋଗାଣରେ ଏହି ସମୟରେ ସମସ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri