ଗାଁରେ ଉଦ୍ୟୋଗ ବସାଇବେ ବଡ଼ କମ୍ପାନୀ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ସାଧାରଣରେ ବିଶ୍ୱାସ ରହିଛି ଯେ ବଡ଼ କମ୍ପାନୀରେ କାମ କରିବା ଲାଗି କେବଳ ବଡ଼ ବଡ଼ ସହରକୁ ଯିବାକୁ ପଡିବ। ଆଗକୁ ଗାଁରେ ମଧ୍ୟ ଲୋକଙ୍କୁ ଚାକିରି ମିଳିବ। ବଡ଼ ବଡ଼ କମ୍ପାନୀ ଗ୍ରାମାଞ୍ଚଳରେ ଉଦ୍ୟୋଗ ବସାଇବେ ବୋଲି ଜଣାପଡ଼ିଛି। ଲକ୍‌ଡାଉନ ଯୋଗୁ ସହରରେ ହଇରାଣ ହରକତ ହୋଇ ଲୋକମାନେ ଗାଁକୁ ଫେରିଛନ୍ତି। ଗାଁରେ ଉଦ୍ୟୋଗ ହେଲେ ପୁଣି ଥରେ ସହରକୁ ଯାଇ ଝୋପଡ ପଟିରେ ସଂଘର୍ଷ କରିବାକୁ ପଡ଼ିବ ନାହିଁ।
କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ)ର ନୂଆ ଅଧ୍ୟକ୍ଷ ଉଦୟ କୋଟାକ କହିଛନ୍ତି, ଶିଳ୍ପଗୁଡ଼ିକ ଗ୍ରାମାଞ୍ଚଳ ମୁହଁା ହେଲେ ଲୋକଙ୍କୁ କାମ ପାଇଁ ସହରକୁ ଆସିବାକୁ ପଡ଼ିବନି। ଲୋକମାନେ ଘର ପାଖରେ କାମ ପାଇବେ। ସହରର ବସ୍ତି ଅଞ୍ଚଳରେ ରହି ସଂଘର୍ଷ କରିବାକୁ ପଡ଼ିବ ନାହିଁ। କୋଟାକ କହିଛନ୍ତି ଯେ, ବଡ କମ୍ପାନୀଗୁଡିକ ଗ୍ରାମାଞ୍ଚଳରେ ଶିଳ୍ପ ଲଗାଇବା ଲାଗି ଗମ୍ଭୀର ଭାବେ ଚିନ୍ତା କରିବାକୁ ଲାଗିଛନ୍ତି। ଏକ ଉଦ୍ୟୋଗ ସଂଘ ଭାବେ ସିଆଇଆଇ ଏହାକୁ ଉତ୍ସାହିତ କରିବ। ସରକାର ବର୍ତ୍ତମାନ ସୁଧାର ଉପରେ କାମ କରୁଛନ୍ତି। ଗ୍ରାମାଞ୍ଚଳରେ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା ଲୋକଙ୍କୁ ଘର ପାଖରେ କାମ କରିବା ନେଇ କୌଣସି ଅସୁବିଧା ହେବ।
ସେ କହିଛନ୍ତି, ଅନେକ ଲୋକ ଗାଁରୁ ସହରକୁ ଯାଇଥିବାରୁ ଶିଳ୍ପଗୁଡ଼ିକୁ ଶ୍ରମିକଙ୍କ ଅଭାବ ରହିବ ନାହିଁ। କୁଶଳୀ କାରିଗର ମଧ୍ୟ ମିଳିଯିବେ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ପୁଣି ଥରେ କୁଶଳୀ କରାଯାଇପାରିବ। ତାଲିମ ପ୍ରଦାନକରି ଲୋକଙ୍କୁ କାମ କରିବା ଯୋଗ୍ୟ କରାଯାଇପାରିବ। ଲକ୍‌ଡାଉନ ଅନେକ ନୂଆ କଥା ଶିଖାଇଛି। ନୂଆ କରି ଆସିଥିବା ଓ୍ବାର୍କଫ୍ରମ୍‌ ପଦକ୍ଷେପ ଆଗକୁ ବହୁତ କାମରେ ଆସିବ। ଗାଁରେ ଓ୍ବାର୍କ ଫ୍ରମ୍‌ ହୋମ୍‌ର କୌଣସି ଅସୁବିଧା ରହିବ ନାହିଁ। ଗାଁରେ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚିବା କାମ ହେଉଥିବାରୁ ଘରୁ କାମ କରିବା ସହଜ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri