୬୮ ବର୍ଷରେ ପ୍ରଥମଥର: ପାଳନ ହେବନି ବ୍ରିଟେନ ରାଣୀଙ୍କ ଜନ୍ମଦିନ

ଲଣ୍ଡନ,୧୯।୪: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଜନ୍ମଦିନ ଚଳିତ ବର୍ଷ ପାଳନ କରାଯିବନାହିଁ। ୬୮ ବର୍ଷରେ ପ୍ରଥମଥର ମହାରାଣୀଙ୍କ ଜନ୍ମଦିନ ପାଳନକୁ ବନ୍ଦ କରିଦିଆଯାଇଛି। ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ ଜନ୍ମଦିନରେ ତାଙ୍କୁ ଦିଆଯାଉଥିବା ପାରମ୍ପରିକ ତୋପ ସଲାମି ମଧ୍ୟ ଏଥର ଦିଆଯିବ ନାହିଁ ବୋଲି ସୂଚନା ମିଳିଛି। ବକିଂହାମ ପ୍ୟାଲେସ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଉକ୍ତ ସୂଚନା ଅନୁଯାୟୀ, ମହାରାଣୀ ଏଲିଜାବେଥ ଦ୍ୱିତୀୟ ୨୧ ଏପ୍ରିଲରେ ପାଳନ କରିବାକୁ ଥିବା ତାଙ୍କ ୯୪ତମ ଜନ୍ମଦିନର ପାରମ୍ପରିକ ଉତ୍ସବକୁ ରଦ୍ଦ କରିଦେଇଛନ୍ତି। ତେବେ ୯୩ ବର୍ଷିୟା ମହାରାଣୀଙ୍କ ଶାସନକାଳରେ ପ୍ରଥମଥର ଲାଗି ତାଙ୍କ ଜନ୍ମଦିନର ସମସ୍ତ ସମାରୋହକୁ ବନ୍ଦକରି ଦିଆଯାଇଥିବା ସେଥିରେ ଉଲ୍ଲେଖ କରାଯାଇଥିଲା। ତେବେ ମହାରାଣୀଙ୍କୁ ଫୋନ ଅବା ଭିଡିଓ କଲ ମାଧ୍ୟମରେ ଜନ୍ମଦିନ ଶୁଭେଚ୍ଛା ଜଣାଇ ପାରିବେ ବୋଲି ବକିଂହାମ ପ୍ୟାଲେସ ପକ୍ଷରୁ କୁହାଯାଇଛି। କରୋନା ଭାଇରସ କାରଣରୁ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ବ୍ରିଟେନରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୪,୨୧୭ରେ ପହଞ୍ଚିଥିବା ବେଳେ ୧୫,୪୬୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ତେଣୁ ଦେଶରେ କରୋନା ସ୍ଥିତି ଗମ୍ଭିର ରହିଛି କହିଲେ ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

ମିଲିଣ୍ଡାଙ୍କୁ ପୁଣି ବାହା ହେବାକୁ ଚାହାନ୍ତି ବିଲ୍‌ ଗେଟ୍ସ

ଓ୍ବାଶିଂଟନ୍‌, ୩ା୫: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ତାଙ୍କ ପୂର୍ବତନ ସ୍ତ୍ରୀ ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସଙ୍କୁ ପୁଣି ବିବାହ କରିବାକୁ ଚାହୁଁଥିବା ଏକ ସାକ୍ଷାତକାରରେ କହି...

ବ୍ରିଟେନ ଭାରତ ସହ ନୂଆ ଏଫଟିଏ ଆଣିବାକୁ ପ୍ରତିବଦ୍ଧ: ସୁନକ

ଲଣ୍ଡନ,୨୯ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ମୂଳ ଭାରତୀୟ ଋଷି ସୁନକ ଭାରତ ସହ ମୁକ୍ତ ବ୍ୟାପାରା ଚୁକ୍ତିନାମା(ଏଫଟିଏ) ପାଇଁ ବ୍ରିଟେନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।...

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେଇ ରେକର୍ଡ କରିଥିଲେ ମହିଳା

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେବାରେ ରୁଷିଆର ଜଣେ ମହିଳାଙ୍କ ନାଁରେ ରେକର୍ଡ ରହିଛି। ରୁଷିଆର ଜଣେ କୃଷକ ଫିଡୋର ଭାସିଲିଭଙ୍କ ପ୍ରଥମ ସ୍ତ୍ରୀ ରେକର୍ଡ...

ହ୍ୟାରି ପୋଟର ଲେଖିକାଙ୍କୁ ଧମକ, ଏବେ ତୁମ ପାଳି…

ଲଣ୍ଡନ,୧୪।୮ : ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ହ୍ୟାରି ପୋଟର ଉପନ୍ୟାସର ଲେଖକ ଜେ.କେ ରୋୱଲିଙ୍ଗଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଛି।...

ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ...

କ୍ଷମା ମାଗିଲେ ପୁଟିନ୍‌!

ମସ୍କୋ,୬।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା...

ଆଫଗାନିସ୍ତାନ ଭୂକମ୍ପ, ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକଙ୍କ ମୃତ୍ୟୁ …

କାବୁଲ, ୨୨।୬ : ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଭୂକମ୍ପରେ ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇତିମଧ୍ୟରେ ୯୨୦ ଜଣଙ୍କ ମୃତ୍ୟୁ...

ପୃଥିବୀ ଭଳି ଗ୍ରହର ସନ୍ଧାନ

ଓ୍ବାଶିଂଟନ,୯ା୬: ବାସଯୋଗ୍ୟ ପୃଥିବୀ ଭଳି ଆଉ ଏକ ଗ୍ରହ ଖୋଜିବାରେ ବୈଜ୍ଞାନିକ ଓ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ବିଳମ୍ବ ହେଲେ ବି ସେମାନଙ୍କ...

Advertisement
Archives

Model This Week