Posted inଫୁରସତ

୬୨ ବର୍ଷ ତଳେ ଚାଇନା କରିଥିଲା ଏହି ଭୁଲ୍‌, ମରିଥିଲେ କୋଟିକୋଟି ଲୋକ

ବେଜିଂ: ଇତିହାସରେ ଅନେକେ ଭୟଙ୍କର ଏବଂ ଦୁଃଖଦାୟକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୬୨ ବର୍ଷ ତଳେ ଚାଇନାରେ ଏପରି ଏକ ଭୟଙ୍କର ଘଟଣା ଘଟିଥିଲା, ଯେଉଁଥିରେ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ବିପର୍ଯ୍ୟୟ ପଛରେ ଏହାର ଏକ ଭୁଲ ଥିଲା, ପରେ ସୁଧାରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଏଥିରେ ବହୁ ବିଳମ୍ବ ହୋଇଯାଇଥିଲା। ଏହା ‘ଗ୍ରେଟ ଚାଇନିଜ ଫେମିନା’ ଭାବରେ ଜଣାଶୁଣା। ପ୍ରତ୍ୟେକ ଚାଇନା ନାଗରିକ ଏ ବିଷୟରେ ଅବଗତ। ଏହା ୧୯୫୮ରେ ଘଟିଥିଲା। ମାଓ ଜେଡୋଙ୍ଗ, ସେହି ସମୟରେ କ୍ଷମତାରେ ଥିଲେ। ତାଙ୍କୁ ମାଓ ସେ-ତୁଙ୍ଗ ମଧ୍ୟ କୁହାଯାଉଥିଲା। ସେ ଏକ ଅଭିଯାନ ଆରମ୍ଭ କରିଥିଲେ, ଯାହାକୁ ‘ଚାରି ପୋକ ଅଭିଯାନ’ କୁହାଯାଏ। ଏହି ଅଭିଯାନର ଏକ ଅଂଶ ଭାବରେ ସେ ଚାରି ପ୍ରାଣୀ (ମଶା, ମାଛି, ମୂଷା ଏବଂ ଝିଣ୍ଟିକା)ଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରାଣୀମାନେ କୃଷକଙ୍କ କଠିନ ପରିଶ୍ରମକୁ ନଷ୍ଟ କରନ୍ତି, ସେମାନେ କ୍ଷେତରେ ସମସ୍ତ ଶସ୍ୟ ଖାଇଦିଅନ୍ତି। ମଶା, ମାଛି ଏବଂ ମୂଷାଙ୍କୁ ମାରିବା ଟିକେ କଷ୍ଟସାଧ୍ୟ। କାରଣ ସେମାନେ ସହଜରେ ନିଜକୁ ଲୁଚାଇ ରଖନ୍ତି। କିନ୍ତୁ ପକ୍ଷୀମାନଙ୍କର ଏପରି ଅଭ୍ୟାସ ଅଛି ଯାହା ସେମାନେ ସର୍ବଦା ମଣିଷ ମଧ୍ୟରେ ରହିବାକୁ ପସନ୍ଦ କରନ୍ତି। ତେଣୁ ସେ ମାଓ ଜେଡୋଙ୍ଗଙ୍କ ନିର୍ଦ୍ଦେଶର ଶିକାର ହୋଇଥିଲେ ଏବଂ ତାଙ୍କୁ ଚାଇନା ସାରା ଖୋଜିଖୋଜି ହତ୍ୟା କରାଯାଇଥିଲା। ଏପରିକି ସେମାନଙ୍କ ବସା ମଧ୍ୟ ଉଜୁଡ଼ି ଯାଇଥିଲା। ଫଳରେ ଝିଣ୍ଟିକାଙ୍କ ସଂଖ୍ୟା କମିଯିବାରୁ ପଙ୍ଗପାଳଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା କି ସମସ୍ତ ଫସଲ ନଷ୍ଟ ହୋଇଗଲା। ଫଳରେ ଚାଇନାରେ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଇଥିଲା ଏବଂ ଲକ୍ଷାଧିକ ଲୋକଙ୍କର ଭୋକଉପାସରେ ମୃତ୍ୟୁ ଘଟିଥିଲା।
ଚାଇନା ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୧.୫୦ କୋଟି ଲୋକ ଅନାହାରରେ ମୃତ୍ୟୁବରଣ କରିଥିଲେ। ଅନ୍ୟ କେତେକ ରିପୋର୍ଟ ଅନୁଯାୟୀ, ୪.୫ କୋଟି ଲୋକ ଅନାହାରରେ ପ୍ରାଣ ହରାଇଥିଲେ। ଯାହା ଚାଇନା ଇତିହାସରେ ସବୁଠୁ ବଡ଼ ଦୁଃଖଦ ଘଟଣା। ଏତେ ପରେ ମଧ୍ୟ ଚାଇନା ପଶୁପକ୍ଷୀଙ୍କ ଜୀବନ ସହ ଖେଳୁଛି। ସଦ୍ୟ ଉଦାହରଣ ମହାମାରୀ କରୋନା ଭୂତାଣୁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri