୬ଶହ କର୍ମଚାରୀକୁ ଛଟେଇ କଲା ଉବର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୫: ମଙ୍ଗଳବାର ଘରୋଇ ଯାତ୍ରୀ ସେବା ପ୍ରଦାନକାରୀ କମ୍ପାନୀ ଉବର ଇଣ୍ଡିଆ ୨ୟ ଥର ପାଇଁ ପ୍ରାୟ ୬ଶହ ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀର ପ୍ରଭାବ ଯୋଗୁ କମ୍ପାନୀ ନାନା ସମସ୍ୟା ସହ ବାଣିଜ୍ୟ କାରବାରରେ କ୍ଷତି ସହୁଛି। କମ୍ପାନୀ ଗତ କିଛି ମାସ ହେଲା ଆଶାନୁରୂପ ବାଣିଜି୍ୟକ କାରବାର କରିପାରୁନାହିଁ। ଲକ୍‌ଡାଉନ ପାଇଁ ଯାତ୍ରୀ ସେବା ବନ୍ଦ ଥିବାରୁ କମ୍ପାନୀ ବ୍ୟାପକ ଆର୍ଥତ୍କ ମାନ୍ଦାବସ୍ଥାରେ ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ସଂକ୍ରମଣର ଭୟାବହତା ପାଇଁ ଗ୍ରାହକମାନେ ମଧ୍ୟ ପୂର୍ବପରି ଆଉ ଗାଡି ବୁକିଂ କରୁନାହାନ୍ତି। କମ୍ପାନୀର ରାଜସ୍ବ କ୍ଷତି ସହ ଅନେକ ସମସ୍ୟା ସୃଷ୍ଟି ହୋଇଥିବା କମ୍ପାନୀ ସିଇଓ ପ୍ରଦୀପ ପରମେଶ୍ୱରନ ସୂଚନା ଦେଇଛନ୍ତି। ବିଭିନ୍ନ ରାଜ୍ୟରେ କମ୍ପାନୀର କର୍ମଚାରୀ କାର୍ଯ୍ୟ କରୁଛନ୍ତି। କମ୍ପାନୀ ବ୍ୟାପକ କ୍ଷତିରେ ଚାଲୁଥିବାରୁ ଉକ୍ତ କର୍ମଚାରୀଙ୍କୁ ଆବଶ୍ୟକ ବେତନଠାରୁ ଆରମ୍ଭକରି ଅନ୍ୟାନ୍ୟ ସୁବିଧା ଯୋଗାଇବା ସମ୍ଭବ ହେଉନାହିଁ। କମ୍ପାନୀ ଗତ କିଛିଦିନ ତଳେ ୩୭ଶହ କର୍ମଚାରୀ ଛଟେଇ ସହ ୪୫ଟି କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri