ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ

ମୁମ୍ବାଇ,୨୭।୫: ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଗତି ଧୀମା ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକରେ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ବଢ଼ିବାର ଆଶଙ୍କା କରାଯାଇଛି। କରୋନା ପାଇଁ ଚଳିତ ଆର୍ଥତ୍କ ବର୍ଷରେ ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। କର୍ପୋରେଟ ସେକ୍ଟରରେ ୩.୪ ଲକ୍ଷ କୋଟି ଟଙ୍କା ଏବଂ ଅଣ କର୍ପୋରେଟ ସେକ୍ଟରଗୁଡ଼ିକରେ ୨.୧ ଲକ୍ଷ କୋଟି ଟଙ୍କା ଏନ୍‌ପିଏ ବଢ଼ିବା ନେଇ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି। କୋଭିଡ୍‌ ଯୋଗୁ ବର୍ତ୍ତମାନ ଚାହିଦା ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଛି। କମ୍ପାନୀଗୁଡିକର ରାଜସ୍ବ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କର୍ପୋରେଟ ଋଣ ବାଦ୍‌ ଅଣ କର୍ପୋରେଟ ସେଗ୍‌ମେଣ୍ଟରେ କୃଷି, ରିଟେଲ ଏବଂ ଏମ୍‌ଏସ୍‌ଏମ୍‌ଇ ଋଣ ସାମିଲ ରହିଛି। କମ୍ପାନୀଗୁଡ଼ିକର କାରବାରରେ ପ୍ରଭାବ ଆସିଥିବାରୁ ଋଣ ପଇଠ କ୍ଷେତ୍ରରେ ଏହାର ପ୍ରଭାବ ରହିବ। କୋଭିଡ୍‌ର ପ୍ରଭାବ ବଜାର ଉପରେ ଦୀର୍ଘମିଆଦୀ ଭାବେ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଯୋଗାଣ ଚେନ୍‌ ପ୍ରଭାବିତ ରହିଥିବା ବେଳେ ଚାହିଦା ନ ଥିବାରୁ କମ୍ପାନୀଗୁଡିକ ବର୍ତ୍ତମାନ ଟ୍ରାକ୍‌କୁ ଆସି ପାରିନାହାନ୍ତି। କମ୍ପାନୀଗୁଡିକୁ ପ୍ରଦାନ କରାଯାଇଥିବା ଋଣକୁ ବ୍ୟବସ୍ଥିତ କରିବା ଦିଗରେ ବ୍ୟାଙ୍କଗୁଡିକ ସମସ୍ୟା ସାମ୍ନା କରୁଛନ୍ତି। ଏପଟେ ବଜାର ସ୍ଥିତି ଠିକ୍‌ ନ ରହିବା ଯୋଗୁ କମ୍ପାନୀଗୁଡିକ ଉପରେ ଚାପ ପଡୁଛି। ଅନ୍ୟପକ୍ଷରେ ବ୍ୟାଙ୍କ ଉପରେ ଚାପ ରହିଲେ ଏହା ଋଣ ପ୍ରଦାନକୁ ମଧ୍ୟ ପ୍ରଭାବିତ କରିବ। ୨୦୨୦-୨୧ରେ ବ୍ୟାଙ୍କଗୁଡିକ ପ୍ରାୟ ୩୦ରୁ ୫୦ ହଜାର କୋଟି ଟଙ୍କା ପୁଞ୍ଜି ଆବଶ୍ୟକ କରିବେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri