୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି ଆପଣ ଏକାଥରକେ ୩ହଜାରରୁ ଊର୍ଦ୍ଧ୍ୱ ଦଣ୍ଡ ବୈଠକ କରନ୍ତି ତେବେ ଓ୍ବାଲର୍‌ଡ ରେକର୍ଡ କରିବା ସହ ଏକ ବିଳାସମୟ ପ୍ରାସାଦ ବା ଦାମିକିଆ ଗାଡ଼ି ମଧ୍ୟ ଜିତିପାରିବେ। ଆପଣ ଏହାକୁ ଥଟ୍ଟା ବୋଲି ଭାବୁଥିବେ, କିନ୍ତୁ କଥାଟି ସତ। କିଛି ଏଭଳି ଘଟଣା ଘଟିଛି ରୁଷର ନୋଭି ରେଦାନ୍ତରେ। ଉକ୍ତ ସହରରେ ରହୁଥିବା ୬ବର୍ଷର ବାଳକ ଇବ୍ରାହିମ୍‌ ଲ୍ୟାନୋଭ ୨ଘଣ୍ଟାରେ ଏକାଥରକେ ୩୨୭୦ ଥର ଦଣ୍ଡ ବୈଠକ କରି ନିଜ ପରିବାର ପାଇଁ ଏକ ବିଳାସମୟ କୋଠା ଜିତି ପାରିଛନ୍ତି। ସୂଚନାଯୋଗ୍ୟ, ଇବ୍ରାହିମ୍‌ ବହୁ ସମସ୍ୟାର ସାମ୍ନା କରି ଏକ ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଚିନ୍‌ଗିଞ୍ଜ୍‌ର ଧ୍ୟାନ ନିଜର ଫିଟ୍‌ନେସ୍‌ ଆଡ଼କୁ କେନ୍ଦ୍ରୀଭୂତ କରିଥିଲେ। ଏହାପରେ ତାଙ୍କର ଫିଟ୍‌ନେସ୍‌ରେ ପ୍ରଭାବିତ ହୋଇ ସ୍ପୋଟର୍‌ସ କ୍ଲବ ତାଙ୍କ ଘର ଲୋକଙ୍କ ପାଇଁ ଏକ ଆପାର୍ଟମେଣ୍ଟ ଉପହାର ଦେଇଥିଲେ। ଏଥିସହ ନିଜର ଏହି ବିସ୍ମୟକର କାର୍ଯ୍ୟ ପାଇଁ ଇବ୍ରାହିମ୍‌ ରୁଷିଆନ ବୁକ୍‌ ଅଫ୍‌ ରେକଡର୍‌ସରେ ନାଁ ଲେଖାଇଛନ୍ତି। ଇବ୍ରାହିମ ଓ ତାଙ୍କ ପିତା କ୍ଲବର ରେଗୁଲାର ମେମ୍ବର ରହିଥିବା ବେଳେ ତାଙ୍କୁ ଦଣ୍ଡ ବୈଠକ ଜିତିବା ପାଇଁ ପ୍ରତିଦିନ ଟ୍ରେନିଂ ଦିଆଯାଉଛି। ସୂଚନା ମୁତାବକ, ୨୦୧୮ରେ ମଧ୍ୟ ଜଣେ ୫ବର୍ଷର ବାଳକ ଏକାଥରକେ ୪୧୫୦ ଦଣ୍ଡ ବୈଠକ କରି ଏକ ମର୍ସିଡିଜ୍‌ ଉପହାର ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଶି ଅନୁଯାୟୀ ପେଟ୍‌

ଘରେ ଗୃହପାଳିତ ଜୀବ ଥିଲେ ସେମାନଙ୍କ ସହ ସମୟ ବିତେଇବା ଦ୍ୱାରା ଅବସାଦ ଦୂର ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ତେବେ ରାଶି...

ସ୍ବାମୀଙ୍କୁ ପ୍ରେମିକା ସହ ଧରିବା ପରେ ରାସ୍ତା ଉପରେ କ’ଣ କଲେ ସ୍ତ୍ରୀ

ମୁମ୍ବାଇ, ୧୩।୭: ମୁମ୍ବାଇର ପେଡର ରୋଡରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପ୍ରେମିକା ସହ କାରରେ ଏକାଠି ବୁଲୁଥିବା ଅବସ୍ଥାରେ ଧରିଥିଲେ। ଏହାପରେ ମହିଳାଜଣଙ୍କ ରାଗିଯାଇ...

ପ୍ଲାଷ୍ଟିକ ବିରୋଧରେ ଲଢେଇ: ଇଟାଲି ରେଷ୍ଟୁରାଣ୍ଟରେ ପାସ୍ତା ଷ୍ଟ୍ର’ ବ୍ୟବହାର

ପୃଥିବୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଅଭିଯାନ ଏବେ ଜୋର୍‌ ଧରିଛି। ତେଣୁ ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷର ବିକଳ୍ପ ତିଆରି କରାଗଲାଣି। ନିକଟରେ ଇଟାଲିର କିଛି ରେଷ୍ଟୁରାଣ୍ଟରେ...

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକହୋମ୍‌,୯।୧୦: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ନୋବେଲ ବିଜେତା ଏହି ୩ ବୈଜ୍ଞାନିକ ହେଲେ ଜନ୍‌ ବି....

ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍‌, ନସିବୁଲ୍ଲାଙ୍କୁ ଦାୟିତ୍ୱ …

କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍‌ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ...

ହାତ ଧରାଧରି ହୋଇ ଉଡ଼ିଲେ ଦୁଇ ଛଞ୍ଚାଣ, ଆଉ ତା ପରେ

ସୋସିଆଲ ମିଡିଆରେ ଦୁଇ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ହାତ ଧରାଧରି ହୋଇ ଏହି ଦୁଇ ପକ୍ଷୀ ଉଡ଼ୁଥିବା ଦେଖିବାକୁ ମିଳୁଛି।...

ବାଘ ଛୁଆକୁ ବୋତଲରେ କ୍ଷୀର ପିଆଇ ଚୁମ୍ବନ ଦେଲା ସିମ୍ପାଜୀ

ବାଘ ଛୁଆକୁ ବେତଲରେ କ୍ଷୀର ପିଆଇ ଦେଉଛି ସିମ୍ପାଜୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କୁନି ବାଘ ଛୁଆକୁ ସିମ୍ପାଜୀ ବୋତଲରେ କ୍ଷୀର...

ଭାକ୍ସିନ ସଚେତନତା ପାଇଁ କଳାକାରଙ୍କ ନିଆରା ପ୍ରୟାସ

ଚେନ୍ନାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା...

Advertisement


Archives

Model This Week