୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ମଞ୍ଚ ଉପରେ ଲଗାତର ୫ ମହିଳାଙ୍କୁ ଚୁମ୍ବନ ଦେଇଛନ୍ତି। ସେହି ସୁନ୍ଦରୀ ମହିଳାମାନେ ତାଙ୍କୁ ଗେ (ପୁରୁଷ ସମଲିଙ୍ଗୀ) ସମସ୍ୟାରୁ ମୁକ୍ତିପାଇବା ପାଇଁ ସାହାଯ୍ୟ କରିଥିବା ଡୁଟେର୍ଟେ ପ୍ରକାଶ କରିଛନ୍ତି।
୪ ଦିନିଆ ଜାପାନ ଗସ୍ତରେ ଥିବା ୭୪ ବର୍ଷୀୟ ଡୁଟେର୍ଟେ ଗୁରୁବାର ଟୋକିଓରେ ଫିଲିପିନୋ ସମୁଦାୟକୁ ସମ୍ବୋଧିତ କରୁଥିଲେ। ମଞ୍ଚରେ ତାଙ୍କ ସହ ଉପସ୍ଥିତ ଥିଲେ ନିଜ ଦୀର୍ଘକାଳୀନ ସଙ୍ଗିନୀ। କାର୍ଯ୍ୟକ୍ରମ ଶେଷରେ ଡୁଟେର୍ଟେ ମଞ୍ଚ ନିକଟରେ ବସିଥିବା ମହିଳା ‘ସ୍ବେଚ୍ଛାସେବୀମାନଙ୍କୁ’ ଚୁମ୍ବନର ପ୍ରସ୍ତାବ ଦେଇଥିଲେ। ପ୍ରଥମ ମହିଳା ତାଙ୍କୁ ଓଠରେ ଚୁମ୍ବନ ଦେବା ପାଇଁ କୁଣ୍ଠାବୋଧ କରିଥିଲେ। ଗାଲରେ ଚୁମ୍ବନ ଦେବା ପରେ ସେ ମଞ୍ଚ ଛାଡ଼ି ଚାଲିଯାଇଥିଲେ। ଡାଭାଓ ବାସିନ୍ଦା ଦ୍ୱିତୀୟ ମହିଳା ଏଭଳି ବିରଳ ସୁଯୋଗ ପାଇଥିବାରୁ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ସେ ଡୁଟେର୍ଟେଙ୍କ ଥୋଡିରେ ଚୁମା ଦେଇଥିଲେ। ଏହା ପରେ ଜଣ ଜଣ କରି ଆଉ ୩ ମହିଳା ତାଙ୍କୁ ଚୁମ୍ବନ ଦେଇଥିଲେ। ଡୁଟେର୍ଟେ ମଧ୍ୟ ସେହି ୫ ମହିଳାଙ୍କୁ ଚୁମ୍ବନ ଦେଇଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖିଆଲି ସ୍ବଭାବର ଏହି ରାଷ୍ଟ୍ରପତି କହିଥିଲେ, ସୁନ୍ଦରୀ ମହିଳାମାନେ ତାଙ୍କୁ ସମଲିଙ୍ଗୀ ହେବାରୁ ରକ୍ଷା କରିଛନ୍ତି। ପ୍ରକାଶ ଯେ, ୨୦୧୮ ଜୁନ୍‌ରେ ଡୁଟେର୍ଟେ ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଫିଲିପାଇନ୍ସର ଜଣେ ବିବାହିତାଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ

ମସ୍କୋ,୭ା୧୨: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଛାତ୍ରଙ୍କ...

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ...

ସେନା ହେଲିକପ୍ଟର ନିଖୋଜ

କାରାକାସ୍‌,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର...

ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ...

ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ

ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri