‘୫-ଟି’କୁ ପୁଣି ଅପରାଜିତାଙ୍କ କଟାକ୍ଷ: ‘ଏହା ଅଭିନବ ପଦକ୍ଷେପ ନୁହେଁ, ବହୁତ ପୁରୁଣା କଥା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ପୁଣି ଥରେ ସମାଲୋଚନା କରିଛନ୍ତି ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ। ଗୁରୁବାର ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା କଟାକ୍ଷ କରି କହିଛନ୍ତି, ଏହା ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ଶାସନର ୨୦ବର୍ଷ ପରେ ଏହାକୁ କାହିଁକି ଅଣାଗଲା। ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍‌ ନୁହେଁ। ଏହାଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ। ଆଇଏଏସ୍‌ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇଥାଏ। ଏଣୁ ଏହା ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଏବଂ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନ ଥିବା କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ‘୫-ଟି’ ଏବଂ ମୋ ସରକାର କାର୍ଯ୍ୟକ୍ରମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହା କ୍ଷମତା ପାଇଁ ଲୋକଦେଖାଣିଆ କାର୍ଯ୍ୟକ୍ରମ। ଏହା କେବଳ ସଚିବ ଆଧାରିତ ସରକାର। ଏଥିରେ ସମନ୍ବୟ, ସ୍ବଚ୍ଛତା କିମ୍ବା କୌଣସି ‘ଟି’ ନ ଥିବା ପ୍ରତାପ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟ ପରେ ଆଇନଜୀବୀଙ୍କୁ ବିସିଆଇର ଚରମବାଣୀ: ଆନ୍ଦୋଳନ ବନ୍ଦ କର

କଟକ ଅଫିସ,୨୯ା୧୦: ବିଭିନ୍ନ ଦାବିରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଓ ରାଜ୍ୟର ୬୮ଟି ବାର ଆସୋସିଏଶନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ...

ପଦ୍ମପୁର ଉପନିର୍ବାଚନ: ଗୁରୁବାର ସକାଳ ୮ରୁ ଭୋଟଗଣତି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ଭୋଟ୍‌ ଗଣତି କରାଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ...

ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ...

ତିନିରଥର ଶୋଭା ବଢାଏ ୯୬ ପିତ୍ତଳ ସାମଗ୍ରୀ

ପୁରୀ ଅଫିସ,୨।୭: ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ସେବାରେ ୧୧୯ ପ୍ରକାର ସେବକ ଅଛନ୍ତି। ହେଲେ ଏଥିମଧ୍ୟରୁ ଅନେକ ସେବା ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ...

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ସୋମବାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରୁଚିକା...

ଆଜି ସ୍ବର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା।...

ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର

ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍‌ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ...

ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ବାମୀ

କୋରାପୁଟ,୮ା୬(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ସ୍ତ୍ରୀ ଜାନକୀ ଦାମୀ (୨୩)ଙ୍କୁ ଛୁରି...

Advertisement
Archives

Model This Week