୫୯ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ବ୍ରିଜ୍‌ ପାରି ହେଉଛନ୍ତି ଲୋକେ

ଇସଲାମାବାଦ୍‌, ୧।୬: ପାକିସ୍ତାନରେ ରହିଛି ପୃଥିବୀର ସବୁଠାରୁ ବିପଦ ଶଙ୍କୁଳ ବ୍ରିଜ୍‌। ଏହା କାଠ ପଟା ଏବଂ ଲୁହା ଜଞ୍ଜିରରେ ନିର୍ମିତ। ୧୯୬୦ରେ ଏହି ଝୁଲା ବ୍ରିଜ୍‌କୁ ତତ୍‌କାଳୀନ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାଁ ବୋରିକ୍‌ ହ୍ରଦ ଉପରେ ନିର୍ମାଣ କରିଥିଲେ। ଗିଲ୍‌ଗିଟ୍‌-ବାଲ୍ଟିସ୍ତାନରେଥିବା ଏହି ବ୍ରିଜ୍‌ ଜରାବାଦ ଏବଂ ହୁସୈନି ଗାଁ ମଧ୍ୟରେ ଯାତାୟତ କରିବାର ଏକମାତ୍ର ମାଧ୍ୟମ। ଝଡ ତୋଫାନ ସମୟରେ ଏହା ଭୟଙ୍କର ଭାବେ ଦୋଳି ଖେଳିଥାଏ। ଏହାଉପରେ ଦେଇଯିବା ମୃତ୍ୟୁ ସହିତ ବାଜି ଲଗାଇବାଠାରୁ ମଧ୍ୟ କମ୍‌ ନୁହେଁ। ୨୦୧୧ରେ ଭୂଇଁ ଧସିଯିବାରୁ ଏହା ଭାଙ୍ଗିରୁଜି ଯାଇଥିଲା। ପରେ ଏହାକୁ ପୁଣି ଥରେ ନିର୍ମାଣ କରାଯାଇଛି। ଏବେ ଏଥିରେ ଥିବା କାଠପଟା ମଧ୍ୟରେ ଦୂରତା ଅଧିକ ରହିଛି। ଫଳରେ ବ୍ରିଜ୍‌ ଅଧିକ ବିପଦ ଶଙ୍କୁଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୮ ହଜାର ଟପିଲା

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୪୮ ହଜାର ୨୪୧ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ...

ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଙ୍କଟ ସମୟରେ ବିଦେଶରେ ଅଟକିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଏୟାର...

ନେପାଳରେ ଥିବା ୩ ଭାରତୀୟ କରୋନାରେ ସଂକ୍ରମିତ

ବିରଗୁଞ୍ଜ,୧୨।୪: ନେପାଳର ବିରଗୁଞ୍ଜ ସହରରେ ରହୁଥିବା ୩ ଭାରତୀୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରବିବାର ସୂଚନା ମିଳିଛି। ହେତଉଦରେ ଥିବା ଏକ ଲ୍ୟାବ୍‌ରେ...

କରୋନା ସଂକ୍ରମଣ ଭୟ: ଚାଇନା ନୋଟ୍‌, କଏନ୍‌କୁ ଗୋଦାମରେ ଅଲଗା ରଖାଯାଉଛି

ବେଜିଂ,୧୬।୨: ଚାଇନାରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ପୃଥିବୀର ୨୭ରୁ ଅଧିକ ଦେଶରେ ଏହା ସଂକ୍ରମିତ ହୋଇଛି। ତେବେ ଏବେ ଚାଇନା ନୋଟ୍‌ ଓ କଏନ୍‌କୁ...

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କଲା ପାକିସ୍ତାନ

ଇସଲାମାବାଦ୍‌,୧।୬: ଦିଲ୍ଲୀ ପୋଲିସ ପକ୍ଷରୁ ପାକିସ୍ତାନ ଦୂତାବାସରେ ଭିଜା ସହାୟକ ଭାବେ କାର୍ଯ୍ୟ କରୁଥିବା ୨ ଅଧିକାରୀଙ୍କୁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।...

କରୋନା ଭୂତାଣୁ ସଂକ୍ରମଣ ବି କରୁଛି ଲାଭାନ୍ବିତ: ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ଆଣିଦେଇଛି ନୂଆ ସୁଯୋଗ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ କରୋନା...

ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ...

ହିଂସାକୁ ନେଇ ଜାତିସଂଘର ଉଦ୍‌ବେଗ

ଜାତିସଂଘ,୧୯।୧୨(ପି.ଟି): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଭାରତରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏହାକୁ ନେଇ ଜାତିସଂଘ...

Coronavirus Update


Archives

Model This Week

Why Dharitri