୫୭ନଂ ଆକ୍ରାନ୍ତ ବେବିଲୋନ୍‌ ଆପାର୍ଟମେଣ୍ଟର: ବୁଲିଛନ୍ତି ଗଣେଷ ମଣ୍ଡପ ନିକଟ ପରିବା ଦୋକାନ, ରିଲାଏନ୍ସ ଫ୍ରେସ୍‌, ରସୁଲଗଡ଼ ହାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍‌ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହାନୁଯାୟୀ, ୫୭ନଂ ଆକ୍ରାନ୍ତ ୫୦ବର୍ଷୀୟ ବ୍ୟକ୍ତି। ସେ ବୋମିଖାଲ ଅଞ୍ଚଳର ହୋଇଥିବା ବେଳେ ପୂର୍ବରୁ ଚିହ୍ନଟ ହୋଇଥିବା ୭, ୮, ୨୨, ୩୯ ନଂ ଆକ୍ରାନ୍ତଙ୍କ ପଡ଼ୋଶୀ। ଲକ୍‌ଡାଉନ୍‌ ସମୟରେ ଅର୍ଥାତ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ସେ ନିଜର ଜୟଦୁର୍ଗା ନଗର ବେବିଲୋନ୍‌ ଆପାର୍ଟମେଣ୍ଟରେ ଥିବା ଘରେ ରହିଥିଲେ। ଏହି ସମୟରେ ଗଣେଷ ମଣ୍ଡପ ନିକଟରେ ଥିବା ପରିବା ଦୋକାନ, ଓଭରବ୍ରିଜ ନିକଟରେ ଥିବା ରିଲାଏନ୍ସ ଫ୍ରେସ୍‌, ବୋମିଖାଲ ଏବଂ ରସୁଲଗଡ଼ ହାଟ ଆସିଛନ୍ତି। ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ସିଲ୍‌ ହୋଇଥିବା ଅଞ୍ଚଳରେ ଯାଉଥିବାରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏପ୍ରିଲ ୧୪ରେ ଏହା ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ କିମ୍ସ କୋଭିଡ୍‌ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ, ଓବିସିସି, ଟାଟା ବିରୋଧରେ ମାମଲା ରୁଜୁ କର

ପୁରୀ ଅଫିସ,୧୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ କାର୍ଯ୍ୟ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରି ପୁରୀ ଜିଲାପାଳ,...

ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମରେ ମାମଲା

ଖଇରା, ୮।୯(ଡି.ଏନ.ଏ.) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଦିନକୁ ଦିନକୁ ଦିନ ନୂଆମୋଡ ନେବାରେ ଲାଗିଛି। ଆଦିତ୍ୟଙ୍କ ସହ ସମ୍ପର୍କ ଥିବା ଖଇରା...

ଗଞ୍ଜାମ ବ୍ଲକରେ ଡୋର୍‌ ଟୁ ଡୋର୍‌ ହେଲ୍‌ଥ ସ୍କାନିଂ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି...

ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ...

ଝରକା ଭାଙ୍ଗି ଲୁଟ୍‌ କଲେ; ଯିବା ବେଳେ ମୁଣ୍ଡିଆ ମାରିଲେ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ମୁଣ୍ଡିଆ ମାରି ଚର୍ଚ୍ଚାରେ ଲୁଟେରା। ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଦୁଇ ଦିନ...

ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ...

ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଏଣିକି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନପତ୍ର ସେଟ୍‌ ବଢ଼ିବ। ସେହିଭଳି ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବଢ଼ାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ...

ମହାରାଷ୍ଟ୍ର ରାସ୍ତାରେ ୟୁପି, ଛତିଶଗଡ଼

ମୁମ୍ବାଇ/ନୂଆଦିଲ୍ଲୀ,୧୫ା୪: କରୋନା ଭାଇରସ୍‌ ପୁଣି ଭାଙ୍ଗିଛି ନୂଆ ମାମଲାର ଦୈନିକ ରେକର୍ଡ। ଭାରତରେ ଦୈନିକ ସଂକ୍ରମଣ ୧,୮୪,୩୭୨ ଛୁଇଁଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୮,୭୩,୮୨୫ରେ...

Advertisement
Archives

Model This Week