୫୪ ଜଣଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ

ଯାଜପୁର ଅଫିସ,୧୦ା୧୦:  ସାହିତ୍ୟ, ଶିକ୍ଷା, ପରିବେଶ, ସମାଜସେବା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଜିଲାର ୫୪ଜଣ ବ୍ୟକ୍ତି ବିଶେଷଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ କ୍ରାନ୍ତିକାରୀ ଆନ୍ଦୋଳନର ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପୂର୍ତ୍ତି ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ-୨୦୧୯’ କଟକ ଗୌରୀଶଙ୍କର ଟାଉନ୍‌ହଲଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାମୟିକ ସାହିତ୍ୟ ସଂକଳନ କ୍ରାନ୍ତି କାମୋଦୀ କଳକୀ- ଶାରଦୀୟ ଓ ସ୍ବନକ୍ଷତ୍ର ବିଶେଷାଙ୍କ-୨୦୧୯ ଉନ୍ମୋଚନ ହେବା ସହିତ ସାହିତି୍ୟକ ଓ ସାହିତ୍ୟ ଅନୁରାଗୀ ବିଭିନ୍ନ ବର୍ଗର ଶତାଧିକ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଗୁଣାଗ୍ରଗଣ୍ୟ ପ୍ରତିଭା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଯାଜପୁର ଜିଲାର ସାହିତ୍ୟପାଇଁ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ଭାଷାବିତ୍‌ ରଙ୍ଗାଧର ମହାପାତ୍ର, ଗଙ୍ଗାଧର ସାହୁ, ବ୍ୟଙ୍ଗ କଥାଶିଳ୍ପୀ ପୀତାମ୍ବର ଜେନା, କବୟିତ୍ରୀ ବିଦ୍ୟୁତ୍‌ଲତା ଦାସ, ସାହିତି୍ୟକା ଅନ୍ନପୂର୍ଣ୍ଣା ମହାନ୍ତି, ପତ୍ରିକା ସମ୍ପାଦନା ପାଇଁ ସର୍ବେଶ୍ୱର ଶତପଥୀ, ପ୍ରଭାତୀ ରାଉତ, ଶିଶୁ ସାହିତ୍ୟ ପାଇଁ କଲ୍ୟାଣୀ ନାୟକ, ସ୍ନେହଲତା ବିଶ୍ୱାଳ, ଅଞ୍ଜୁବାଳା ଜେନା, ରତିକାନ୍ତ ସାମଲ, ଲକ୍ଷ୍ମୀପ୍ରିୟା ରାଉତରାୟ ଏବଂ ସାହିତ୍ୟ ସଂଗଠନ ପାଇଁ ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦ, ଗୀତି କବିତା ପାଇଁ ଶଶିଭୂଷଣ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ସେବାପାଇଁ ବ୍ୟାସନଗର ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ବରିଷ୍ଠ ଜିଲାପରିଷଦ ସଭ୍ୟ ରାହାସବିହାରୀ ଦାସ, ରୁଦ୍ରନାରାୟଣ ପୃଷ୍ଟି, ହରେକୃଷ୍ଣ ସାହୁ, ଚନ୍ଦ୍ରମଣି ସାମଲ, ପ୍ରଶାନ୍ତ କୁମାର ରାୟ, ଦେବେନ୍ଦ୍ର କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ପୃଷ୍ଟି, ଦର୍ପନାରାୟଣ ପରିଡ଼ା, ବ୍ରଜବନ୍ଧୁ ଲେଙ୍କା, ସଙ୍କର୍ଷଣ କୁଣ୍ଡୁ, ଉମାକାନ୍ତ ଧଳ, ଅଟଳବିହାରୀ ନାୟକ ଓ ନର୍ମଦା ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସ୍ବାସ୍ଥ୍ୟସେବା ପାଇଁ ପ୍ରଫେସର ସତ୍ୟନାରାୟଣ ରାଉତରାୟ, ପ୍ରଫେସର ସସ୍ମିତା ସ୍ବାଇଁ, ଗୋପାଳଚନ୍ଦ୍ର ମିଶ୍ର, ସୁପ୍ରକାଶ ଶତପଥି, ଗଙ୍ଗାଧର ମହାପାତ୍ର, କିଶୋର ଚନ୍ଦ୍ର ମିଶ୍ର, ରଶ୍ମିରଞ୍ଜନ ପଶାୟତ, ପ୍ରମୋଦ ଶତପଥୀ ଓ ସଞ୍ଜୟ ପ୍ରତିହାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା ଓ ପରିବେଶ ପାଇଁ ବିଷ୍ଣୁମୋହନ ସାହୁ, ରବିନାରାୟଣ ପୁହାଣ, ସତ୍ୟାନନ୍ଦ ଦାସ, ସଲୀଳା ଜେନା, ହିମାଂଶୁ ଶେଖର ଦ୍ୱିବେଦୀ, ବୃନ୍ଦାବନ ପାଣି, ଶୁଭେନ୍ଦ୍ର କୁମାର ମହାପାତ୍ର, ରବିନାରାୟଣ ଦାସ, କଳ୍ପନା ସାହୁ, ଗୋପନ ବିହାରୀ ବାରିକ, ଅଶୋକ ଦାସ, ରମା ଦାସ, ସୁଶାନ୍ତ କୁମାର ନାୟକ, ଦୁର୍ଗାଶଙ୍କର ଶତପଥୀ, କେଶବ ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରାନ୍ତି କାମୋଦୀ କଳକୀର ସମ୍ପାଦକ ଘନ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଅକ୍ଷୟ କୁମାର ମିଶ୍ର ଉଦ୍‌ଘାଟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟ ଅତିଥି, ଗାଳ୍ପିକ ଅଚ୍ୟୁତାନନ୍ଦ ପତି, କବି ଶରତ କୁମାର ଦାଶ ଓ ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ସତ୍ୟନାରାୟଣ ରାଉତରାୟ ଓ ଆଇନଜୀବୀ ଶଶିଭୂଷଣ ଦାସ ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନୀ, ଜୀବନଚର୍ଯ୍ୟା, ଭାରତଗଠନର ଅପୂର୍ବ ବିନ୍ଧାଣୀ ହିସାବରେ ଜାତିର ପିତାଙ୍କ ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri