Advertisement
Posted inଖେଳ

୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍‌ରେ ଭାଗନେବ ଭାରତ

ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଭାରତ ଭାଗ ନେବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ, ନାମ୍ବିଆ ଓ ଜିମ୍ବାଓ୍ବେ ମଧ୍ୟ ପଦାର୍ପଣ କରିବେ। ଗ୍ରୀନ ପଏଣ୍ଟ କ୍ରିକେଟ କ୍ଲବଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ପୁଲ ବି’ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଓ୍ବେଲ୍ସ ରହିଛନ୍ତି। ପୁଲ ଏ’ରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ଅନ୍ୟ ଦଳମାନେ ରହିଛନ୍ତି। ସ୍ପୋଟର୍‌ସ ଓ ବ୍ରାଣ୍ଡ ବିଶେଷଜ୍ଞ ଶୈଳେନ୍ଦ୍ର ସିଂ ଭାରତୀୟ ଦଳର ନେତୃତ୍ୱ ନେବେ। ଦଳକୁ କିମ୍ବଦନ୍ତୀ କପିଳ ଦେବ ଶୁଭକାମନା ଜଣାଇଛନ୍ତି। ଗତବର୍ଷ ସିଡ୍‌ନୀଠାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣକୁ ଅଷ୍ଟ୍ରେଲିଆ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ଯୋଗ୍ୟତା ପର୍ଯ୍ୟାୟ: ଭାରତୀୟ ଦଳରେ ଧୀରଜ ନୂଆ ମୁହଁ

ନୂଆଦିଲ୍ଲୀ, ୭।୧୧ (ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏହାର ପ୍ରଥମ-ଲେଗ୍‌ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏଥିଲାଗି ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକ...

ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ

ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ଏମାନେ ପଜିଟିଭ ବୋଲି...

ପ୍ରଥମ ଅଭ୍ୟାସ ମ୍ୟାଚ୍‌: ରାହାନେଙ୍କ ଶତକ

ସିଡ୍‌ନୀ, ୭।୧୨(ପି.ଟି.): ସ୍ଥାନୀୟ ଡ୍ରୁମୋଇନ୍‌ ଓଭାଲ ଗ୍ରାଉଣ୍ଡରେ ଭାରତ- ଏ ଓ ଅଷ୍ଟ୍ରେଲିଆ- ଏ ମଧ୍ୟରେ ପ୍ରଥମ ୩ ଦିନିଆ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇଛି।...

ହଠାତ୍‌ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ଢାକା,୨୫।୧୧: ନଭେମ୍ବର ୨୬ରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବାଂଲାଦେଶର ତାରକା ଖେଳାଳି ତଥା ଟି-୨୦ ଅଧିନାୟକ ମହମୁଦୁଲ୍ଲା...

ଧୋନୀଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ଚେନ୍ନାଇ,୧୭।୩: ଆଇପିଏଲ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଚାରିଥର ଆଇପିଏଲ ଚାମ୍ପିଅନ...

ଆଜି ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୨୪ା୨- ୨୦୧୦ ମସିହା ଫେବୃୟାରୀ ୨୪ ତାରିଖ ଅର୍ଥାତ ଆଜିର ଦିନରେ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ...

ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୯୪…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ...

ହିନ୍ଦୀରେ ଟୁଇଟ୍‌ କରି ଭାରତକୁ ସତର୍କ କରାଇଲେ ପିଟରସନ

ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର...

Advertisement
Archives

Model This Week