Posted inଖେଳ

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମହାନ ଲେଗ୍‌-ସ୍ପିନର ଇଂଲଣ୍ଡର ବ୍ରିଙ୍ଗଟନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରକୁ ବିକିବା ପାଇଁ ସ୍ଥିର କରିଛନ୍ତି। ନିଲାମି ପ୍ରକ୍ରିୟାରେ ଏହି ଘରକୁ ସେ ୬.୮ରୁ ୭.୪ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୫୦-୫୪ କୋଟି ଟଙ୍କା)ରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ୪ରେ ଏହାର ନିଲାମ ହେବ। ଅଷ୍ଟ୍ରେଲିଆର ସେଣ୍ଟ କିଲ୍ଡାଠାରେ ଆଉ ଏକ ବିଳାସପୂର୍ଣ୍ଣ ପ୍ରସାଦ କିଣିବାକୁ ଲକ୍ଷ୍ୟ ରଖିଥିବାରୁ ଏହାକୁ ବିକ୍ରି କରୁଛନ୍ତି। ୫୦ ବର୍ଷୀୟ ଓ୍ବର୍ନ ୨୦୧୮ରେ ଅଷ୍ଟ୍ରେଲୀୟ ଷ୍ଟାର୍‌ ଫୁଟ୍‌ବଲ ଖେଳାଳି ମାଥ୍ୟୁ ଲୟଡଙ୍କଠାରୁ ଏହି ଘରକୁ ୪୦ କୋଟି ମୂଲ୍ୟରେ କ୍ରୟ କରିଥିଲେ। ଓ୍ବର୍ନଙ୍କ ଏହି ବିଳାସମୟ ଘରେ ଆଧୁନିକ ସୁବିଧାର କୌଣସି ଅଭାବ ନାହିଁ। ଏଠାରେ ୫ ବେଡ୍‌ରୁମ୍‌, ୫ ବାଥ୍‌ରୁମ୍‌, ବାର୍‌, ହୋମ୍‌ ଥିଏଟର, ସୁଇମିଂ ପୁଲ୍‌, ସ୍ପା ଭଳି ସୁବିଧା ରହିଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଏହି ଘରେ ୫୦୦ ବୋଲର ଓ୍ବାଇନ୍‌ ରହିଲା ଭଳି ବ୍ୟବସ୍ଥା ରହିଛି। ସ୍ମରଣଯୋଗ୍ୟ, ଓ୍ବର୍ନ ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ, ୧୯୪ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୦୮ ଓ ୨୯୩ ଉଇକେଟ୍‌ ନେଇଛନ୍ତି। ସେହିଭଳି ଟେଷ୍ଟରେ ସେ ୩୧୫୪ ଏବଂ ଦିନିକିଆରେ ୧୦୧୮ ରନ୍‌ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭର୍ଚୁଆଲ ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ : ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଓ ବିକାଶ ଉପରେ ଫୋକସ

ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧୮ା୮- ରାଜ୍ୟରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ...

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ: ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି)-କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଓଡ଼ିଶା-ବେଙ୍ଗଲ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ। ପ୍ରଥମ ସେସନରେ ୧୬.୨ ଓଭର ମଧ୍ୟରେ...

ଜାଭେଲିନ ଥ୍ରୋୟର ଶିବପାଲଙ୍କୁ ଅଲିମ୍ପିକ୍‌ ଟିକେଟ୍‌

ପୋଚ୍‌ଫ୍ସଷ୍ଟ୍ରୁମ(ଦକ୍ଷିଣ ଆଫ୍ରିକା),୧୧।୩(ପି.ଟି.)- ଭାରତୀୟ ଜାଭେଲିନ ଥ୍ରୋୟର ଶିବପାଲ ସିଂ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ବୁଧବାର ଚଳିତବର୍ଷ ହେବାକୁ ଥିବା ଇଭେଣ୍ଟ ଲାଗି...

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରା ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୨୫।୬(ପିଟି)- ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ମଙ୍ଗଳବାର ମେଡିକଲାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ତୁରନ୍ତ...

ପ୍ରଥମ ଟି-୨୦: ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ,୩।୧୧: ଭୟଙ୍କର ଓ ବିଷାକ୍ତ ପ୍ରଦୂଷଣ ଭିତରେ ଦିଲ୍ଲୀର ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଛି। ବାଂଲାଦେଶ...

ପାକିସ୍ତାନ ହକି ଖେଳାଳି ସ୍ମଗ୍‌ଲିଂ ସାମଗ୍ରୀ ଆଣିଥିଲେ

କରାଚୀ, ୧ା୬(ପି.ଟି.):୧୯୮୩ରେ ହଂକଂ ଟୁର୍‌ରୁ ଫେରିବା ବେଳେ ପାକିସ୍ତାନ ହକି ଦଳର କେତେଜଣ ସଦସ୍ୟ ମୂଲ୍ୟବାନ ସାମଗ୍ରୀ ଚୋରାରେ ଦେଶକୁ ଆଣିଥିଲେ। ବହୁବର୍ଷ ପରେ ଏହି...

ପ୍ରସ୍ତୁତ ରୁହ : ବାତ୍ରା

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- ପରିସ୍ଥିତିରେ ସୁଧାର ଆସିଲେ କୋଭିଡ୍‌-୧୯ ଯୋଗୁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫିକେଶନ ଇଭେଣ୍ଟଗୁଡ଼ିକ ଅନୁଷ୍ଠିତ ହେବ। ହେବାକୁଥିବା ଟୁର୍ନାମେଣ୍ଟଗୁଡ଼ିକର ଏକ...

୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ

ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି।...

Coronavirus Update

Archives

Model This Week

Why Dharitri