୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେମୁଣା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ବରପଦା ଗାଁରୁ ଏକ କାର୍‌(ନଂ. ଓଡ଼ି୩୧-୭୦୭୦)ରେ ଥିବା ୭ ପେଟି ଗଞ୍ଜେଇ (ଆନୁମାନିକ ଓଜନ ୫୦କେଜି)କୁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ପୋଲିସ ଜବତ କରିଛି। ଏଥିରେ ଥିବା ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
କାର୍‌ ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଗଞ୍ଜେଇ ଭର୍ତ୍ତି ଗାଡ଼ି ଶେରଗଡ଼ସ୍ଥିତ ଟୋଲଗେଟ୍‌ ପାର ହେବା ପରେ ବରପଦା ଗାଁକୁ ପ୍ରବେଶ କରିଥିଲା। ଉକ୍ତ ଗାଡ଼ିରେ ଡ୍ରାଇଭର ସମେତ ଜଣେ ମହିଳା ଥିବାରୁ ଗାଁ ଲୋକେ ସନ୍ଦେହ କରିଥିଲେ। ଲୋକମାନେ କାର୍‌ ନିକଟକୁ ଯାଇ କିଛି ବୁଝିବା ପୂର୍ବରୁ ଗାଡ଼ିଟି ଜୋର୍‌ରେ ଆଗକୁ ପଳାଇ ଯାଇଥିଲା। ଅଧିକ ସନ୍ଦେହ ବଢ଼ିବାରୁ ଗାଁ ଲୋକେ ଏକାଠି ହୋଇ ଗାଡ଼ିକୁ ଅଟକାଇବା ସହ ଡ୍ରାଇଭରଙ୍କୁ କାବୁ କରିଥିଲେ। ଲୋକେ ଗାଡ଼ିରେ ଗଞ୍ଜେଇ ପେଟି ଥିବାର ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଖନ୍ତାପଡ଼ା ଥାନା ଓ ଶେରଗଡ଼ ଫାଣ୍ଡି ପୋଲିସ ପହଞ୍ଚତ୍ବା ପୂର୍ବରୁ ଚଞ୍ଚକତାର ସହ ମହିଳା ଜଣକ ସେଠାରୁ ଫେରାର ହୋଇଯାଇଥିଲେ। ଆଇଆଇସି ଶ୍ରୀବଲ୍ଲଭ ସାହୁ, ଶେରଗଡ଼ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ, କନଷ୍ଟେବଳ ରଞ୍ଜନ ମହାନ୍ତି, ସୁମନ୍ତ ବେହେରା ପ୍ରମୁଖ ପହଞ୍ଚତ୍ ଉକ୍ତ କାର୍‌ ସହ ଗଞ୍ଜେଇକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାକୁ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ...

ସୂଚନା ଅଧିକାର ଆଇନକୁ ଅବମାନନା

ନୀଳଗିରି, ୨୨।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌...

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ବସ୍ତା,୨୯।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ବସ୍ତା ଓ ଆଖ ପାଖ ଅଞ୍ଚଳରେ ବ୍ରାଉନସୁଗାର ଚୋରା କାରାବାର ଦିନକୁ ଦିନ ବ୍ୟାପକ ହେବେରେ ଲାଗିଛି। ବୁଧବାର ବସ୍ତା ପୋଲିସ...

ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି

ବସ୍ତା, ୧୯।୯(ସ୍ବ.ପ୍ର.): ଦ୍ବିତୀୟ ଦିନରେ ମଧ୍ୟ ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି ରହିଛି । କଲେଜର ମୁଖ୍ୟ ଫାଟକକୁ ତାଲା...

ବଣପାରିଆ ଗାଁ ପୋଖରୀରେ ବିଦେଶୀ ପକ୍ଷୀ

ଖଇରା, ୨।୧(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ସୋର-କୁପାରୀ ରାସ୍ତାର ଅନତିଦୂରରେ ଥିବା ବଣପାରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶକୁ ଆକର୍ଷଣୀୟ କରିଛି । ପ୍ରତିବର୍ଷ...

ମଶାଣି ମଣିଷ ମନିଆ

ଜଳେଶ୍ୱର, ୧୦ା୫(ଡି.ଏନ୍‌.ଏ)-ଜୀବଦ୍ଦଶାରେ ନିଜର କର୍ତ୍ତବ୍ୟ ସମ୍ପାଦନ ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ଏହି ମୁକ୍ତି ଯାତ୍ରାର ପ୍ରଥମ ବାହକ ହୁଅନ୍ତି ନିଜର ରକ୍ତ ସମ୍ପର୍କୀୟ କିମ୍ବା...

କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା

ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି...

ଚକାଫାଟି ଗଛରେ ପିଟିହେଲା ଆମ୍ବୁଲାନ୍ସ, ୨ ଆହତ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜାମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଚକା ଫାଟିଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।...

Advertisement
Archives

Model This Week