Posted inUncategorized

୫୦ଦିନ ତାଲାବନ୍ଦ, ମାସେ କୋହଳ

ଲଣ୍ଡନ, ୨୧।୫: କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ବିଶ୍ୱସ୍ତରରେ ଚାଲିଛି ଗବେଷଣା। ଏନେଇ ନିର୍ଦ୍ଦିଷ୍ଟ କୌଣସି ଔଷଧ ବାହାରି ନ ଥିବାରୁ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ବଜାୟକୁ ଗୁରୁତ୍ୱ ଦିଆଯାଉଛି। ଏପରି କି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି। ସାଧାରଣ ଚଳପ୍ରଚଳ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଥିବାରୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌‌ (ତାଲାବନ୍ଦ) ଜରୁରୀ ହୋଇପଡ଼ିଛି। ହେଲେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ମଧ୍ୟ ଅର୍ଥ ବ୍ୟବସ୍ଥା ଉପରେ ବିଶେଷମାତ୍ରାରେ ପଭାବ ପକାଉଛି। ସେଥିପାଇଁ ବ୍ରିଟେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କ ମତରେ ଯଦି ପର୍ଯ୍ୟାୟକ୍ରମେ ଅର୍ଥାତ ୫୦ଦିନ ଲକ୍‌ଡାଉନ୍‌ ଏବଂ ଏହାର ପରବର୍ତ୍ତୀ ୩୦ଦିନ କୋହଳ କରାଯିବ, ତେବେ କରୋନା ସଂକ୍ରମଣକୁ ବହୁଳ ମାତ୍ରାରେ ରୋକାଯାଇପାରିବ। ଏପରି କି କରୋନା ଜନିତ ମୃତ୍ୟୁ ମଧ୍ୟ ହ୍ରାସ ପାଇବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକ ରାଜୀବ ଚୌଧୁରୀ ମତ ଦେଇଛନ୍ତି।
କ୍ରମାଗତଭାବେ ଲକ୍‌ଡାଉନ୍‌ ଜାରି ହେବା କାରଣରୁ ବହୁ ଲୋକ ରୋଜଗାର ହରାଇବା ସହ ସାମାଜିକ ଅସନ୍ତୁଳନ ଦେଖାଗଲାଣି। ହେଲେ ଯଦି ଲକ୍‌ଡାଉନ୍‌୍‌କୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ତେବେ ତାହା ମଧ୍ୟ ସଂକ୍ରମଣକୁ ବହୁଳମାତ୍ରାରେ ବ୍ୟାପିବାରେ ଖୋରାକ ଯୋଗାଇବ। ତେଣୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କରାଗଲେ ସଂକ୍ରମଣ ହ୍ରାସ ପାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଜରୁରୀ, କିନ୍ତୁ ଦୀର୍ଘମିଆଦୀ ସ୍ତରରେ ଏହା ଆବଶ୍ୟକ ପଡ଼ିବ ନାହିଁ। ତେଣୁ ଏହାକୁ ଏବେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ୟୁରୋପିଆନ ଜର୍ନାଲ୍‌ ଅଫ୍‌ ଏପିଡେମିଓଲୋଜିରେ ପ୍ରକାଶ ପାଇଛି। ଗବେଷକଙ୍କ ମତରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପ୍ରକ୍ରିୟା ଲାଗୁ କରିବା ଦ୍ୱାରା ‘ପରୀକ୍ଷା- ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ-ସଙ୍ଗରୋଧ’ ଠିକ୍‌ଭାବେ ପାଳନ କରାଯାଇପାରିବ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଲୁଚାଇ ରଖିବା ଅପେକ୍ଷା ସେମାନଙ୍କୁ ଠାବ କରାଯାଇ ସଙ୍ଗରୋଧରେ ରଖାଯିବା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ। ସାମାଜିକ ଦୂରତ୍ୱ, ସ୍ବଚ୍ଛତା ଅବଲମ୍ବନ, ସନ୍ଦିଗ୍ଧଙ୍କୁ ସଙ୍ଗରୋଧରେ ରଖାଯିବା, ସର୍ବସାଧାରଣ କାର୍ଯ୍ୟକ୍ରମ ବନ୍ଦ ରଖିବା ଏବଂ ସ୍କୁଲକଲେଜ ବନ୍ଦ ରଖିବା ଦ୍ୱାରା ନୂଆ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ। ଏଥିସହିତ ଯଦି ଆମେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପଦ୍ଧତି ଆପଣାଇବା ତେବେ ତାହା ମଧ୍ୟ ସଂକ୍ରମଣ ରୋକିବାରେ ବହୁମାତ୍ରାରେ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତେବେଳେ କୌଣସି ପ୍ରକାର କଟକଣା କରା ନ ଗଲା, ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକମାତ୍ରାରେ ବୃଦ୍ଧି ପାଇବା ସହ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ବିଶେଷକରି ଭାରତରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଯଦି ଏହା ଜାରି ରହିଥାନ୍ତା ତେବେ ପ୍ରମୁଖ ସଂକ୍ରମିତ ୧୬ଟି ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୭୮ଲକ୍ଷ ଛୁଇଁଥାନ୍ତା ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବର୍ତ୍ତମାନସ୍ଥିତିରେ ଯାହା ଲକ୍ଷ୍ୟ କରାଯାଉଛି, ଏହିସବୁ ରାଷ୍ଟ୍ରଗୁଡ଼ିକରେ ମହାମାରୀ ଦୁର୍ବଳ ହେବା ପାଇଁ ଅତିକମ୍‌ରେ ୨୦୦ଦିନ ଲାଗିବ। ଏଥିପାଇଁ ପର୍ଯ୍ୟାୟକ୍ରମେ ୫୦ଦିନର ଲକ୍‌ଡାଉନ୍‌ କଟକଣା ସହ ୩୦ଦିନର କୋହଳ କରିବା ପାଇଁ ଗବେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ନୟାଗଡ଼ ଅଫିସ,୧୬।୧୦-ମହାନ ଜନନାୟକ, ମିଶାଇଲ ମ୍ୟାନ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟ ଜନ୍ମତିଥିରେ ମଙ୍ଗଳବାର ତାଙ୍କର ପ୍ରତିମୂର୍ତ୍ତି...

ଓଡ଼ିଶା ସାରା ଦେଶରେ ମଡେଲ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା...

କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଲେ ପତ୍ନୀ

ଜବଲପୁର,୨୪।୭: ଦେଶରେ ମହାମାରୀ କରୋନା ଯୋଗୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଛି। ଏପରିକି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସୁଛି। କିନ୍ତୁ...

ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ...

ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ

ଦିନେ ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା...

କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ଏବେ ପଦାରେ ପଡ଼ିଛି। କପିଲ ସିବଲ୍‌ ଏବଂ ଗୁଲାମ ନବି ଆଜାଦ୍‌ଙ୍କ ଉପରେ ଆସିଥିବା ଅଭିଯୋଗ...

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦: ଚାପରେ ପନ୍ତ

ମୋହଲି,୧୮।୯(ପି.ଟି.)- ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ଦିନିକିଆରେ...

ଆଇସୋଲେଶନରେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ,୧୨।୭: ମହାରାଷ୍ଟ୍ରରେ ଦେଶର ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ବି ସେଠାରେ କରୋନା ଥମିବାର ନାଁ ନେଉନି। ରବିବାରଠାରୁ ମହାରାଷ୍ଟ୍ରର ରାଜ୍ୟପାଳ...

Coronavirus Update

Archives

Model This Week

Why Dharitri