୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା ପୋଲିସ ଠାବ କରିଛି। ଏଥିରେ ୪ଲକ୍ଷ ୭୭ ହଜାର ଟଙ୍କାର ଜାଲନୋଟ ଜବତ ହୋଇଥିବାବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୪୮୯(ଏ,ବି,ସି,ଡି,ଇ), ୩୪ରେ ଏକ ମାମଲା (ନଂ. ୫୬/୨୦୨୦) ରୁଜୁ କରି ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଚିଣା ଗ୍ରାମର ଚନ୍ଦ୍ରମଣି ବଳ(୩୫)ଙ୍କ ସମେତ ଦାନଗଦୀ ଗ୍ରାମର ବାପିନା ସେଠୀ(୨୩), ମାନପୁର ଗ୍ରାମର ମନୋଜ ଦାସ(୩୧), ଯାଜପୁରରୋଡ ଥାନା ଧପଙ୍କି ଗ୍ରାମର ତପନ ଜେନା(୨୬), ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଗ୍ରାମର ଅଜୟ କୁମାର ସାହୁ(୨୪) ଓ ମାୟାଧର ପାତ୍ର(୬୪)। ଜାଲ ନୋଟ ସହ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ରିଣ୍ଟର, ପେପର କଟର, ମୋବାଇଲ ଫୋନ, ୨ଟି ବାଇକ ଆଦି ଜବତ କରାଯାଇଛି। ଏହି ଜାଲନୋଟ କାରବାରର ଚେର ଦାନଗଦୀରୁ ଢେଙ୍କାନାଳ, ଭଦ୍ରକ, କଟକ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଜାଲ୍‌ ନୋଟ କାରବାର ସମ୍ପର୍କରେ ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଯାଜପୁରରୋଡ ଥାନାକୁ ସୂଚିତ କରିଥିଲେ। ଏହାପରେ ଯାଜପୁରରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଦାନଗଦୀ ହାଟରେ ଜାଲ୍‌ନୋଟ କାରବାର ଚଳାଇଥିବା ଚନ୍ଦ୍ରମଣି ଓ ବାପିନାଙ୍କୁ ଜାଲ୍‌ନୋଟ ସହ କାବୁ କରିଥିଲେ। ଚଢାଉ ସମୟରେ ସେମାନେ ୫୦୦ ଟଙ୍କିଆ ଜାଲନୋଟ ଦୋକାନୀଙ୍କଠାରୁ ବଦଳ କରୁଥିଲେ। ପରେ ମଙ୍ଗଳପୁରସ୍ଥିତ ଚନ୍ଦ୍ରମଣିଙ୍କ ଘରେ ପୋଲିସ ଚଢ଼ାଉ କରି ନୋଟ ଛପା ଯନ୍ତ୍ରପାତି ସହ ୩ଲକ୍ଷ ୬୦ହଜାର ଟଙ୍କାର ଜାଲ ନୋଟ ଜବତ କରିଥିଲା। ଚନ୍ଦ୍ରମଣିଙ୍କୁ ପଚରାଉଚୁରା କରି ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କଠାରୁ ୧ଲକ୍ଷ ୧୭ ହଜାର ଜାଲ୍‌ ନୋଟ ଜବତ ହୋଇଥିଲା। ୨୦୧୭ରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ଜାଲନୋଟ କାରବାର ଅଭିଯୋଗରେ କାଳିଆପାଣି ଥାନା ଦ୍ୱାରା ଗିରଫ ହୋଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣି ଏହି କାରବାର ଚଳାଇଥିଲେ। ୧ଲକ୍ଷ ଜାଲ୍‌ ନୋଟ ବଦଳରେ ସେ ୨୫ ହଜାର ଟଙ୍କା ଅସଲି ନୋଟ ଆଣୁଥିଲେ ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଏସପି ଚରଣସିଂ ମୀନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି...

ବରଗଡ଼ରେ ୩ ଅଙ୍ଗନଓ୍ବାଡ଼ି କର୍ମୀ, ଜଣେ ଆଶାକର୍ମୀଙ୍କ ସମେତ ୧୦ କରୋନା ଆକ୍ରାନ୍ତ

ବରଗଡ଼ ଅଫିସ,୨୯ା୬: ବରଗଡ଼ ଜିଲାରେ ସୋମବାର ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ...

ଖସୁଛି ଦୈନିକ ସଂକ୍ରମଣ: ଆଜି ୧୭୧୨ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୧୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୩ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୯୭ଜଣ କ୍ୱାରାଣ୍ଟାଇନ୍‌ରୁ...

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁ ପଡ଼ିବା ଘଟଣା: ବଦଳିଲେ ଖେଳ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବଦଳିଲେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ଅଭିଭାବକଙ୍କ ଧାରଣା ପରେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏନେଇ...

ବିଷ ପିଇ ଜୀବନ ହାରିଲେ ଦିନ ମଜୁରିଆ

ଖଣ୍ଡପଡ଼ା,୨୨ା୪(ସ୍ବ.ପ୍ର.): କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ଖଣ୍ଡପଡା ଅଞ୍ଚଳର ଜଣେ ଦିନମଜୁରିଆ ମଙ୍ଗଳବାର ବିଷ ପିଇ ଜୀବନ ହାରିଛନ୍ତି। ସେ ହେଲେ ଖଣ୍ଡପଡା ବ୍ଲକ...

ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନା: ସଫଳତା ଆଣୁଛି ହିତାଧିକାରୀଙ୍କୁ ଅର୍ଥ ପ୍ରୋତ୍ସାହନ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ମଜୁରି ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ...

ସବୁଆଡେ ଖଁ। ଖଁ।

ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ...

ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ

କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା...

Advertisement
Archives

Model This Week