୪ ହଜାର ବର୍ଷ ପୂର୍ବେ ଘର ସଜାଇବାରେ ବ୍ୟବହାର ହେଉଥିଲା ପପକର୍ନ

ପପକର୍ନ ଖାଇବା ଅନେକଙ୍କର ସୌକ କହିଲେ କିଛି ଭୁଲ୍‌ ହେବନାହିଁ। ହେଲେ ୪ହଜାର ବର୍ଷ ପୂର୍ବେ ଏହାକୁ ଖାଇବା ପରିବର୍ତ୍ତେ ଲୋକେ ଘର ସଜାଇବା ଓ ଅଳଙ୍କାର ତିଆରି କରିବାରେ ବ୍ୟବହାର କରୁଥିଲେ। ପ୍ରଥମେ ଆମେରିକାର ମୂଳ ବାସିନ୍ଦା ଏହାକୁ ଖାଇବା ଆରମ୍ଭ କରିଥିଲେ। ଏହାପରେ ଆମେରିକାରେ ରହୁଥିବା ୟୁରୋପୀୟମାନେ ଏହାକୁ ଖାଇବା ଆରମ୍ଭ କରିଥିଲେ। ପ୍ରଥମ କରି ବିଶ୍ୱରେ ୧୩୪ ବର୍ଷ ପୂର୍ବେ ଅର୍ଥାତ୍‌ ୧୮୮୫ରେ ପପକର୍ନ ବା ମକା ଭାଜିବା ମେଶିନ୍‌ ଆସିଥିଲା। ଆମେରିକାର ଚାର୍ଲସ କ୍ରେଟର ଏହାକୁ ତିଆରି କରିଥିଲେ। ପ୍ରକୃତରେ ସେ ସମୟରେ ସେ ବାଦାମ ଭାଜିବାକୁ ମେଶିନ୍‌ ତିଆରି କରୁକରୁ ଏହା ଭୁଲ୍‌ ବଶତଃ ପପକର୍ନ ଭାଜିବା ମେଶିନରେ ପରିଣତ ହୋଇଥିଲା। ଇତିହାସ କହେ ୪ହଜାର ବର୍ଷ ତଳେ ପ୍ରଥମେ ନ୍ୟୁ ମେକ୍ସିକୋରେ ପପକର୍ନ ଦେଖିବାକୁ ମିଳିଥିଲା। ହେଲେ ଏହାକୁ ଖିଆଯାଏ ବୋଲି କେହି ଜାଣି ନ ଥିଲେ। ସେଥିପାଇଁ ଏହାକୁ ଘର ସଜାଇବା ଓ ଗହଣା ତିଆରି କରିବାରେ ବ୍ୟବହାର କରାଯାଉଥିଲା। ଐତିହାସିକ ଏଣ୍ଡ୍ର୍ୟୁ ସ୍ମିଥଙ୍କ ମତରେ ଚାର୍ଲସ କ୍ରେଟର ଓ ତାଙ୍କ ସହଯୋଗୀ ପପକର୍ନ ମେଶିନକୁ ୧୮୯୩ରେ ଓ୍ବାର୍ଲଡ ଫେୟାର ନେଇ ଯାଇଥିଲେ। ସେଠାରେ ସେ ଲୋକଙ୍କୁ ଡାକି ଡାକି ପପକର୍ନ ଖାଇବାକୁ ଦେଉଥିଲେ। ଆଉ ଯଦି କେହି ମେଶିନ କିଣୁଥିଲେ ତାଙ୍କୁ ଗୋଟିଏ ବ୍ୟାଗ୍‌ ମାଗଣାରେ ଦେଉଥିଲେ। ହେଲେ ଆଜି ଚାର୍ଲସ କ୍ରେଟରଙ୍କ କମ୍ପାନୀ ଆମେରିକାରେ ପପକର୍ନ ମେଶିନ ପ୍ରସ୍ତୁତ କରୁଥିବା ସବୁଠାରୁ ବଡ କମ୍ପାନୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାର ଟଙ୍କାରେ କରଜ ଶୁଝିଥିଲି: ନାଟ୍ୟକାର ସୁବୋଧ ପଟ୍ଟନାୟକ

ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋ ଜନ୍ମ ଗଞ୍ଜାମ ଜିଲାର ଛତ୍ରପୁରରେ। ବାପା ଥିଲେ...

ଇଥିଓପିଆର ଟିଗ୍ରେରେ ଭୋକ ଯୋଗୁଁ ୧ଲକ୍ଷ ଶିଶୁଙ୍କର ହେବ ମୃତ୍ୟୁ!

ନୈରୋବି,୩୧ ।୭: ଆସନ୍ତା ବର୍ଷ ଇଥିଓପିଆର ସଙ୍କଟଗ୍ରସ୍ତ ଟିଗ୍ରେ ଅଞ୍ଚଳରେ ୧ଲକ୍ଷରୁ ଅଧିକ ଶିଶୁ କୁପୋଷଣ ଓ ଏହାର ଅତି କଠୋର ରୂପର ସାମ୍ନା କରିବାକୁ...

୭.୫ ଲକ୍ଷ ଟଙ୍କାର ଅଙ୍ଗୁରପେନ୍ଥା

କୁହାଯାଏ ଖାଇ ନ ପାରିଲେ ଅଙ୍ଗୁର ଖଟା। ଏହି ଅଙ୍ଗୁର କ୍ଷେତ୍ରରେ ଠିକ୍‌ ସେମିତି କିଛି କୁହାଯାଇପାରେ। ଏହି ଅଙ୍ଗୁର ଦାନାର ଆକାର ଏକ ଛୋଟିଆ...

ଅକ୍ସଫୋର୍ଡରେ ଭାରତର ପ୍ରଥମ ଦିବ୍ୟାଙ୍ଗ

ଅମୃତସର: ଦୃଢ ଇଚ୍ଛାଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ଏବେ ପ୍ରମାଣ କରି ଦେଖାଇଛନ୍ତି ପଞ୍ଜାବର...

ମିନି ରୋବଟ୍‌

ରୋବଟ୍‌ର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜିର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ...

ଥରିଲା ପାପୁଆ ନିଉ ଗିନି

ପୋର୍ଟ ମୋରସିବାୟ,୯।୨: ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ଏକ ଭୂକମ୍ପ ରବିବାର ସକାଳେ ପାପୁଆ ନିଉ ଗିନିରେ ଅନୁଭୂତ ହୋଇଛି। ଏଥିରେ ମୃତାହତ ବା କ୍ଷୟକ୍ଷତି...

୫ ରାଜ୍ୟରେ ହ୍ବାଇଟ୍‌ ହାଉସ୍‌ ଚାବିି

ଓ୍ବାଶିଂଟନ,୫ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ଅର୍ଥାତ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଆଉ ୪ ବର୍ଷ ରହିବାକୁ...

ମର୍ଯ୍ୟାଦାର ପ୍ରତୀକ ପଗଡ଼ି

ପଗଡ଼ି: କେବେ ସେ ରାଜା ମହାରାଜଙ୍କ ମଥାର ଶାନ୍‌ ଥିଲା ତ କେବେ ସେ ଥିଲା କାହାର ଗୌରବଶାଳୀ ବ୍ୟକ୍ତିତ୍ୱର ପରିଚୟ, ପୁଣି କେବେ ସେ...

Advertisement


Archives

Model This Week