ଯାଜପୁର ଟାଉନ ୧୪।୮(ଡି.ଏନ୍.ଏ.)- ଯାଜପୁର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବାଳ ଶ୍ରମିକ ବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପାଇଁ ଆରମ୍ଭ ହୋଇଛି ପରୀ-୩ ଅଭିଯାନ। ଏସ୍ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଥାନାର ଭାରାପ୍ରାପ୍ତ ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ସହରର ମହିଳା କଲେଜ ଛକ, ଶୀତଳେଶ୍ୱର ଓ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଫଳ ଦୋକାନ, ଇଟାଭାଟି ଏବଂ ଗ୍ୟାରେଜରୁ ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ା ଏମାନଙ୍କ ମଧ୍ୟରେ ୩ଜଣ ନାବାଳକ ହୋଇଥିବାବେଳେ ଜଣେ ନାବାଳିକା ଅଛନ୍ତି। ୨ଜଣଙ୍କ ଘର ଯାଜପୁର ଏବଂ ଅନ୍ୟ ୨ଜଣଙ୍କ ଭଦ୍ରକ ଜିଲାରେ ବୋଲି ଜଣାପଡ଼ିଛି। ଏହି ୪ଶିଶୁ ଶ୍ରମିକଙ୍କୁ ପୋଲିସ ଉଦ୍ଧାର ପରେ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲା । ପରେ ସେମାନଙ୍କୁ ସ୍ଥାନୀୟ ବାଳାଶ୍ରମରେ ଆଶ୍ରୟ ନେବା ନିମନ୍ତେ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ଥାନା ସମେତ ସମଗ୍ର ଜିଲାରେ ବହୁ ଶିଶୁ ଶ୍ରମିକ ଗ୍ୟାରେଜ, ଇଟାଭାଟି ଇତ୍ୟାଦି ଭଳି ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଛନ୍ତି। ପୋଲିସ ପରୀ-୨ ଅଭିଯାନରେ ଅନେକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରିଥିବା ବେଳେ ଏବେ ଜିଲାପାଳ ରଞ୍ଜନ କୁମାର ଦାସ ଏବଂ ଏସ୍ପି ମୀନାଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଥାନା ପକ୍ଷରୁ ପରୀ-୩ ଅଭିଯାନକୁ ଜୋରଦାର କରାଯାଇ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରାଯାଉଛି। ଶିଶୁ ଶ୍ରମିକଙ୍କୁ କେଉଁ କେଉଁ ସ୍ଥାନରେ ନିୟୋଜିତ କରାଯାଇଛି ସେ ସମ୍ପର୍କରେ ସ୍ଥାନୀୟଥାନାକୁ ଜଣାଇବା ପାଇଁ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜିଲାବାସୀଙ୍କୁ ଅନୁରୋଧ କରାଯାଇଛି। ଯେଉଁମାନେ ଏଭଳି ଖବର ଥାନାଧିକାରୀ ବା ଏସ୍ପିଙ୍କୁ ଜଣାଇବେ ସେମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଜିଲାପାଳ ଦାସ କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
କାର-ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର
ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ଥିବା…
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
Archives

