୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା। ତଥାପି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଶନିବାର ଦୀର୍ଘ ୪ କି.ମି ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବିଡିଓ ଅକ୍ଷମିତା କାର୍ତ୍ତିକ । ଉକ୍ତ ଗ୍ରାମରେ ପହଞ୍ଚି ଘରକୁ ଘର ବୁଲି ରାଶନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଜବକାର୍ଡରେ କାମ ମିଳୁଛି କି ନାହିଁ ପଚାରି ବୁୁଝିଥିଲେ। ଗ୍ରାମର ଅଧିକାଂଶ ପରିବାର ଗୃହପାଳିତ ପ୍ରାଣୀ ରଖିଥିବା ବେଳେ ଗୁହାଳ ନ ଥିବା ଦେଖିବାକୁ ପାଇଥିଲେ। ଏମଏଜିଏନ୍‌ଆର୍‌ଇଜିଏସ୍‌ରେ ଗୁହାଳ ଘର ଯୋଗାଇ ଦେବା ପାଇଁ ବିଡିଓ ନାମ ପଞ୍ଜୀକୃତ କରିଥିଲେ। କୁର୍ମାକୋଟ ଠାରୁ କାଦମାଳି ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ବୃଦ୍ଧା ସାବି ସାନ୍ତାଙ୍କୁ ବିଡିଓ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ। ନୂଆଗୁଡା, କାନ୍ଦ୍ରାଗୁଡା, କାଦମାଳି, ଖୁଣ୍ଟିପଦର ଆଦି ଗ୍ରାମର ସମସ୍ୟା ସମାଧାନ ତୁରନ୍ତ କରାଯିବ ବୋଲି ବିଡିଓ କହିଥିଲେ। ବିଡିଓଙ୍କ ସହ କନିଷ୍ଠ ଯନ୍ତ୍ରୀ ଭରତ ରାଉତ,ମୁନା ଭତ୍ରା ମଧ୍ୟ କାଦମାଳି ଗ୍ରାମକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ନାନ ବେଦୀରେ ଦାରୁଦିଅଁ

ପୁରୀ ଅଫିସ୍‌,୫।୬: ଶେଷ ହୋଇଛି ପ୍ରତୀକ୍ଷା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ନିର୍ଘଣ୍ଟ ସମୟରେ ଠାକୁରଙ୍କ ରାତି ୩ଟା ୧୦ରେ ପହଣ୍ଡି...

ଇଣ୍ଡିଗୋ ବିମାନ ‘6E 2014’ରେ ଦିଲ୍ଲୀରୁ ଫେରିଥିଲେ ତୃତୀୟ କରୋନା ଆକ୍ରାନ୍ତ; ପରିବାର ସହ କର କ୍ଲିନିକ୍‌, ବିମାନ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ ରୁହନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ମାର୍ଚ୍ଚ ୭ରେ ସେ ଦିଲ୍ଲୀ ଯାଇଥିଲେ। ସେଠାରେ...

ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର...

ହାଲୁକା ବର୍ଷା ସାଙ୍ଗକୁ କୁହୁଡ଼ି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା...

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ଘର

ବାଲିପାଟଣା,୧୨ା୧୧(ଡି.ଏନ୍‌.ଏ) ବାଲିପାଟଣା ବ୍ଲକ ଅନ୍ତର୍ଗତ ନରଦା ବସ୍ତିରେ ରବିବାର ଗ୍ୟାସ ଟାଙ୍କିରେ ନିଅଁା ଲାଗି ଫାଟିଯିବାରୁ ମିର୍‌ ତୟୋବ ଅଲ୍ଲୀଙ୍କ ଘର ଜଳିଯାଇଛି। ଏଥିରେ କେହି...

୨୦ ବର୍ଷରେ ୨୪ ତଦନ୍ତ କମିଶନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଗତ ୨୦ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୨୪ଟି ତଦନ୍ତ କମିଶନ ବସାଇଛନ୍ତି। ସେଥିରୁ ୮ଟି ତଦନ୍ତ ରିପୋର୍ଟ ବିଧାନସଭାରେ...

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

ରାଜ୍ୟରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

Advertisement
Archives

Model This Week