୪୮ ଦିନ ପରେ ବ୍ରହ୍ମପୁର ଫେରିଲେ ଶିବାଶିଷ: କହିଲେ ‘ମୁଁ ପୁନର୍ଜନ୍ମ ପାଇଛି’

ବ୍ରହ୍ମପୁର ଅଫିସ, ୧୪।୩- ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ। ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ଶୁକ୍ରବାର ବିଳମ୍ବିତ ରାତିରେ ଫେରିଛନ୍ତି। ସେ ଫେରିବା ପରେ ପରିବାର ଲୋକଙ୍କ ଆନନ୍ଦ କହିଲେ ନ ସରେ। ଶିବାଶିଷଙ୍କୁ ସାକ୍ଷାତ୍‌ ବେଳେ ସେ କହିଛନ୍ତି ଯେ ମୁଁ ପୁନର୍ଜନ୍ମ ପାଇଛି। ଭଗବାନଙ୍କ କୃପା, ମା’ବାପାଙ୍କ ଆଶୀର୍ବାଦ ଓ ଖବରଦାତାଙ୍କ ଲଗାତାର ସହଯୋଗ ଯୋଗୁ ମୁଁ ଘରକୁ ଫେରି ଆସିଛି ବୋଲି ସାକ୍ଷାତ୍‌ ବେଳେ ସେ କହିଛନ୍ତି। ଶିବାଶିଷଙ୍କ କମ୍ପାନୀ ପକ୍ଷରୁ ବ୍ୟବସ୍ଥା ପ୍ରକାରେ ଶୁକ୍ରବାର ଅପରାହ୍ନରେ ସେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ । ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ପରିବାରବର୍ଗ। ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ ଦେଖି ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ ତାଙ୍କ ବାପା ଲିଙ୍ଗରାଜ ଓ ମା’ ଝୁନୁ। ବିଳମ୍ବିତ ରାତ୍ରିରେ ସେମାନେ ବଡ଼ବଜାର ଥାନା ଅନ୍ତର୍ଗତ ପନ୍ଦରାସାହି ବାସଭବନକୁ ଫେରିଥିଲେ। ନିଜ ଘରକୁ ୪୮ ଦିନ ପରେ ଫେରିଥିବାରୁ ଅଜଣା ଆତଙ୍କ ଓ ଆତ୍ମଗ୍ଳାନିରୁ ମୁକ୍ତି ପାଇଛନ୍ତି ବୋଲି ଦେବାଶିଷ କହିଛନ୍ତି। ଜାପାନର ୟକୋହୋମା ଡାଏମଣ୍ଡ ପ୍ରିନ୍ସସେସ ଜଳଜାହାଜରେ ୨୩ ଦିନ ରହଣିର ଅନୁଭୂତି ଏବଂ ଭାରତୀୟ ଜାଠ ରେଜିମେଣ୍ଟରେ ୧୫ ଦିନର ରହଣି କିପରି ଥିଲା ସେ ସମ୍ପର୍କରେ ଶିବାଶିଷ ବିସ୍ତୃତ ଭାବେ କହିଛନ୍ତି। ପ୍ରତି ମୁହୂର୍ତ୍ତରେ ମାରାତ୍ମକ କରୋନା ଭୂତାଣୁ ଭୟ ମଧ୍ୟରେ କିପରି ଦିନ କାଟୁଥିଲେ ସେ ସମ୍ପର୍କରେ ଶିବାଶିଷ ବଖାଣିଛନ୍ତି। ଅନ୍ୟପଟେ ପୁଅ ସୁରକ୍ଷିତ ଭାବେ ଭାରତ ଫେରିଥିବାରୁ ତାଙ୍କ ମା’ ବାପା ବେଶ୍‌ ଆନନ୍ଦିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?