Posted inଖେଳ

‘୪୫ ମିନିଟ୍‌ ଖରାପ କ୍ରିକେଟ୍‌ ଖେଳ ବଦଳାଇ ଦେଇଥିଲା’

ମାଞ୍ଚେଷ୍ଟର, ୧୧।୭ (ପି.ଟି.)- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର ‘ପ୍ରଥମ ୪୫ ମିନିଟ୍‌ ଖରାପ କ୍ରିକେଟ୍‌’ ଖେଳ ବଦଳାଇ ଦେଇଥିଲା ବୋଲି କହିଛନ୍ତି। ୨୪୦ ରନର ଲକ୍ଷ୍ୟକୁ ପିଛା କରିଥିବା ଭାରତ ପ୍ରାରମ୍ଭରୁ ୨୪ ରନ ମଧ୍ୟରେ ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମହେନ୍ଦ୍ର ସିଂ ଧୋନୀ (୫୦) ଓ ରବୀନ୍ଦ୍ର ଜାଡେଜା (୭୭) ୭ମ ଉଇକେଟ୍‌ ଯୋଡ଼ିରେ ୧୧୬ ରନର ଚମତ୍କାର ପାର୍ଟନରଶିପ୍‌ କରି ପୁଣିଥରେ ଭାରତ ସପକ୍ଷକୁ ମ୍ୟାଚ୍‌ ଆଣିଥିଲେ। କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ଧୋନୀଙ୍କ ରନ୍‌ଆଉଟ୍‌ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ସପକ୍ଷକୁ ନେଇଯାଇଥିଲା।
ମିନିଟ୍‌ର ଖରାପ କ୍ରିକେଟ୍‌ ତୁମକୁ ଟୁର୍ନାମେଣ୍ଟରୁ ବାହାର କରିଦେଇଛି। ଯେତେବେଳେ ତୁମେ ଭଲ କ୍ରିକେଟ୍‌ ଖେଳୁଥାଅ ସେତେବେଳେ ଏହା ତୁମକୁ ନିରାଶ କରିଥାଏ। ଏହାକୁ ଗ୍ରହଣ କରିବା କଷ୍ଟଦାୟକ’ ବୋଲି ସେମିଫାଇନାଲ ପରାଜୟ ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋହଲି ଏହା କହିଛନ୍ତି। ‘ନ୍ୟୁଜିଲାଣ୍ଡ ବୋଲରଙ୍କୁ ଶ୍ରେୟ ଦିଆଯିବ। ନୂଆ ବଲରେ ସେମାନେ ବାସ୍ତବରେ ବହୁତ ଭଲ ବୋଲିଂ କରିଥିଲେ ଏବଂ ଚମତ୍କାର ସ୍ଥାନରେ ବଲ୍‌କୁ ପକାଇବାରେ ସଫଳ ହୋଇଥିଲେ। ଆମ ବ୍ୟାଟିଂର ପ୍ରଥମ ଅଧଘଣ୍ଟା ଯେଉଁଭଳି ଭାବେ ସେମାନେ ବୋଲିଂ କରିଥିଲେ ତାହା ମ୍ୟାଚ୍‌ରେ ଫରକ ଆଣିଥିଲା। ସେମାନଙ୍କ ଏହି ପ୍ରଦର୍ଶନରେ କୌଶଳସ୍ତର ଦେଖିବାକୁ ମିଳିଥିଲା। ଫଳରେ ଆମର ବ୍ୟାଟ୍ସମ୍ୟାନଙ୍କ ପାଇଁ ବ୍ୟାଟିଂ କରିବା କଠିନ ହୋଇଯାଇଥିଲା’ ବୋଲି ବିରାଟ ଏହି ଅବସରରେପ୍ରକାଶ କରିଛନ୍ତି। ଜାଡେଜା ଓ ଧୋନୀଙ୍କ ପ୍ରଦର୍ଶନକୁ ନେଇ ଭାରତୀୟ ଦଳର ଅଧିନାୟକ କହିଛନ୍ତି, ‘ଗତ କେତୋଟି ମ୍ୟାଚ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ଆଜି ତାଙ୍କର ବ୍ୟାଟିଂରେ କୌଶଳ ଦେଖିବାକୁ ମିଳିଥିଲା। ସେହିଭଳି ଏମ୍‌ଏସ୍‌ (ଧୋନୀ) ଜାଡେଜାଙ୍କ ସହ ମିଶି ଭଲ ପାର୍ଟନରଶିପ୍‌ କରିଥିଲେ। ଅନ୍ତିମ ମୁହୂର୍ତ୍ତରେ ସେ ରନ୍‌ଆଉଟ୍‌ ହୋଇ ନ ଥିଲେ ମ୍ୟାଚ୍‌ କାହା ସପକ୍ଷରେ ବି ଯାଇପାରିଥାନ୍ତା ଆମେ ଭଲ କ୍ରିକେଟ୍‌ ଖେଳିଲୁ, କିନ୍ତୁ ଆମର ଶଟ୍‌ ଚୟନ ଆହୁରି ଶ୍ରେଷ୍ଠ ହୋଇପାରିଥାନ୍ତା’।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri