୪୪.୫ ଡିଗ୍ରୀରେ ଟିଟିଲାଗଡ଼ : ୮ ଜିଲାରେ ଜାରି ରହିବ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହୁଛି। ତାତି ଯେତିକି କଷ୍ଟ ଦେଉଛି, ତା’ଠୁ ବଳିପଡ଼ୁଛି ଗୁଳୁଗୁଳି। ଶନିବାର ଅପେକ୍ଷା ରବିବାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ୧୩ ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ ୪୪.୫ଡିଗ୍ରୀରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ସମ୍ବଲପୁର ୪୪.୪, ବଲାଙ୍ଗୀର ଓ ସୋନପୁର ୪୪, ହୀରାକୁଦ ୪୩.୩, ଝାରସୁଗୁଡ଼ା ଓ ଭବାନୀପାଟଣା ୪୩, ଅନୁଗୋଳ ଓ ତାଳଚେର ୪୨.୧, ମାଲକାନଗିରି ୪୨ ଏବଂ ସୁନ୍ଦରଗଡ଼ ୪୧.୫ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ କଟକ ୩୯.୪ ଓ ଭୁବନେଶ୍ୱର ୩୯.୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସହରରେ ହିଟ୍‌ ଓ୍ବେଭ୍‌ ଜାରି ରହିବ। ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଆଦି ୮ଜିଲାରେ ହିଟ୍‌ ଓ୍ବେଭ୍‌ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷକରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ନ ବାହାରିବାକୁ କୁହାଯାଇଛି। ଜରୁରୀ କାମ ଥିଲେ ମୁଣ୍ଡରେ ଓଦା କପଡ଼ା ପକାଇବାକୁ ପରାମର୍ଶ ଦେଇଛି ବିଭାଗ। ରୋଷେଇ କରିବା ସମୟରେ ଝରକା, କବାଟ ଖୋଲା ରଖିବାକୁ ବି ଓସ୍‌ଡମା ପରାମର୍ଶ ଦେଇଛି।
ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବା ସମ୍ଭାବନା ରହିଛି। ତେବେ ୨୧ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଷ୍ଟାର ମିସ୍‌ କନ୍‌ଫିଡେଣ୍ଟ’ ହେଲେ ଆୟତୀ

ଭୁବନେଶ୍ୱର, ୯।୮(ବ୍ୟୁରୋ): ଜାତୀୟସ୍ତରୀୟ ପ୍ରତିଯୋଗିତା ‘ଷ୍ଟାର୍‌ ମିଷ୍ଟର ଆଣ୍ଡ୍‌ ମିସ୍‌ ଟିନ୍‌ ଇଣ୍ଡିଆ’ରେ ପ୍ରତିଭା ପ୍ରଦର୍ଶନ କରି ଟାଇଟଲ୍‌ ହାସଲ କରିଛନ୍ତି ଭୁବନେଶ୍ୱରର ଝିଅ ଆୟତୀ...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): : ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍‌ ଗାଇଡଲାଇନ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ...

ବିକ୍ରି ଉପରେ କଟକଣା, ତଥାପି ଚାଲିଥିଲା ବାଣ କାରଖାନା

ଆସିକା,୧ା୧୧(ଡି.ଏନ.ଏ.): ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନଳବଣ୍ଟା ଗ୍ରାମରେ ପୋଲିସ ଚଢାଉ କରି ବାଣ ପ୍ରସ୍ତୁତି କାରଖାନାରୁ ବହୁ ପରିମାଣର ବାଣ ଓ...

ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ

ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି...

୨୦୨୩ରୁ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି...

IIFL ଲୁଟ୍‌ ଘଟଣା: ଭାଇ, ସାଙ୍ଗଙ୍କୁ ଲଗାଇ ଡକାୟତି କରିଥିଲେ କର୍ମଚାରୀ

କଟକ ଅଫିସ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ...

ଭୁବନେଶ୍ୱରରୁ ବଢ଼ିବ ଘରୋଇ ବିମାନ ସେବା, ବଦଳିଲା ଏୟାର ଏସିଆ ସମୟ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବାଙ୍ଗାଲୋରକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ସେହିଭଳି ହ୍ରାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏ ନୂଆ ବିମାନ...

୧୫ ସୁଦ୍ଧା ସବୁ ଜିଲାରେ ଆର୍‌ଟି-ପିସିଆର୍‌ ଲାବ୍‌

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବ୍‌ କାର୍ଯ୍ୟକ୍ଷମ ହେବ। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ...

Advertisement
Archives

Model This Week